From Wikipedia, the free encyclopedia
ଆଞ୍ଜିଓଇଡିମା (ଇଂରାଜୀ ଭାଷାରେ Angioedema) କହିଲେ ଡର୍ମିସ (lower layer of skin ବା ଚର୍ମର ତଳ ସ୍ତର), ଚର୍ମତଳ ତନ୍ତୁ (tissue just under the skin) ଓ ମ୍ୟୁକୋସ ଝିଲ୍ଲି (mucous membrane) ଫୁଲିଯିବାକୁ ବୁଝାଏ ।[1][3] ମୁଖ ମଣ୍ଡଳ, ଜିଭ, ସ୍ୱରପେଟିକା ବା ଲାରିଙ୍କ୍ସ (larynx), ପେଟ ବା ହାତ ଓ ଗୋଡ଼ମାନଙ୍କରେ ଦେଖାଯାଇଥାଏ ।[1] ଅନେକ ସମୟରେ ଏହା ସହିତ ଅର୍ଟିକାରିଆ ବା ଅଗିଆ ବାତ (hives) ରହିପାରେ ଯାହା ଚର୍ମର (skin) ଉପର ସ୍ତରର ଫୁଲିବାକୁ କୁହାଯାଏ ।[1][3] କିଛି ମିନିଟରୁ କିଛି ଘଣ୍ଟା ମଧ୍ୟରେ ଏହି ରୋଗ ଦେଖାଯାଏ । [1]
ଆଞ୍ଜିଓଇଡିମା | |
---|---|
ଆଞ୍ଜିଓଇଡିମା (Angiooedema), କ୍ୱିନ୍କସ ଇଡିମା (Quincke's edema), ଆଞ୍ଜିଓନିଉରୋଟିକ ଇଡିମା (angioneurotic edema) | |
ବିଭାଗ | ଆଲର୍ଜି ଓ ଇମ୍ୟୁନୋଲୋଜି (Allergy and immunology) |
ଲକ୍ଷଣ | ଫୁଲା କ୍ଷେତ୍ର (Area of swelling)[1] |
ଆକ୍ରାନ୍ତ ସମୟ | କିଛି ମିନିଟରୁ କିଛି ଘଣ୍ଟା[1] |
ବିପଦ କାରକ | ପାରିବାରିକ ଇତିହାସ[2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣରୁ ରୋଗ ନିର୍ଣ୍ଣୟ[2] |
ସଠିକ ରୋଗ ନିର୍ଣ୍ଣୟ | ଆନାଫାଇଲାକ୍ସିସ (Anaphylaxis), ପୁଞ୍ଜିତ ପୂଯ (abscess), କଣ୍ଟାକ୍ଟ ଡର୍ମାଟାଇଟିସ (contact dermatitis)[2] |
ଔଷଧ | ହିସ୍ଟାମିନ Histamine: ଆଣ୍ଟିହିସ୍ଟାମିନ (antihistamines), କର୍ଟିକୋସ୍ଟିରଏଡ (corticosteroids), ଏପିନେଫ୍ରିନ (epinephrine)[1] ବ୍ରାଡିକାଇନିନ (Bradykinin): ସି୧ ଇସ୍ଟରେଜ ଇନହିବିଟର (C1 esterase inhibitor), ଏକାଲାଣ୍ଟାଣ୍ଟାଇଡ (ecallantide), ଇକାଟିବ୍ୟାଣ୍ଟ (icatibant), ଫ୍ରେସ ଫ୍ରୋଜନ ପ୍ଲାଜ୍ମା (fresh frozen plasma)[1] |
ଚିକିତ୍ସା | ଇନଟ୍ୟୁବେସନ (Intubation), କର୍ଟିକୋଥାଇରଏଡେକ୍ଟୋମି (cricothyroidotomy)[1] |
ପୁନଃପୌନିକ | ~ ଏକ ବର୍ଷକୁ ୧00,000 ଆମେରିକାରେ (US)[1] |
ଏହି ରୋଗ ପ୍ରସ୍ତୁତିରେ ହିସ୍ଟାମିନ (histamine) ଓ ବ୍ରାଡିକାଇନିନର (bradykinin) ଭୂମିକା ରହୁଛି ।[1] ଖାଦ୍ୟ, ଔଷଧ (en:medications) ଓ ପୋକକାମୁଡ଼ା ଯୋଗୁ ଆଲର୍ଜି ପ୍ରତିକ୍ରିୟା ହେଉଥିଲେ ହିସ୍ଟାମିନର ଭୂମିକା ରହେ ।[1] ସି୧ ଇସ୍ଟରେଜ ଇନହିବିଟର ଡେଫିସିଏନ୍ସି (C1 esterase inhibitor deficiency) ଭଳି ବଂଶାନୁକ୍ରମିକ (inherited) ରୋଗ, ଅଞ୍ଜିଓଟେନସିନ କନଭର୍ଟିଙ୍ଗ ଏଞ୍ଜାଇମ ଇନହିବିଟର (angiotensin converting enzyme inhibitors) ବା ଲିମ୍ଫୋପ୍ରୋଲିଫରେଟିଭ ଡିଜଅର୍ଡ଼ର (lymphoproliferative disorder) ଇତ୍ୟାଦି ରୋଗମାନଙ୍କରେ ବ୍ରାଡିକାଇନିନର ଭୂମିକା ଥାଏ । [1]
ସୁରକ୍ଷିତ ଖୋଲା ଶ୍ୱାସନଳୀ ଚାଲୁରଖିବା ନିମନ୍ତେ ଇନଟ୍ୟୁବେସନ (intubation) ବା କ୍ରିକୋଥାଇରଏଡୋକ୍ଟୋମି (cricothyroidotomy) ଅପରେଶନ କରାଯାଏ ।[1] ହିସ୍ଟାମିନ ସମ୍ପର୍କୀୟ ଆଞ୍ଜିଓଇଡିମା ରୋଗରେ ଆଣ୍ଟିହିସ୍ଟାମିନ (antihistamine), କର୍ଟିକୋସ୍ଟିରଏଡ (corticosteroid) ଓ ଏପିନେଫ୍ରିନ ଦେଇ ଚିକିତ୍ସା କରାଯାଏ ।[1] ବ୍ରାଡିକାଇନିନ ସମ୍ପର୍କୀୟ ରୋଗମାନଙ୍କରେ ସି୧ ଇସ୍ଟରେଜ ଇନହିବିଟର (C1 esterase inhibitor), ଏକାଲାଣ୍ଟାଇଡ (ecallantide) ବା ଇକାଣ୍ଟିବାଣ୍ଟ (icatibant) ଦିଆଯାଇପାରେ ।[1] ଫ୍ରେସ ଫ୍ରୋଜନ ପ୍ଲାଜମା ମଧ୍ୟ ଦିଆଯାଇପାରେ ।[1] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିବର୍ଷ ଏହି ରୋଗରେ ପ୍ରାୟ ୧୦୦,୦୦୦ ଲୋକ ଆକ୍ରାନ୍ତ ହୁଅନ୍ତି ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.