ଏହାର ଲକ୍ଷଣରେ ନାଳ ରକ୍ତ ଝାଡ଼ା, ଓଜନ ହ୍ରାସ, ଥକାପଣ, ଉଦର ଯନ୍ତ୍ରଣା ଓ ଆମିବୋମା ହୋଇପାରେ ଓ ଏହା ଯକୃତକୁ ଆକ୍ରମଣ From Wikipedia, the free encyclopedia
ଏଣ୍ଟାମିବା ହିଷ୍ଟୋଲିଟିକା ଏକ ଅଣବାୟୁଜୀବୀ ‘ଆମେବୋଜୋଆ’ ଯାହା ‘ଜେନସ ଏଣ୍ଟାମିବା’ର ଏକ ଅଂଶ ।[1] ପୃଥିବୀ ବ୍ୟାପୀ ମୁଖ୍ୟତଃ ଏହା ମାନବ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ମଧ୍ୟରୁ ପ୍ରାୟ ୩୫-୫୦% ଜଣଙ୍କୁ ସଂକ୍ରମିତ କରିଥାଏ ।[1] ପ୍ରତି ବର୍ଷ ଏହି ରୋଗ ଯୋଗୁ ପ୍ରାୟ ୫୫,୦୦୦ ଲୋକ ମୃତ୍ୟୁ ବରଣ କରନ୍ତି ।[2] ପୃଥିବୀର ୧୦% ଲୋକ ଏହି ରୋଗ ଭୋଗୁଥିବା ଧାରଣା ପୂର୍ବରୁ ଥିଲା କିନ୍ତୁ ପରେ ଜଣାଗଲା ଏମାନଙ୍କ ମଧ୍ୟରୁ ୯୦% ଅନ୍ୟ ଏକ ସ୍ପେସି ‘ଇ ପାର’ (E. dispar) ଯୋଗୁ ହୋଇଥାଏ ।[3]
ଏଣ୍ଟାମିବା ହିଷ୍ଟୋଲିଟିକା | |
---|---|
Entamoeba histolytica trophozoite | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
Unrecognized taxon (fix): | Entamoeba |
ଜାତି: | Template:Taxonomy/EntamoebaE. histolytica |
ବାଇନୋମିଆଲ ନାମ | |
Template:Taxonomy/EntamoebaEntamoeba histolytica Schaudinn, 1903 | |
ଏହାର ସକ୍ରିୟ ଆକାର ‘ଟ୍ରୋଫୋଜଏଟ’ କେବଳ ହୋଷ୍ଟ ଦେହରେ ଓ ସଦ୍ୟ ପରିତ୍ୟକ୍ତ ମଳରେ ଥାଏ; ଏହା ବ୍ୟତୀତ ଏହାର ଶିଷ୍ଟ ଆକାର ଜଳ, ମାଟି ଓ ଖାଦ୍ୟରେ ଥାଏ ବିଶେଷତଃ ଓଦା ଖାଦ୍ୟରେ ରହେ । ସଂକ୍ରମିତ ଲୋକର ମଳ ସ୍ପର୍ଶରେ ଥିବା କୌଣସି ପଦାର୍ଥ ପାଟିରେ ଲାଗିଲେ, ସଂକ୍ରମିତ ଜଳ ଓ ଖାଦ୍ୟ ଖାଇଲେ, ବା ଆଙ୍ଗୁଠି ଓ କୌଣସି ସ୍ଥାନରେ ଥିବା ଶିଷ୍ଟ ଖାଇଲେ ସୁସ୍ଥ ଲୋକ ସଂକ୍ରମିତ ହୋଇଯାଏ ।[4] .[5] ଅଧିକ ଉତ୍ତାପ ଓ ଥଣ୍ଡାରେ ଶିଷ୍ଟ ନଷ୍ଟ ହୋଇଯାଏ । [6] ଖାଇଥିବା ଶିଷ୍ଟ ଖାଦ୍ୟନଳୀରେ ନଷ୍ଟ ହୋଇ ତାହାର ଟ୍ରୋଫୋଜଏଟ ଆକାର ବାହାରକୁ ଆସେ । ଫ୍ୟୋଲେଶ ପ୍ରଥମେ ଏହାର ରୋଗ ସମ୍ପର୍କ ଥିବା ପ୍ରକାଶ କରିଥିଲେ । ଇ ହିଷ୍ଟୋଲିଟିକା (ତନ୍ତୁ ନଷ୍ଟକାରକ) ଶବ୍ଦ ଏକ ଧାରଣା ଦିଏ; ଏହା ଲକ୍ଷଣ ବିହୀନ ରହିପାରେ ବା ଆମିବିକ ଡିସେଣ୍ଟେରି ବା ଯକୃତ ଆବସେସ କରିପାରେ । [7][8] ଏହାର ଲକ୍ଷଣରେ ନାଳ ରକ୍ତ ଝାଡ଼ା, ଓଜନ ହ୍ରାସ, ଥକାପଣ, ଉଦର ଯନ୍ତ୍ରଣା ଓ ଆମିବୋମା ହୋଇପାରେ ଓ ଏହା ଯକୃତକୁ ଆକ୍ରମଣ କରିଥାଏ କିନ୍ତୁ ଫୁସଫୁସ, ମସ୍ତିଷ୍କ ଓ ପ୍ଳୀହାକୁ ଯାଇ ସେଠାରେ ମଧ୍ୟ ରୋଗ ସୃଷ୍ଟି କରିପାରେ । ଆମିବୋମା ଅନ୍ତନଳୀ ଫୁଟେଇ ରକ୍ତରେ ମିଶିପାରେ । ଯକୃତ ସଂକ୍ରମିତ ହୋଇ ଆବସେସ ହେଲେ ରୋଗ ସାଂଘାତିକ ହୋଇପାରେ ।[9][8] ଏହାର ଲକ୍ଷଣରେ ନାଳ ରକ୍ତ ଝାଡ଼ା, ଓଜନ ହ୍ରାସ, ଥକାପଣ, ଉଦର ୟନ୍ତ୍ରଣା ଓ ଆମିବୋମା ହୋଇପାରେ ଓ ଏହା ଯକୃତକୁ ଆକ୍ରମଣ କରିଥାଏ କିନ୍ତୁ ଫୁସଫୁସ, ମସ୍ତିଷ୍କ ଓ ପ୍ଳୀହାକୁ ଯାଇ ସେଠାରେ ରୋଗ ସୃଷ୍ଟି କରିପାରେ । ଆମିବୋମା ଅନ୍ତନଳୀ ଫୁଟେଇ ରକ୍ତରେ ମିଶିପାରେ । ଯକୃତ ସଂକ୍ରମିତ ହେଲେ ଆବସେସ ହୋଇ ସାଂଘାତିକ ହୋଇପାରେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.