ଏକ ପ୍ରକାର ମସ୍ଥିଷ୍କ ଆଘାତ From Wikipedia, the free encyclopedia
କନ୍କସନ (ଇଂରାଜୀ ଭାଷାରେ Concussion, ଅନ୍ୟ ନାମ mild traumatic brain injury/mTBI) ଏକ ପ୍ରକାର ମୁଣ୍ଡ ଆଘାତ (head injury) ଯାହା ମସ୍ତିଷ୍କର କାର୍ଯ୍ୟକୁ (brain function) ଅସ୍ଥାୟୀ ରୂପରେ ପ୍ରଭାବିତ କରିଥାଏ ।[8] ମୁଣ୍ଡ ବିନ୍ଧା, ଚିନ୍ତନ, ସ୍ମରଣ ବା ଲୟ ରଖିବାରେ ସମସ୍ୟା, ଅଇ, ଝାପ୍ସା ଦୃଷ୍ଟି (blurry vision) ଓ ନିଦ୍ରା ବିଘ୍ନ ଓ ମନୋଦଶା ପରିବର୍ତ୍ତନ (mood changes) ଇତ୍ୟାଦି ଲକ୍ଷଣମାନ ଏହି ଅବସ୍ଥାରେ ଦେଖାଯାଏ ।[1] କେତେକ ଲକ୍ଷଣ ତୁତନ୍ତ ବାହାରେ ଓ ଆଉ କେତେକ ଆଘାତର କିଛି ଦିନ ପରେ ବାହାରେ ।[1] କ୍ରୀଡ଼ା ସମ୍ପର୍କିତ କନ୍କସନ ହୋଇଥିବା ପିଲାଙ୍କ ମଧ୍ୟରୁ ୧୦% ଚେତା ହରେଇଥାଆନ୍ତି (loss of consciousness) ।[9] କେତେକ ସ୍ଥଳରେ ଏହା ୪ ସପ୍ତାହ ପର୍ଯ୍ୟନ୍ତ ରହିପାରେ ।[2]
କନ୍କସନ (Concussion) | |
---|---|
Mild brain injury, mild traumatic brain injury (mTBI), mild head injury (MHI), minor head trauma | |
ବିଭାଗ | ଆଶୁ ଚିକିତ୍ସା (Emergency medicine), ସ୍ନାୟୁ ବିଜ୍ଞାନ (neurology) |
ଲକ୍ଷଣ | ମୁଣ୍ଡବିନ୍ଧା, ଚିନ୍ତନ, ସ୍ମରଣ ବା ଲୟ ରଖିବାରେ ସମସ୍ୟା, ଅଇ, ଝାପ୍ସା ଦୃଷ୍ଟି (blurry vision) ଓ ନିଦ୍ରା ବିଘ୍ନ ଓ ମନୋଦଶା ପରିବର୍ତ୍ତନ (mood changes)[1] |
ଅବଧି | ୪ ସପ୍ତାହ ପର୍ଯ୍ୟନ୍ତ[2] |
କାରଣ | ଗାଡ଼ି ଧକ୍କା (Motor vehicle collisions), ଦୁର୍ଘଟଣା ପତନ falls, କ୍ରୀଡ଼ା ଆଘାତ sports injuries, ସାଇକେଲ ଦୁର୍ଘଟଣା (bicycle accidents)[3][4] |
ବିପଦ କାରକ | ମଦ୍ୟପାନ (alcohol[5] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ[6] |
ପ୍ରତିକାର | ସାଇକେଲ ଓ ମଟର ସାଇକେଲ ଚଲେଇବା ବେଳେ ହେଲମେଟ (Helmet) ବ୍ୟବହାର ।[3] |
ଔଷଧ | ପାରାସେଟାମୋଲ (acetaminophen), (NSAIDs)[2] |
ଚିକିତ୍ସା | ଦୈହିକ ଓ ମାନସିକ ବିଶ୍ରାମ [7][2] |
ପୁନଃପୌନିକ | ବାର୍ଷିକ ୧୦୦୦ ଲୋକରେ ୬ ଜଣ[3] |
ସାଧାରଣତଃ ଗାଡ଼ି ଧକ୍କା (Motor vehicle collisions), ଦୁର୍ଘଟଣା ପତନ falls, କ୍ରୀଡ଼ା ଆଘାତ sports injuries, ସାଇକେଲ ଦୁର୍ଘଟଣା (bicycle accidents) ଇତ୍ୟାଦି କାରଣରୁ ଏହି ଆଘାତ ହୁଏ ।[3][4] ମଦ୍ୟ ପାନ କଲେ ଏହି ଆଘାତ ହେବାର ସଙ୍କଟ ବଢ଼ିଯାଏ ।[5] ମୁଣ୍ଡ ଉପରେ ପ୍ରତ୍ୟକ୍ଷ ଆଘାତ ହେଲେ ବା ଦେହର ଅନ୍ୟ ଅଂଶର ଆଘାତ ସଞ୍ଚାରିତ ହେଲେ ମଧ୍ୟ କନ୍କସନ ହୋଇପାରେ ।[2] ନିଉରନମାନଙ୍କର ବେଠିକ କାର୍ଯ୍ୟଧାରା ଫଳରେ ଗ୍ଲୁକୋଜ ଆବଶ୍ୟକତା ବଢ଼ିଯାଏ କିନ୍ତୁ ରକ୍ତ ସରବରାହ କମିଯାଏ, ଫଳରେ ଏହି ଅବସ୍ଥା ଉପୁଜେ ।[2] ଏହି ରୋଗ ନିର୍ଣ୍ଣୟ ନିମନ୍ତେ ୩୦ ମିନିଟରୁ କମ୍ ଚେତା ଶୂନ୍ୟ ରହିବା, ୨୪ ଘଣ୍ଟାରୁ କମ ସ୍ମରଣ ଶକ୍ତି ହ୍ରାସ ଓ ଗ୍ଲାସଗୋ କୋମା ସ୍କେଲ (Glasgo come scale) ସ୍କୋର ୧୩ରୁ ୧୫ ଥିବା ଆବଶ୍ୟକ ।[6] ଏହାଠାରୁ ଅଧିକ ହେଲେ ମଧ୍ୟମ ବା ସାଂଘାତିକ ଆଘାତ ଜନିତ ମସ୍ତିଷ୍କ ଚୋଟ ନିର୍ଣ୍ଣୟ କରାଯାଏ (traumatic brain injury) ।[6]
ସାଇକେଲ ବା ମୋଟର ସାଇକେଲରେ ଗଲାବେଳେ ସର୍ବଦା ହେଲମେଟ (helmet) ବ୍ୟବହାର କଲେ ପ୍ରତିଷେଧ ହୋଇପାରିବ ।[3] ଦିନେ ଦୁଇ ଦିନ ବିଶ୍ରମ ନେବାପରେ ନିଜ କାମ କରିହୁଏ ।[7][2] ଅଧିକ ଦିନ ବିଶ୍ରାମ ନେଲେ ଅଧିକ ଖରାପ ହୁଏ ।[2] ପାରାସେଟାମୋଲ ଓ ଏନଏସଏଆଇଡି (NSAIDs) ଆଦି ଔଷଧ ଯନ୍ତ୍ରଣା ନିମନ୍ତେ ଦିଆଯାଏ ।[2] ଶରୀର ନିୟନ୍ତ୍ରଣ ଅସୁବିଧା ହେଲେ ଫିଜିଓଥେରାପି (Physiotherapy) ଓ ମନୋଦଶା ଖରାପ ଥିଲେ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) ଦିଆଯାଇପାରେ ।[2] ହାଇପରବାରିକ ଅମ୍ଳଜାନ ଥେରାପି (hyperbaric oxygen therapy) ଓ ଚିରୋପ୍ରାକ୍ଟିକ (chiropractic therapy) ଥେରାପିର ଉପକାରୀତା ପ୍ରମାଣ ମିଳୁନି । [2]
ପ୍ରତି ବର୍ଷ ପ୍ରାୟ ୧୦୦୦ ଲୋକରେ ୬ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[3] ଆଘାତ ଜନିତ ମସ୍ତିଷ୍କ ଚୋଟ ମଧ୍ୟରୁ ଏହା ଅତି ସାଧାରଣ ରୋଗ ।[3] ପୁରୁଷ ଓ ଯୁବା ବୟସର ଲୋକମାନେ ଅଧିକ ଶିକାର ହୁଅନ୍ତି । [3] କନ୍କସନ ରୋଗର ଫଳାଫଳ ସାଧାରଣତଃ ଉତ୍ତମ ରହେ ।[10] ଗୋଟିଏ କନ୍କସନ ପୂର୍ବରୁ ଅନ୍ୟ ଏକ କନ୍କସନ ହୋଇ ଭଲ ହୋଇଯାଇଥିଲେ ସଦ୍ୟ କନ୍କସନର ଫଳ ନୈରାଶ୍ୟ ଜନକ ହୁଏ । [11][12] ବାରମ୍ବାର କନ୍କସନ ହେଲେ ପରବର୍ତ୍ତୀ ଜୀବନରେ କ୍ରନିକ ଟ୍ରମାଟିକ ଏନସେଫାଲୋପାଥି (chronic traumatic encephalopathy), ପାର୍କିନ୍ସନ୍ ରୋଗ ବା ଅବସାଦ (depression) ରୋଗ ସଙ୍କଟ ବୃଦ୍ଧି ପାଏ ।[13]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.