From Wikipedia, the free encyclopedia
କ୍ୟାଣ୍ଡିଡିଆସିସ୍ (ଇଂରାଜୀରେ Candidiasis) ଏକ ପ୍ରକାର ଫିମ୍ପି ବା କବକ ସଂକ୍ରମଣ ଯାହା ଯେ କୌଣସି ପ୍ରକାର କ୍ୟାଣ୍ଡିଡାଦ୍ୱାରା (ଏକ ପ୍ରକାର yeast) ହୁଏ । [1] ପାଟିରେ ଏହି ସଂକ୍ରମଣ ହେଲେ ଥ୍ରସ୍ କୁହାଯାଏ । [1] ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜିଭରେ, ପାଟିରେ ବା ଗଳାରେ ଗୋଟିଏ ଧଳା ପ୍ୟାଚ୍ ଦେଖାଯାଏ । [2] ଅନ୍ୟ ଲକ୍ଷଣ ମଧ୍ୟରେ ତଣ୍ଟି ପ୍ରଦାହ ହୋଇ ଗିଳିବାରେ ଅଦୁବିଧା ହୁଏ । [2] ଯୋନୀପଥ ଏହି ରୋଗଦ୍ୱାରା ସଂକ୍ରମିତ ହେଲେ ସାଧାରଣତଃ ଇଷ୍ଟ ସଂକ୍ରମଣ (yeast) ହୋଇଛି ବୋଲି କୁହାଯାଏ । [1] ethire ଯୌନାଙ୍ଗ କୁଣ୍ଡେଇ ହୁଏ, ଜଳାପୋଡ଼ା କରେ ଓ ବେଳେ ବେଳେ ଯୋନୀପଥରୁ ଛେନା ଭଳି ପଦାର୍ଥ ବିସର୍ଜିତ ହୁଏ ।[3] ଲିଙ୍ଗ ସଂକ୍ରମଣ ହେଲେ କୁଣ୍ଡେଇ ହୁଏ । [2] କ୍ୱଚିତ୍ ଏହି ସଂକ୍ରମଣ ଦେହସାରା ବ୍ୟାପିଯାଇ ଜ୍ୱର ସହ ଅନ୍ୟାନ୍ୟ ଅଙ୍ଗ ଅନୁଯାୟୀ ଲକ୍ଷଣ ଦେଖାଯାଏ । [4]
କ୍ୟାଣ୍ଡିଡିଆସିସ୍ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*], dermatology[*] |
ଆଇସିଡ଼ି-୧୦ | B37. |
ଆଇସିଡ଼ି-୯-ସିଏମ୍ | 112 |
ରୋଗ ଡାଟାବେସ | 1929 |
ମେଡ଼ିସିନ-ପ୍ଲସ | 001511 |
ଇ-ମେଡ଼ିସିନ | med/264 emerg/76 ped/312 derm/67 |
Patient UK | କ୍ୟାଣ୍ଡିଡିଆସିସ୍ |
MeSH | D002177 |
୨୦ ପ୍ରକାରରୁ ଅଧିକ କ୍ୟାଣ୍ଡିଡା ମଧ୍ୟରେ କ୍ୟାଣ୍ଡିଡା ଆଲ୍ବିକାନ୍ସ୍ ଅତି ସାଧାରଣ । [1] ପାଟି ସଂକ୍ରମଣ ଅତି ସାଧାରଣ ଓ ଏହା ଏକ ମାସରୁ କମ୍ ବୟସର ପିଲାଙ୍କଠାରେ, ବୟଷ୍କଙ୍କଠାରେ ଓ ଦୂର୍ବଳ ଇମ୍ମ୍ୟୁନ୍ ସିସ୍ଟମ ଥିଲେ ଏହି ରୋଗ ହୁଏ । ଏଚ.ଆଇ.ଭି./ ଏଡସ, ଅଙ୍ଗ ପ୍ରତିରୋପଣ ପରେ, ଡାଏବେଟିସ ଓ କର୍ଟିକୋସ୍ଟିରଏଡ ବ୍ୟବହାର କଲେ ଦୂର୍ବଳ ଇମ୍ମ୍ୟୁନିଟି ହୁଏ . କୃତ୍ରିମ ଦାନ୍ତ ଓ ଆଣ୍ଟିବାୟୋଟିକ୍ ଚିକିତ୍ସା ପରେ ମଧ୍ୟ ଏହି ରୋଗ ସଙ୍କଟ ବାହାରେ । [5] ଗର୍ଭାବସ୍ଥାରେ, ଦୂର୍ବଳ ଇମ୍ମ୍ୟୁନିଟି ଥିଲେ ଓ ଆଣ୍ଟିବାୟୋଟିକ୍ ବ୍ୟବହାର ପରେ ଯୋନୀପଥ ସଂକ୍ରମଣ ସାଧାରଣତଃ ହୁଏ । [6] ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ରହିଲେ, ଅପରେଶନ୍ ପରେ, ସ୍ୱଳ୍ପ ଓଜନର ଛୁଆ ଓ ଦୂର୍ବଳ ଇମ୍ମ୍ୟୁନିଟି ଥିଲେ ଶରୀରସାରା ସଂକ୍ରମଣ ସଙ୍କଟ ଥାଏ । [7]
ଦୂର୍ବଳ ଇମ୍ମ୍ୟୁନିଟି ଥିବା ଲୋକ ଓ ସ୍ଟିରଏଡ୍ ନାକରେ ନେଉଥିବା ଲୋକ କ୍ଲୋରୋହେକ୍ସିଡିନ୍ ପାଟି ଧୁଆ କଲେ ସଂକ୍ରମଣ ପ୍ରତିରୋଧ କରିହୁଏ । [8] ପ୍ରତିଷେଧ ବା ଚିକିତ୍ସା ନିମନ୍ତେ ପ୍ରୋବାୟୋଟିକ ବ୍ୟବହାର କଲେ କୌଣସି ଉପକାରର ପ୍ରମାଣ ମିଳୁନି । [9][10] ପାଟି ସଂକ୍ରମଣ ନିମନ୍ତେ ସ୍ଥାନୀୟ କ୍ଲୋଟ୍ରାଇମାଜୋଲ କିମ୍ବା ନିସ୍ଟାଣ୍ଟିନ ବ୍ୟବହାର ଫଳପ୍ରଦ ହୁଏ । ଏହି ଔଷଧ ଫଳପ୍ରଦ ନ ହେଲେ ପାଟିରେ କିମ୍ବା ଶୀରାମାଧମରେ ଫ୍ଲୁକୋନାଜୋଲ, ଇଟ୍ରାକୋନାଜୋଲ କିମ୍ବା ଆମ୍ଫୋଟେରିସିନ୍ ବି ଦିଆଯାଏ । [8] ଯୋନୀପଥ ସଂକ୍ରମଣ ନିମନ୍ତେ କ୍ଲୋଟ୍ରାଇମାଜୋଲ ସହ ଅନେକ ଗୁଡ଼ିଏ ଆଣ୍ଟିଫଙ୍ଗାଲ ଔଷଧ ଦିଆଯାଏ । [11] ଦେହର ଚାରିଆଡ଼େ ହୋଇଥିଲେ ଶୀରାମାଧ୍ୟମ ଆମ୍ଫୋଟେରିସିନ୍ ବି ଅଧିକାଂଶ ସମୟରେ ଦିଆଯାଏ । [12] ଅତ୍ୟଧିକ ସଙ୍କଟାପନ୍ନ ଲୋକଙ୍କୁ ପ୍ରତିଷେଧକ ଆଣ୍ଟିଫଙ୍ଗାଲ ଔଷଧ ଦିଆଯାଏ । [7]
ଏକ ମାସରୁ କମ୍ ବୟସର ଶିଶୁଙ୍କ ମଧ୍ୟରୁ ୬ % ଶିଶୁଙ୍କୁ ସଂକ୍ରମଣ ହୁଏ । ଆଣ୍ଟିବାୟୋଟିକ ଗ୍ରହଣ କରୁଥିବା ୨୦ % କର୍କଟ ରୋଗୀ ଓ ୨୦ % ଏଡ୍ସ୍ ରୋଗୀ ଏହି ସଂକ୍ରମଣର ଶିକାର ହୁଅନ୍ତି । [13] ତିନି ଚତୁର୍ଥାଂଶ ମହିଳା ଜୀବନର କୌଣସି ନା କୌଣସି ସମୟରେ ଗୋଟିଏ ଥର ସଂକ୍ରମଣ ଭୋଗନ୍ତି । [14] କୌଣସି ସଙ୍କଟ ନ ଥିଲେ ବିସ୍ତୃତ ରୋଗ କ୍ୱଚିତ୍ ଦେଖାଯାଏ । [15] ଏହି ରୋଗକୁ କ୍ୟାଣ୍ଡିଡୋସିସ୍, ମୋନିଲିଆସିସ୍ ଓ ଓଏଡିଓମାକୋସିସ୍ ନାମ ମଧ୍ୟ ଦିଆଯାଇଥାଏ । [16]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.