From Wikipedia, the free encyclopedia
ଅଭିଜିତ ବିନାୟକ ବାନାର୍ଜୀ (ବଙ୍ଗଳା: অভিজিৎ বিনায়ক বন্দ্যোপাধ্যায়; ଜନ୍ମ ୧୯୬୧) ଜଣେ ଭାରତରେ ଜନ୍ମିତ ଆମେରିକୀୟ ଅର୍ଥଶାସ୍ତ୍ରୀ । ବାନାର୍ଜୀଙ୍କୁ ୨୦୧୯ ମସିହାରେ ଏସ୍ଥର ଡଫ୍ଲୋ ଓ ମାଇକେଲ କ୍ରେମେରଙ୍କ ସହ "ବିଶ୍ୱରେ ଦାରିଦ୍ର ଦୂରୀକରଣ କରିବାର ପ୍ରୟାସକୁ" ନେଇ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । [6] ସେ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ । ଅଭିଜିତ ବାନାର୍ଜୀ ଓ ଏସ୍ଥର ଡଫ୍ଲୋ ନୋବେଲ ପୁରସ୍କାର ପାଇଥିବା ଷଷ୍ଠ ସ୍ୱାମୀ-ସ୍ତ୍ରୀ ଯୋଡି ।
ଅଭିଜିତ ବାନାର୍ଜୀ | |
---|---|
ଜନ୍ମ | |
ଜାତୀୟତା | ଆମେରିକୀୟ<be>ଭାରତୀୟ |
ବୈବାହିକ-ସାଥୀ(s) | ଅରୁନ୍ଧତୀ ଟୁଲୀ (ବିବାହ ବିଚ୍ଛେଦ) ଏସ୍ଥର ଡଫ୍ଲୋ (୨୦୧୫–ବର୍ତ୍ତମାନ) |
ପୁରସ୍କାର | Nobel Memorial Prize (2019)[3] |
ବିଜ୍ଞାନୀ ଜୀବନ | |
କର୍ମାନୁଷ୍ଠାନ | ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ |
ଡକ୍ଟରୀ ଉପଦେଷ୍ଟା | Eric Maskin |
ଡକ୍ଟରୀ ଛାତ୍ର | Esther Duflo[4] Dean Karlan[5] Benjamin Jones |
ବାନାର୍ଜୀଙ୍କ ଜନ୍ମ ଭାରତର ମୁମ୍ବାଇରେ ହେଇଥିଲା । ମାଆ ନିର୍ମଳା ବାନାର୍ଜୀ ସେଣ୍ଟର ଫର୍ ସାମାଜିକ ବିଜ୍ଞାନ ଓ ବାପା ଦୀପକ ବାନାର୍ଜୀ ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରର ବିଭାଗର ମୁଖ୍ୟ ଥିଲେ । ସେ କଲିକତାର ସାଉଥ ପଏଣ୍ଟ ବିଦ୍ୟାଳୟରେ ପଢ଼ିଥିଲେ । ବିଦ୍ୟାଳୟରେ ପଢ଼ା ଶେଷ ପରେ ୧୯୮୧ ମସିହାରେ ସେ କଲିକତାର ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ଓ ପରେ ୧୯୮୩ ମସିହାରେ ଦିଲ୍ଲୀର ଜବାହରଲାଲ ନେହୁରୁ ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିଥିଲେ । ୧୯୮୮ ମସିହାରେ ହ୍ୱାବାର୍ଡ ବିଶ୍ୟାବିଦ୍ୟାଳୟରେ ପିଏଚଡି ଡିଗ୍ରୀ ପ୍ରାପ୍ତ କରିଥିଲେ ।
ବାନାର୍ଜୀ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.