From Wikipedia, the free encyclopedia
ଆଇବୁପ୍ରୋଫେନ୍, ଆସୋବ୍ୟୁଟାଇଲଫିନାଇଲପ୍ରୋପାନିଇକ ଏସିଡରୁ (ଇଂରାଜୀ ଭାଷାରେ isobutylphenylpropanoic acid) ପ୍ରସ୍ତୁତ ଏକ ଅଣସ୍ଟିରଏଡ ପ୍ରଦାହରୋଧୀ ଔଷଧ ଯାହା ଯନ୍ତ୍ରଣା, ଜ୍ୱର ଓ ପ୍ରଦାହ ଭଳି ରୋଗ ନିମନ୍ତେ ଦିଆଯାଏ ।[4] କଷ୍ଟପ୍ରଦ ଋତୁସ୍ରାବ, ଅଧକପାଳୀ ଓ ରିଉମାଟଏଡ ଆର୍ଥ୍ରାଇଟିସ ଇତ୍ୟାଦି ରୋଗରେ ମଧ୍ୟ ଏହା ଦିଆଯାଏ ।[4] ଯେ କୌଣସି ଅଣସ୍ଟିରଏଡ ପ୍ରଦାହରୋଧୀ ଔଷଧ ଦେଲେ ପ୍ରାୟ ୬୦% ରୋଗରେ ଉନ୍ନତି ପରିଲକ୍ଷିତ ହୁଏ; ଏଣୁ ଗୋଟିଏ ଔଷଧରେ ଉପଶମ ନ ହେଲେ ଆଉ ଏକ ଔଷଧ ଦିଆଯାଏ ।[5] ଅପକ୍ୱ ଶିଶୁର ପିଡିଏ (ଇଂରାଜୀ ଭାଷାରେ patent ductus arteriosus) ଥିଲେ ତାହା ନିମନ୍ତେ ଆଇବୁପ୍ରୋଫେନ ବ୍ୟବହାର କରାଯାଇପାରେ । ଏହା ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ । ଏହା ସ୍ୱାଭାବିକ ଭାବେ ଏକ ଘଣ୍ଟା ମଧ୍ୟରେ କାମ କରେ । [4]
Clinical data | |
---|---|
Pronunciation | /ˈaɪbjuːproʊfɛn/, /aɪbjuːˈproʊfən/, EYE-bew-PROH-fən |
Trade names | Advil, Motrin, Nurofen, others |
AHFS/Drugs.com | monograph |
MedlinePlus | a682159 |
data |
|
Pregnancy category |
|
Routes of administration | Oral, rectal, topical, and intravenous |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 87–100% (oral), 87% (rectal)[1] |
Protein binding | 98%[1] |
Metabolism | Hepatic (CYP2C9)[1] |
Onset of action | 30 min[2] |
Elimination half-life | 1.3–3 h[1] |
Excretion | Urine (95%)[1][3] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.036.152 |
Chemical and physical data | |
Formula | C13H18O2 |
Molar mass | 206.29 g/mol |
3D model (JSmol) | |
Density | 1.03 g/ml g/cm3 |
Melting point | 75 to 78 °C (167 to 172 °F) |
Boiling point | 157 °C (315 °F) |
SMILES
| |
InChI
| |
(verify) |
ବକ୍ଷ ଜ୍ୱାଳା ଓ ରାସ୍ ଇତ୍ୟାଦି ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ।[4] ଅନ୍ୟାନ୍ୟ ଅଣସ୍ଟିରଏଡ ପ୍ରଦାହରୋଧୀ ଔଷଧ ଅପେକ୍ଷା ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଯଥା ପାକସ୍ଥଳୀଅନ୍ତନଳୀ ରକ୍ତସ୍ରାବ ଅଳ୍ପ ହୁଏ ।[5] ଏହା ହୃଦ୍ରୋଧ, ବୃକ୍କ ଫେଲ ଓ ଯକୃତ ଫେଲ ହେବା ସଙ୍କଟ ବଢ଼ିଯାଇପାରେ ।[4] ଅଳ୍ପ ଡୋଜ୍ରେ ଦେଲେ ହୃଦ୍ଘାତ ସଙ୍କଟ ବଢ଼େନାହିଁ, କିନ୍ତୁ ଡୋଜ୍ ଅଧିକ ହେଲେ ସଙ୍କଟ ବଢ଼ିପାରେ । ଆଜ୍ମା ରୋଗ ବଢ଼ିଯାଇପାରେ [5] ପ୍ରାକ୍ ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନ ହେଲେ ମଧ୍ୟ ପରେ ଏହା ବିପଦଜନକ ହୋଇପାରେ । ଅନ୍ୟାନ୍ୟ ଅଣସ୍ଟିରଏଡ ପ୍ରଦାହରୋଧୀ ଔଷଧ ଭଳି ଏହା ସାଇକ୍ଲୋଅକ୍ସିଜେନେଜ ଏନ୍ଜାଇମର କାମ କମେଇ ପ୍ରୋସ୍ଟାଗ୍ଲାଣ୍ଡିନ ତିଆରିରେ ବାଧା ସୃଷ୍ଟି କରି ଏହା କାମ କରେ । [4] ଅନ୍ୟାନ୍ୟ ଅଣସ୍ଟିରଏଡ ପ୍ରଦାହରୋଧୀ ଔଷଧ ଅପେକ୍ଷା ଆଇବୁପ୍ରୋଫେନ କିଛି ମାତ୍ରାରେ ଦୁର୍ବଳ ।[5]
ସନ ୧୯୬୧ରେ ସ୍ଟିୱାର୍ତ ଆଡାମ୍ସ୍ଙ୍କଦ୍ୱାରା ଆଇବୁପ୍ରୋଫେନ୍ ଆବିଷ୍କୃତ ହୋଇଥିଲା ।[6] ଏହାର ଅନେକ ବିକ୍ରୟ ନାମ ଅଛି ଯଥା - ଆଡଭିଲ, ମୋଟ୍ରିନ ଓ ନୁରୋଫେନ ।[4][7] ସନ ୧୯୭୪ରେ ଏହା ପ୍ରଥମେ ଇଂଲଣ୍ଡରେ ବିକ୍ରୟ ହୋଇଥିଲା ।[4][6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[4] ଏହାର ପ୍ରତି ଡୋଜ୍ର ହୋଲସେଲ ମୂଲ୍ୟ ୦.୦୧ରୁ ୦.୦୪ ଆମେରିକୀୟ ଡଲାର ।[9] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ପ୍ରତି ଡୋଜ୍ର ମୂଲ୍ୟ ୦.୦୫ ଡଲାର ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.