ଯୌଗିକ ରାସାୟନିକ ପଦାର୍ଥ From Wikipedia, the free encyclopedia
ଡୁଲୋକ୍ସେଟିନ (ଇଂରାଜୀ ଭାଷାରେ Duloxetine, ଏକ ବ୍ୟବସାୟୀକ ନାମ ସିମ୍ବାଲ୍ଟା/ Cymbalta)[1] ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ, ଜେନେରାଲାଇଜଡ ଆଙ୍ଗଜାଇଟି ଡିଜଅର୍ଡ଼ର (generalized anxiety disorder), ଫାଇବ୍ରୋମ୍ୟାଲ୍ଜିଆ, ଓ ନିଉରୋପାଥିକ ଯନ୍ତ୍ରଣା (neuropathic pain) ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ ।[2] ଏହା ପାଟିରେ ଦିଆଯାଏ ।[2]
Clinical data | |
---|---|
Trade names | Cymbalta, others[1] |
AHFS/Drugs.com | monograph |
MedlinePlus | a604030 |
data |
|
Pregnancy category |
|
Routes of administration | By mouth |
Drug class | Serotonin–norepinephrine reuptake inhibitor |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | ~ 50% (32% to 80%) |
Protein binding | ~ 95% |
Metabolism | Liver, two P450 isozymes, CYP2D6 and CYP1A2 |
Elimination half-life | 12 hours |
Excretion | 70% in urine, 20% in feces |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank | |
ChemSpider | |
UNII |
|
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.116.825 |
Chemical and physical data | |
Formula | C18H19NOS |
Molar mass | 297.41456 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ଡୁଲୋକ୍ସେଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ଅଇ, ଥକ୍କାଣ ଅନୁଭବ, ମୁଣ୍ଡ ଓଜନିଆ, ଉତ୍ତେଜନା, ଯୌନ ସମସ୍ୟା ଓ ଅଧିକ ସ୍ୱେଦ ନିର୍ଗତ ହୁଏ ।[2] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ସଙ୍କଟ, ସେରୋଟୋନିନ ସିଣ୍ଡ୍ରୋମ, ମାନିଆ (mania), ଓ ଯକୃତ ସମସ୍ୟ (liver problems) ହୋଇପାରେ ।[2] ଏହି ଔଷଧ ବନ୍ଦ କରିଦେଲେ ଆଣ୍ଟିଡିପ୍ରେସାଣ୍ଟ ଉଇଥଡ୍ରଆଲ ସିଣ୍ଡ୍ରୋମ (Antidepressant withdrawal syndrome) ସୃଷ୍ଟି ହୋଇପାରେ । [2] ଗର୍ଭାବସ୍ଥାର ଶେଷ ଭାଗରେ ଏହା ଶିଶୁର କ୍ଷତି କରିପାରେ ।[2] ଏହା ଏକ ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ ଇନହିବିଟର (serotonin–norepinephrine reuptake inhibitor) ଔଷଧ ।[3] ଏହାର କାର୍ଯ୍ୟବିଧି ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । [2]
ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୨୦୦୪ରେ ଡୁଲୋକ୍ସିଟିନ ସ୍ୱୀକୃତ ହୋଇଥିଲା ।[2] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[3] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୨୦ ଆମେରିକୀୟ ଡଲାର ଥିଲା ।[4] ସନ ୨୦୧୬ରେ ଏହାର ୧୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୪୮ତମ ସ୍ଥାନ ଅଧିକାର କରିଥିଲା । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.