କୋଲେଷ୍ଟାସିସ ରୋଗରେ ପିତ୍ତ ଉତ୍ପାଦନ ହ୍ରାସ ହୋଇଥାଏ ବା ଯକୃତରୁ ଅନ୍ତନଳୀକୁ କମ୍ ପିତ୍ତ ପ୍ରବାହ ହୋଇଥାଏ । From Wikipedia, the free encyclopedia
କୋଲେଷ୍ଟାସିସ ରୋଗରେ ପିତ୍ତ ଉତ୍ପାଦନ ହ୍ରାସ ହୋଇଥାଏ ବା ଯକୃତରୁ ଅନ୍ତନଳୀକୁ କମ୍ ପିତ୍ତ ପ୍ରବାହ ହୋଇଥାଏ । [1] ଏହାର ଲକ୍ଷଣ ମଧ୍ୟରେ ଗଲୁ, ଚର୍ବିଳ ମଳ, ଥକ୍କାଣ, ଚର୍ମରେ ଚର୍ବିଳ ପଦାର୍ଥ ଜମିବା ଏବଂ ଚର୍ମ ଓ ଆଖି ହଳଦିଆ ରଙ୍ଗ ଧାରଣ କରେ (ଜଣ୍ଡିସ୍) ହୋଇପାରେ | [1] ରୋଗ ଜଟିଳ ହେଲେ ଚର୍ବଦ୍ରବଣୀୟ ଜୀବସାରମାନଙ୍କର ଅଭାବ ହୋଇପାରେ | [1]
Cholestasis | |
---|---|
Cholestatic liver disease, cholestatic jaundice | |
ବିଭାଗ | Gastroenterology |
ଲକ୍ଷଣ | Itchiness, fatty stool, tiredness, fatty deposits in the skin, yellowish skin and eyes[1] |
କାରଣ | Extrahepatic: Common bile duct stones, bile duct strictures, sclerosing cholangitis, bile duct cancer, pancreatic cancer[1] Intrahepatic: Viral hepatitis, alcoholic hepatitis, certain medications, pregnancy, sepsis, cystic fibrosis, primary biliary cholangitis[1] |
ରୋଗ ନିର୍ଣ୍ଣୟ ପଦ୍ଧତି | High direct bilirubin and high serum alkaline phosphatase[1] |
ଔଷଧ | Cholestyramine, ursodeoxycholic acid, antihistamines, naloxone[2] |
ଚିକିତ୍ସା | Surgery, medication[1] |
ପୁନଃପୌନିକ | Commons[3] |
ଏହାର କାରଣ ଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଏ ଯଥା:- ଯକୃତ ବାହାରେ ଏବଂ ଯକୃତ ଭିତରେ | [1] ଯକୃତ ବାହାରେ ଥିବା କାରଣଗୁଡ଼ିକରେ ସାମୁହିକ ପିତ୍ତନଳୀ ପଥର ରୋଗ, ସଙ୍କୁଚିତ ପିତ୍ତନଳୀ, ସ୍କ୍ଲେରୋଜିଙ୍ଗ କୋଲାଞ୍ଜାଇଟିସ୍, ପିତ୍ତ ନଳୀ କର୍କଟ ଏବଂ ଅଗ୍ନାଶୟ କର୍କଟ ଅନ୍ତର୍ଭୁକ୍ତ ହୋଇଥାଏ । [1] ଯକୃତ ଜନିତ କାରଣ: ଭୂତାଣୁ ଜନିତ ଯକୃତ ପ୍ରଦାହ, ମଦ୍ୟପାନ ଜନିତ ଯକୃତ ପ୍ରଦାହ, କିଛି ଔଷଧ, ଗର୍ଭ, ସେପ୍ସିସ, ସିସ୍ଟକ ଫାଇବ୍ରୋସିସ, ଏବଂ ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ । [1] ରକ୍ତ ପରୀକ୍ଷଣରେ ଏକ ଉଚ୍ଚ ଆଲକାଲାଇନ ଫସଫାଟେଜ ଓ ଅନୁକ୍ରମ ବିଲିରୁବିନ ଦେଖାଯାଇପାରେ | [1]
ଏହାର ମୂଳ କାରଣ ଏବଂ ଲକ୍ଷଣ ଉପରେ ଚିକିତ୍ସା ନିର୍ଭର କରେ | [1] ଅସ୍ତ୍ରୋପଚାର କରି ପିତ୍ତନଳୀ ଅବରୋଧ ଦୂର କରାଯାଇପାରେ । [1] ଗଲୁ ଉପଶମ ନିମନ୍ତେ କୋଲେଷ୍ଟିରାମିନ, ଅର୍ସୋଡିଅକ୍ସିକୋଲିକ ଏସିଡ, ଆଣ୍ଟିହିଷ୍ଟାମିନ ଓ ନାଲୋକ୍ସୋନ ଦିଆଯାଏ ।[1]ଗଲୁ ଚିକିତ୍ସାର ଅନ୍ୟ ବିକଳ୍ପଗୁଡ଼ିକରେ ଲାଇଟ ଥେରାପି ଓ ପ୍ଲାଜମାଫେରେସିସ ଦିଆଯାଇପାର ।[1] ପିତ୍ତନଳୀରେ ଅବରୋଧ ଫଳରେ ସାଧାରଣତଃ କୋଲେଷ୍ଟାସିସ ହୋଇଥାଏ | [4] [3]"କୋଲେଷ୍ଟାସିସ୍" ଶବ୍ଦଟି ଗ୍ରୀକ୍ ଭାଷାରୁ ନିଆଯାଇଛି ଯାହାର ଅର୍ଥ "ପିତ୍ତର ସ୍ଥିରତା" । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.