From Wikipedia, the free encyclopedia
ଗ୍ଲକୋମା ଏକ ଚକ୍ଷୁ ଦଳୀୟ ରୋଗର ନାମ ଯାହା ଦୃଷ୍ଟି ସ୍ନାୟୁ ନଷ୍ଟ ହେବା ଯୋଗୁ ହୁଏ ଓ ଦୃଷ୍ଟି ହାନୀ ହୁଏ ।[1] ଏଥି ମଧ୍ୟରୁ ଓପନ୍ ଆଙ୍ଗ୍ଲ ଗ୍ଲକୋମା ଅଧିକ ଦେଖାଯାଏ ଓ ତାହାଠାରୁ କମ୍ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମା ଓ ନର୍ମାଲ ଟେନ୍ସନ୍ ଗ୍ଲକୋମା ରୋଗ ଦେଖାଯାଏ । ଓପନ୍ ଆଙ୍ଗ୍ଲ ଗ୍ଲକୋମା ସମୟ କ୍ରମେ ଧୀରେ ଧୀରେ ବଢ଼େ ଓ ଯନ୍ତ୍ରଣା ହୁଏ ନାହିଁ । ପ୍ରଥମେ ପାର୍ଶ୍ୱ ଦୃଷ୍ଟି ହାନୀ ହୁଏ ଓ ପରେ କେନ୍ଦ୍ରୀୟ ଦୃଷ୍ଟି ହାନୀ ହୋଇ ଅନ୍ଧତ୍ୱ ହୁଏ । [1] କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମା ଧୀରେ ବା ହଠାତ୍ ହୋଇପାରେ ।[2] ହଠାତ୍ ଆରମ୍ଭ ହେଲେ ସାଂଘାତିକ ଚକ୍ଷୁ ଯନ୍ତ୍ରଣା ହୁଏ, ଅସ୍ପଷ୍ଟ ଦୃଷ୍ଟି, ମଧ୍ୟମ-ସ୍ଫୀତ ପୁତ୍ତଳୀ, ଲାଲ ଆଖି ଓ ଅଇ ହୁଏ । [1][2] ଏହି ରୋଗ ଯୋଗୁ ଦୃଷ୍ଟ ହାନୀ ହେଲେ ସ୍ଥାୟି ହୋଇଯାଏ ।[1]
ଏହି ରୋଗର ସଙ୍କଟ କାରକମାନଙ୍କ ନାମ ଯଥାକ୍ରମେ ଚକ୍ଷୁରେ ଚାପ ବୃଦ୍ଧି, ପରିବାରରେ ରୋଗ ଇତିହାସ, ଅଧକପାଳୀ, ଉଚ୍ଚ ରକ୍ତଚାପ ଓ ମୋଟାପଣ ।[1] ଆଖି ଚାପ ୨୧ ମିମି ପାରଦରୁ ଅଧିକ ହେଲେ ଗ୍ଲକୋମା ନିମନ୍ତେ ଅଧିକ ସଙ୍କଟ ହୋଇପାରେ ।[3][2] କେତେକ ଲୋକଙ୍କର ଆଖି ଚାପ ବର୍ଷ ବର୍ଷ ଧରି ଅଧିକ ଥିଲେ ମଧ୍ୟ କିଛି ନଷ୍ଟ ହୁଏ ନାହିଁ ।[2] ଅନ୍ୟ ପକ୍ଷରେ ସାଧାରଣ ଚାପ ଥାଇ ମଧ୍ୟ ଦୃଷ୍ଟି ସ୍ନାୟୂ ନଷ୍ଟ ହୋଇପାରେ ଯାହାକୁ ସାଧାରଣ-ଚାପ ଗ୍ଲକୋମା କୁହାଯାଏ ।[4] ଓପନ ଆଙ୍ଗ୍ଲ୍ ଗ୍ଲକୋମାରେ ଅକ୍ୱିଅସ ହ୍ୟୁମରର ଟ୍ରବେକୁଲାର ମେସୱର୍କ ମଧ୍ୟରେ ଧୀର ପ୍ରସ୍ଥାନ ହୁଏ ଓ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାରେ ଏହି ମେସ୍ୱର୍କ ଅବରୋଧ ହୋଇଯାଏ ।[2] ସ୍ଫୀତ ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[1] ଦୃଷ୍ଟି ସ୍ନାୟୁ ସ୍ଥାନଟି ଛୋଟ ଗାତ ଭଳି ଦେଖାଯାଏ ଯାହାକୁ କପିଙ୍ଗ କୁହାଯାଏ ।[2]
ଔଷଧ, ଲେଜର ବା ଅପରେଶନ ଚିକିତ୍ସା ତୁରନ୍ତ ଆରମ୍ଭ କଲେ ରୋଗ ଅଗ୍ରଗତିକୁ ଧୀର ବା ବନ୍ଦ କରିହୁଏ ।[1] ଚକ୍ଷୁ ଚାପ କମେଇବା ହିଁ ଚିକିତ୍ସାର ଲକ୍ଷ । ବିଭିନ୍ନ ଶ୍ରେଣୀର ଗ୍ଲକୋମା ଔଷଧ ମିଳୁଛି । ଲେଜର ଚିକିତ୍ସା ଉଭୟ ଓପନ୍ ଆଙ୍ଗ୍ଲ ଗ୍ଲକୋମା ଓ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାରେ ଉପକାରୀ ହୁଏ । କୌଣସି ଉପଚାରକୁ ନ ମାନୁଥିଲେ ଗ୍ଲକୋମା ଅପରେଶନ କରାଯାଏ ।[2] କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାକୁ ମେଡିକାଲ ଏମର୍ଜେନ୍ସି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି ।[1]
ସାରା ପୃଥିବୀରେ ପ୍ରାୟ ୧୧ରୁ ୬୭ ନିୟୁତ ଗ୍ଲକୋମା ରୋଗୀ ଅଛନ୍ତି ।[2][5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ପ୍ରାୟ ୨ନିୟୁତ ଲୋକଙ୍କୁ ଆକ୍ରମଣ କରୁଛି ।[2] ବୟସାଧିକ ଲୋକଙ୍କୁ ଏହା ଅଧିକ ଆକ୍ରମଣ କରେ ।[1] ମହିଳାମାନେ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାଦ୍ୱାରା ଅଧିକ ଆକ୍ରାନ୍ତ ହୁଅନ୍ତି ।[2] ଧୀରେ ଧୀରେ ବହୁତ ସମୟ ଧରି ଦୃଷ୍ଟିହାନୀ ହେଉଥିବାରୁ ଏହି ରୋଗକୁ ନିରବ ଦୃଷ୍ଟି ଚୋର କୁହାଯାଏ ।[6] କାଟାରାକ୍ଟ ରୋଗ ପରେ ଅନ୍ଧତ୍ୱର ଦ୍ୱିତୀୟ କାରଣରୂପେ ଗ୍ଲକୋମାର ନାମ ଆସେ । [7][2] ଗ୍ଲକୋମା ଶବ୍ଦ ଗ୍ରୀକ୍ ଭାଷାର ଗ୍ଲକୋସ (glaukos) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ନୀଳ, ଶାଗୁଆ ବା ପାଉଁଶିଆ ।[8] ଇଂରାଜୀ ଭାଷାରେ ଗ୍ଲକୋମା ଶବ୍ଦ ସନ ୧୫୮୭ରୁ ବ୍ୟବହାର ହୋଇଆସୁଥିଲା କିନ୍ତୁ ଏହା ସନ ୧୮୫୦ରେ ସାଧାରଣ ଲୋକମାନେ ନେତ୍ରବୀକ୍ଷକ (ophthalmoscope) ଯନ୍ତ୍ରରେ ଦୃଷ୍ଟିସ୍ନାୟୁ ନଷ୍ଟ ହେବା ଦେଖିବାକୁ ଅନୁମତି ପାଇବା ପରେ ସାଧାରଣରେ ବ୍ୟବହାର ହେଲା ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.