ହଂକଂ କ୍ରିକେଟ ଖେଳାଳୀ From Wikipedia, the free encyclopedia
ଅଂଶୁମାନ ରଥ (ଜନ୍ମ: ୫ ନଭେମ୍ବର ୧୯୯୭) ଜଣେ ହଂକଂ କ୍ରିକେଟ ଖେଳାଳୀ ।[1] ସେ ଏବେକାର ହଂକଂ ଜାତୀୟ କ୍ରିକେଟ ଦଳର ଅଧିନାୟକ ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ଅଂଶୁମାନ ରଥ | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | ହଂକଂ | ୫ ନଭେମ୍ବର ୧୯୯୭|||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ବାମ-ହାତୀ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | ବାମହାତି ସ୍ପିନ୍ | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | ବ୍ୟାସ୍ମ୍ୟାନ, କେବେ କେବେ ୱିକେଟ ରକ୍ଷକ | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap [[List of ହଂକଂ ODI cricketers|୨୯]]) | ୮ ନଭେମ୍ବର ୨୦୧୪ v ପପୁଆ ନିଉ ଗାଏନିଆ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | ୧୬ ସେପ୍ଟେମ୍ବର ୨୦୧୮ v ପାକିସ୍ତାନ | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap [[List of ହଂକଂ Twenty20 International cricketers|୧୭]]) | ୧୫ ଜୁଲାଇ ୨୦୧୫ v ନେପାଳ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | ୧୮ ଜାନୁଆରୀ ୨୦୧୭ v ନେଦରଲ୍ୟାଣ୍ଡସ୍ | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: CricketArchive, ୧୬ ସେପ୍ଟେମ୍ବର ୨୦୧୮ |
ଅଂଶୁମାନ ହଂକଂରେ ରହୁଥିବା ଜଣେ ଭାରତୀୟ ବଂଶଧର । ତାଙ୍କ ବାପା ଓଡ଼ିଶାର ଭୁବନେଶ୍ୱରର ସହିଦନଗର ଅଞ୍ଚଳରୁ ଯାଇ ହଂକଂରେ ରହିଥିଲେ ।[2] ସେ ମାତ୍ର ୪ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ତାଙ୍କ ବାପା ତାଙ୍କୁ କ୍ରିକେଟ ଖେଳିବାକୁ ପ୍ରେରଣା ଦେଇଥିଲେ । ଏହାପରେ ସେ ୮ ବର୍ଷ ବୟସରେ କ୍ରିକେଟ ଖେଳ ପାଇଁ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ ।[2] ସେ ୱେଷ୍ଟ ଆଇଲାଣ୍ଡ ସ୍କୁଲରେ ପାଠ ପଢ଼ୁଥିଲେ ।[3]
୮ ନଭେମ୍ବର ୨୦୧୪ରେ ଅଂଶୁମାନ ଆନ୍ତର୍ଜତିକ ଦିନିକିଆ କ୍ରିକେଟରେ ଅଷ୍ଟ୍ରେଲିଆଠାରେ ପପୁଆ ନିଉ ଗାଏନିଆ ସହ ଖେଳିବା ଅରମ୍ଭ କରିଥିଲେ ।[4] ଏହାପରେ ସେ ୨୦୧୫ ମସିହାରେ ୨୦୧୫ ଟି୨୦ କ୍ରିକେଟ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ଖେଳରେ ନେପାଳ ସହିତ ହଂକଂରେ ପ୍ରଥମ ଆନ୍ତର୍ଜାତୀୟ ଟି୨୦ କ୍ରିକେଟ ଖେଳିଥିଲେ ।[5] ଏହାପରେ ୧୧ ନଭେମ୍ବର ୨୦୧୫ରେ ଆରବ ଦେଶ ବିରୁଦ୍ଧରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ହଂକଂଠାରେ ଅନୁଷ୍ଠିତ ଖେଳରେ ଖେଳିବା ଆରମ୍ଭ କରିଥିଲେ ।[6]
୧୬ ଫେବୃଆରୀ ୨୦୧୭ରେ ଆଇସିସି ବିଶ୍ୱ କ୍ରିକେଟ ଲିଗ୍ ଚମ୍ପିଆନସିପ୍ରେ ନେଦରଲ୍ୟାଣ୍ଡ ବିରୁଦ୍ଧରେ ସେ ଗ୍ରୁପ A ଶ୍ରେଣୀରେ ତାଙ୍କର ଦ୍ୱିତୀୟ ଶତକ ହାସଲ କରିଥିଲେ ଏବଂ ଦଳ ପାଇଁ ୩ୟ ୱିକେଟରେ ବାବର ହାୟତଙ୍କ ସହ ୧୯୭ ରନ ଯୋଗ କରିଥିଲେ । ଏହା ବିଶ୍ୱ କ୍ରିକେଟ ଲିଗ୍ ମ୍ୟାଚ ଏବଂ ହଂକଂ ଦଳ ପାଇଁ ଏକ ରେକର୍ଡ଼ ହୋଇଥିଲା ।[7]
୨୦୧୭ ଡିସେମ୍ବରରେ ସେ ଆନ୍ତର୍ଜାତୀୟ ଦିନିକିଆରେ ପପୁଆ ନିଉ ଗାଏନିଆ ବିରୁଦ୍ଧରେ ପ୍ରଥମ ଶତକ ହାସଲ କରିଥିଲେ । ଏହିଦିନ ସେ ୧୪୩ ରନ୍ କରି ଅପରାଜିତ ଥିଲେ ।[8] ଏହି ରନ୍ ଦିନିକିଆରେ ହଂକଂ କ୍ରିକେଟ ଦଳର ଖେଳାଳୀମାନଙ୍କ ମଧ୍ୟରେ ସର୍ବାଧିକ ଥିଲା ।[8] ସେ ୨୦୧୫-୧୭ ଆଇସିସି ବିଶ୍ୱ କ୍ରିକେଟ ଲିଗ୍ ଚମ୍ପିଆନସିପ୍ରେ ସମୁଦାୟ ୧୦ଟି ମ୍ୟାଚରେ ୬୭୮ ରନ ସଂଗ୍ରହ କରି ସର୍ବାଧିକ ରନ କରିଥିବା ଖେଳାଳୀ ସାବ୍ୟସ୍ତ ହୋଇଥିଲେ ।[9]
ଅଗଷ୍ଟ ୨୦୧୮ରେ ସେ ହଂକଂ ଦଳର ଉପ-ଅଧିନାୟକ ଭାବରେ ୨୦୧୮ ଏସିଆ କପ୍ର ଯୋଗ୍ୟତା ପର୍ଯ୍ୟାୟରେ ଖେଳିବା ପାଇଁ ମନୋନୀତ ହୋଇଥିଲେ ।[10] ମାତ୍ର ଅଧିନାୟକ ବାବର ହାୟାତଙ୍କ ଜାଗାରେ ସେ ଅଧିନାୟକ ରୂପେ ଖେଳିଥିଲେ ।[11][12] ଏହାପରେ ସେମାନେ ଯୋଗ୍ୟତା ପର୍ଯ୍ୟାୟ ଅତିକ୍ରମ କରିଥିଲେ ଏବଂ ସେ ୨୦୧୮ ଏସିଆ କପ୍ ପାଇଁ ହଂକଂ ଦଳର ଅଧିନାୟକ ଭାବରେ ଖେଳିଥିଲେ ।[13]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.