From Wikipedia, the free encyclopedia
ଓପିଅଏଡ ବ୍ୟବହାର ବେମାରୀ (ଇଂରାଜୀ ଭାଷାରେ Opioid use disorder) ଓପିଅଏଡ (opioid) ବ୍ୟବହାର କରିବାଦ୍ୱାରା ହୁଏ ଯାହା ଅନେକ ଅସୁବିଧା ଓ ସଙ୍କଟ ଆଣିଥାଏ ।[3] ଓପିଅଏଡ ସେବନ କଲେ ଅତ୍ୟଧିକ ଓପିଅଏଡ ସେବନ ଇଚ୍ଛା, ଓପିଅଏଡ ପ୍ରତି ଅଧିକ ସହନଶୀଳତା (tolerance), ଦାୟିତ୍ୱ ତୁଲେଇବାର ଅସାମର୍ଥ୍ୟ, ମାତ୍ରା କମେଇବାର ସମସ୍ୟା ଓ ବନ୍ଦ କରିବା ପରବର୍ତ୍ତୀ ଉଇଥଡ୍ରଆଲ ସିଣ୍ଡ୍ରୋମ (withdrawal syndrome) ଆଦି ଲକ୍ଷଣ ଦେଖାଯାଏ ।[5] ଓପିଅଏଡ ବନ୍ଦ କରିଦେଲେ ଅଇ, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ନିଦ୍ରା ସମସ୍ୟା ଓ କମ୍ ମନୋଭାବ (low mood) ରହେ ।[5] ସବସ୍ଟାନ୍ସ ବ୍ୟବହାର ବେମାରୀରେ (substance use disorder) ନିଶାଗ୍ରସ୍ତ (Addiction) ଓ ନିର୍ଭରଶୀଳତା (dependence) ଆଦି ଲକ୍ଷଣ ଥାଏ ।[12] ଜଟିଳ ଅବସ୍ଥା ହେଲେ ମାତ୍ରାଧିକ ଓପିଅଏଡ, ଆତ୍ମହତ୍ୟା, ଏଚଆଇଭି/ଏଡସ, ହେପାଟାଇଟିସ ସି, ବିବାହ ସମସ୍ୟା ଓ ବେକାରୀ ହୋଇପାରେ । [4][5]
ଓପିଅଏଡ ବ୍ୟବହାର ବେମାରୀ (Opioid use disorder) | |
---|---|
ଓପିଅଏଡ ନିଶା (Opioid addiction),[1] problematic opioid use,[1] opioid abuse,[2] opioid dependence[3] | |
ବିଭାଗ | ମାନସିକ ଚିକିତ୍ସା ବିଜ୍ଞାନ (Psychiatry) |
ଲକ୍ଷଣ | ଅତ୍ୟଧିକ ଓପିଅଏଡ ସେବନ ଇଚ୍ଛା, ଓପିଅଏଡ ପ୍ରତି ଅଧିକ ସହନଶୀଳତା (tolerance), କର୍ତ୍ତବ୍ୟ ସମ୍ବାଦନରେ ତୃଟି, ମାତ୍ରା କମେଇବାର ସମସ୍ୟା ଓ ବନ୍ଦ ପରବର୍ତ୍ତୀ ଉଇଥଡ୍ରଆଲ ସିଣ୍ଡ୍ରୋମ (withdrawal syndrome) [4][5] |
ଅବଧି | ଦୀର୍ଘକାଳୀନ[6] |
କାରଣ | ଓପିଅଏଡ (Opioids)[3] |
ରୋଗ ନିର୍ଣ୍ଣୟ ପଦ୍ଧତି | DSM-5ରେ ପ୍ରଦତ୍ତ ନିୟମାବଳି ଅନୁସାରେ[4] |
ସଠିକ ରୋଗ ନିର୍ଣ୍ଣୟ | ମଦ୍ୟାତ୍ୟୟ (Alcoholism) |
ଔଷଧ | ବୁପ୍ରେନର୍ଫିନ, ମେଥାଡନ, ନାଲଟ୍ରେକ୍ସୋନ[7][8] |
ଚିକିତ୍ସା | Opioid replacement therapy, behavioral therapy, twelve-step programs, take home naloxone[7][9][10] |
ପୁନଃପୌନିକ | c. ୦.୪%[4] |
ମୃତ୍ୟୁ ସାନ୍ଦ୍ରତା | ୧୨୨,୦୦୦ (୨୦୧୫)[11] |
ଓପିଅଏଡ ମଧ୍ୟରେ ହିରୋଇନ , ମର୍ଫିନ, ଫେଣ୍ଟାନିଲ , କୋଡିନ , ଅକ୍ସିକୋଡୋନ (oxycodone) ଓ ହାଇଡ୍ରୋକୋଡୋନ (hydrocodone) ଇତ୍ୟାଦି ପଦାର୍ଥମାନଙ୍କୁ ଅନ୍ତର୍ଭୁକ୍ତ କରାଯାଏ । [5][6] ଯୁକ୍ତରାଷ୍ଟ୍ର ଆମେରିକାରେ ଓପିଅଏଡ ପ୍ରେସକ୍ରିପସନ ନେଇ ଅନେକ ଲୋକ ବ୍ୟବହାର ଆରମ୍ଭ କରନ୍ତି ।[13][14] କେତେକ ଲୋକ ପ୍ରେସକ୍ରିପସନ ନେଇ ଓ କେତେକ ବେନିୟମ ଭାବରେ କିଣନ୍ତି । [13] ଡାଏଗନୋସ୍ଟିକ ଆଣ୍ଡ ସ୍ଟାଟିସ୍ଟିକାଲ ମାନୁଆଲ ଅଫ ମେଣ୍ଟାଲ ଡିଜଅର୍ଡ଼ର (DSM-5) ଅନୁସାରେ ଆମେରିକାଲ ସାଇକିଆଟ୍ରିକ ଆସୋସିଏସନ (American Psychiatric Association) ପ୍ରଦତ୍ତ ନିୟମାବଳି ଅନୁସରଣ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[4] ଏଗାରଟି ମାନଦଣ୍ଡରୁ ଗୋଟିଏ ବର୍ଷରେ ଦୁଇଟିରୁ ଅଧିକ ଥିଲେ ରୋଗ ନିର୍ଣ୍ଣୟ କରାଯାଏ ।[4] ଡାକ୍ତରୀ ପ୍ରେସକ୍ରିପସନ ଅନୁସାରେ ଔଷଧ ସେବନ କଲେ ଉଇଥଡ୍ରଆଲ ଓ ସହନଶୀଳତା ଭଳି ସମସ୍ୟା ଉପୁଜେ ନାହିଁ । [4]
ଅଧିକାଂଶ ସମୟରେ ଓପିଅଏଡ ବ୍ୟବହାର ବେମାରୀର ଚିକିତ୍ସା ନିମନ୍ତେ ବୁପ୍ରେନର୍ଫିନ ଓ ମେଥାଡନ ଭଳି ଓପିଅଏଡ ରିପ୍ଲେସମେଣ୍ଟ ଥେରାପି (Opioid replacement therapy) ଦିଆଯାଏ ।[7] ଏହି ଚିକିତ୍ସାରେ ମୃତ୍ୟୁ ସଙ୍କଟ ଟଳିଯାଏ ।[7] ଅଧିକନ୍ତୁ ରୋଗୀ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy), ଇଣ୍ଡିଭିଜୁଆଲ ବା ଗୃପ ଥେରାପି, ଟୁଏଲଭ୍-ସ୍ଟେପ ପ୍ରୋଗ୍ରାମ (twelve-step program) ଓ ସାହାଯ୍ୟକାରୀ ଥେରାପିରେ ଉପକୃତ ହୁଅନ୍ତି ।[9] ରିଲାପ୍ସ ନହେବା ନିମନ୍ତେ ନାଲଟ୍ରେକ୍ସୋନ ଦିଆଯାଇପାରେ ।[8] ମାତ୍ରାଧିକ ଓପିଅଏଡ ସେବନ ଚିକିତ୍ସା ନିମନ୍ତେ ନାଲୋକ୍ସୋନ (Naloxone) ଉପକାର କରେ । [10]
ସନ ୨୦୧୩ରେ ଓପିଅଏଡ ବ୍ୟବହାର ବେମାରୀ ପ୍ରାୟ ୦.୪% ଲୋକଙ୍କୁ ହୋଇଥିଲା ।[4] ସନ ୨୦୧୫ରେ ୧୫ ନିୟୁତ ଲୋକ ଏହି ରୋଗର ଶିକାର ହୋଇଥିଲେ ।[15] ଯନ୍ତ୍ରଣା ନିବାରଣ ନିମନ୍ତେ ୪% ଲୋକ ଓପିଅଏଡ ବ୍ୟବହାର କରନ୍ତି ।[16] ଅଳ୍ପ ବୟସର ଯୁବକମାନେ ଏହା ସେବନ କରିବା ଆରମ୍ଭ କରନ୍ତି ।[4] ମହିଳାଙ୍କ ଅପେକ୍ଷ ପୁରୁଷମାନେ ଅଧିକ ସେବନ କରନ୍ତି ।[4] ସନ ୨୦୧୫ରେ ଏହା ଯୋଗୁ ପୃଥିବୀରେ ୧୨୨,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ, [11] ଯାହା ସନ ୧୯୯୦ର ୧୮,୦୦୦ ମୃତ୍ୟୁ ଅପେକ୍ଷା ବହୁତ ଅଧିକ ଥିଲା ।[17] ମାତ୍ରାଧିକ ଓପିଅଏଡ ଯୋଗୁ ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୨,୦୦୦ରୁ ଅଧିକ ମୃତ୍ୟୁ ହୋଇଥିଲା ଓ ଏଥିରୁ କେବଳ ହିରୋଇନ ଯୋଗୁ ୧୫,୦୦୦ ମୃତ୍ୟୁ ହୋଇଥିଲା ।[18]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.