ଆଲକହଲ (ଡାକ୍ତରୀ ବ୍ୟବହାର)
From Wikipedia, the free encyclopedia
From Wikipedia, the free encyclopedia
ଆଲକହଲ (ଇଂରାଜୀ ଭାଷାରେ Alcohols) ଅନେକ ଆକାରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଏ ଯେପରିକି ଆଣ୍ଟସେପ୍ଟିକ (antiseptic), ଡିସଇନଫେକ୍ଟାଣ୍ଟ (disinfectant) ଓ ଆଣ୍ଟିଡୋଟ (antidote) ଭାବରେ ବହୁଳ ବ୍ୟବହାର କରାଯାଏ ।[1] ଇଞ୍ଜେକସନ ଛୁଞ୍ଚି (needle stick) ଫୋଡ଼ିବା ପୂର୍ବରୁ ଓ ଅପରେଶନ ପୂର୍ବରୁ ଏହା ଚର୍ମ ଡିସଇନଫେକସନ (disinfect skin) ନିମନ୍ତେ ଲଗାଯାଏ । ରୋଗୀର ଚର୍ମ ଓ ଡାକ୍ତରଙ୍କର ହାତ ଡିସଇଫେକସନ ନିମନ୍ତେ ବ୍ୟବହାର କରାଯାଏ । ଅନ୍ୟାନ୍ୟ ଅନେକ ସ୍ଥାନ ପରିଷ୍କାର କରିବା ନିମନ୍ତେ ଲଗାଯାଏ ।[2] ଏହା ପାଟିରେ ଦିଆଯାଏ ଓ ମିଥାନଲ (methanol) ବା ଏଥିଲିନ ଗ୍ଲାଇକଲ ବିଷକ୍ରିୟାରେ (ethylene glycol toxicity) ଫୋମେପିଜୋଲ (fomepizole) ନମିଳିଲେ ଏହି ଆଲକହଲ ଶିରାଭ୍ୟନ୍ତର ଇଞ୍ଜେକସନ (injected into a vein) ଆକାରରେ ଦିଆଯାଏ । [1]
Clinical data | |
---|---|
Routes of administration | topical, intravenous, by mouth |
ATC code |
|
Legal status | |
Legal status |
|
Pharmacokinetic data | |
Metabolism | Liver |
Identifiers | |
CAS Number | |
PubChem CID | |
DrugBank | |
ChemSpider | |
Chemical and physical data | |
Formula | C2H6O |
Molar mass | ୪୬.୦୭ g·mol−1 |
3D model (JSmol) | |
SMILES
| |
InChI
|
ଏହା ଚର୍ମରେ ଲଗେଇଲେ ଜଳାପୋଡ଼ା ହୋଇପାରେ ।[2] ଏହା ଏକ ଜ୍ୱଳନଶୀଳ ପଦାର୍ଥ ହୋଇଥିବାଯୋଗୁ ଇଲେକ୍ଟ୍ରୋକଟେରି (electrocautery) ବ୍ୟବହାର କଲାବେଳେ ସାବଧାନ ରହିବା ଆବଶ୍ୟକ ।[1] ଇଥାନଲ (ethanol), ଡିନେଚର୍ଡ଼ ଇଥାନଲ (denatured ethanol), ୧-ପ୍ରୋପାନଲ (1-propanol) ଓ ଆଇସୋପ୍ରୋପାଇଲ ଆଲକହଲ (isopropyl alcohol) ଇତ୍ୟାଦି ଆଲକହଲର alcohol ପ୍ରତିରୂପ ।[3][4] ଏହା ଅନେକ ଅଣୁଜୀବ (microorganisms) ବିରୁଦ୍ଧରେ କାମକରେ କିନ୍ତୁ ସ୍ପୋରମାନଙ୍କୁ (spores) ଅକ୍ଷମ କରିପାରେନାହିଁ । ଏହା ୬୦%ରୁ ୯୦% ସାନ୍ଦ୍ରତାରେ ଉତ୍ତମ କାମକରେ ।[4]
ଆଲକହଲ ସନ ୧୩୬୩ରୁ ବ୍ୟବହାର ହୋଇଆସୁଛି ଓ ୧୮୦୦ ଶତାବ୍ଦୀର ଶେଷ ଭାଗରୁ ଏହା ବ୍ୟବହାର ନିମନ୍ତେ ଉପଲବ୍ଧ ହୋଇଆସୁଛି ।[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ବିକାଶଶୀଳ ଦେଶମାନଙ୍କରେ (developing world) ୭୦% ଡିନେଚର୍ଡ଼ ଆଲକହଲ ଏକ ଲିଟରର ମୂଲ୍ୟ ୧.୮୦ରୁ ୯.୫୦ ଆମେରିକୀୟ ଡଲାର ।[6] ସଂଯୁକ୍ତ ରାଷ୍ଟ୍ରରେ ଏହାର ୯୯% ଏକ ଲିଟରର ମୂଲ୍ୟ ୩.୯୦ ପାଉଣ୍ଡ ।[1] ବ୍ୟବହାରିକ ଫର୍ମୁଲା ହ୍ୟାଣ୍ଡ ରବ୍ (alcohol based hand rub) ଆକାରରେ ଓ କ୍ଲୋରହେକ୍ସିଡିନ ସହିତ ଏହା ମିଳେ ।[4][7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.