From Wikipedia, the free encyclopedia
ଗ୍ରେଟା ଟୁନବର୍ଗ[lower-alpha 1] (ଲୁଆ ତ୍ରୁଟି: expandTemplate: template "post-nominals/GBR" does not exist ।; ଜନ୍ମ ୩ ଜାନୁଆରୀ ୨୦୦୩) ପରିବେଶ ପରିବର୍ତ୍ତନରୁ ସୃଷ୍ଟ ବିପଦ ଉପରେ କାର୍ଯ୍ୟ କରୁଥିବା ଏକ ସୁଇଡିସ ପରିବେଶକର୍ମୀ ।
୨୦୧୮ ଅଗଷ୍ଟରେ ୧୫ ବର୍ଷ ବୟସରେ ଟୁନବର୍ଗ ସ୍କୁଲରୁ ସମୟ ବାହାର କରି ସୁଇଡିସ ସଂସଦ ବାହାରେ ଶକ୍ତିଶାଳୀ ପରିବେଶ ପଦକ୍ଷେପ ପାଇଁ ଥିବା ଏକ ସାଇନ ଧରି ଧାରଣା ଦେଇଥିଲେ । ଧୀରେଧୀରେ ଅନ୍ୟାନ୍ୟ ଛାତ୍ରଛାତ୍ରୀ ସେମାନଙ୍କ ନିଜ ସମ୍ପ୍ରଦାୟରେ ଏକା ଧରଣର ପ୍ରତିବାଦ ଆରମ୍ଭ କରିଥିଲେ । ସେମାନେ ମିଳିତ ଭାବେ ଭବିଷ୍ଯତ ପାଇଁ ଫ୍ରାଇଡେସ ଫର ଫ୍ୟୁଚର ନାମକ ଏକ ସ୍କୁଲ ପରିବେଶ ଧାରଣା ଆନ୍ଦୋଳନ ଆୟୋଜନ କରିଥିଲେ । ଟୁନବର୍ଗ ୨୦୧୮ ଇଉନାଇଟେଡ଼ ନେସନ୍ସ କ୍ଲାଇମେଟ ଚେଞ୍ଜ କନଫରେନ୍ସରେ ଭାଷଣ ଦେବାପରେ ଶିକ୍ଷାର୍ଥୀ ଧାରଣାସବୁ ପ୍ରତି ସପ୍ତାହରେ ବିଶ୍ବର କେଉଁଠି ନା କେଉଁଠି ହେବା ଆରମ୍ଭ ହେଲା । ୨୦୧୯ ମସିହାରେ ଅତି କମରେ ଏକ ମିଲିୟନ (୧୦ ଲକ୍ଷ) ଶିକ୍ଷାର୍ଥୀ ଜଡ଼ିତ ଥାଇ ଦୁଇଟି ମିଳିତ ବହୁ-ନଗରୀ ପ୍ରତିବାଦ ହୋଇଥିଲା ।[1][2]
ଟୁନବର୍ଗ ଉଭୟ ସାଧାରଣରେ ଓ ରାଜନୀତିକ ନେତା ଏବଂ ସଂସଦରେ ତାଙ୍କର ସିଧାସଳଖ[3] କେବଳ ତଥ୍ୟଭିତ୍ତିକ କଥା କହିବା[4] ପାଇଁ ଜଣା । ସେଥିରେ ସେ ଯାହା ପରିବେଶ ସଙ୍କଟ ବୋଲି ବର୍ଣ୍ଣନା କରିଛନ୍ତି ତା' ପାଇଁ ଅବିଳମ୍ବ ପଦକ୍ଷେପର ଆହ୍ବାନ ଦେଇଛନ୍ତି । ଘରେ ଟୁନବର୍ଗ କାର୍ବନ ଫୁଟପ୍ରିଣ୍ଟ କମାଇବା ପାଇଁ ନିଜ ପିତାମାତାଙ୍କୁ ବିମାନଯାତ୍ରା ଓ ମାଂସ ଖାଇବାରୁ ବିରତ ହେବା ଭଳି ଜୀବନଯାପନ ପସନ୍ଦ କରାଇଛନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.