ଭୂତାଣୁ ଜନିତ ଯକୃତ ପ୍ରଦାହ ବା ଭାଇରାଲ୍ ହେପାଟାଇଟିସ୍ (ଇଂରାଜୀ ଭାଷାରେ Viral hepatitis) ଏକ ଯକୃତ ପ୍ରଦାହ ଯାହା ଭୂତାଣୁ ଯୋଗୁ ହୁଏ | [2] ଏହା ସ୍ୱଳ୍ପ କାଳୀନ (ତୀବ୍ର) କିମ୍ବା ଦୀର୍ଘକାଳୀନ (କ୍ରନିକ୍) ସଂକ୍ରମଣ ଭାବରେ ଉପସ୍ଥାପିତ ହୋଇପାରେ | [2] [1] ଏହାର ସ୍ୱଳ୍ପ କାଳୀନ ଲକ୍ଷଣ ମଧ୍ୟରେ ଜ୍ୱର, ଥକ୍କାପଣ, ଉଦର ଯନ୍ତ୍ରଣା, ବାନ୍ତି, ଗାଢ଼ ପରିସ୍ରା ଏବଂ ହଳଦିଆ ଚର୍ମ ହୋଇପାରେ | [1] ଦୀର୍ଘକାଳୀନ ଲକ୍ଷଣରେ ସିରୋସିସ୍, ଯକୃତ ବିଫଳତା କିମ୍ବା ଯକୃତ କର୍କଟ ହୋଇପାରେ[2]

Quick Facts Viral hepatitis, ବିଭାଗ ...
Viral hepatitis
Thumb
Micrograph showing ground glass hepatocytes, which are seen in chronic hepatitis B infections (a type of viral hepatitis), and represent accumulations of viral antigen in the endoplasmic reticulum. H&E stain.
ବିଭାଗGastroenterology
ଲକ୍ଷଣNone, fever, tiredness, abdominal pain, vomiting, dark urine, yellowish skin[1]
ଅବଧିShort or long-term[2]
କାରଣHepatitis A, B, C, D, E, X[2]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests[3]
ପ୍ରତିକାରVaccination, sanitation[1][4]
ଚିକିତ୍ସାSupportive, medications, liver transplant[1]
ପୁନଃପୌନିକShort-term: >10 million[5][6]
Long-term: 325 million[7]
Close

ସାଧାରଣତ ଏହା ପାଞ୍ଚଟି ଅଣସମ୍ବନ୍ଧୀୟ ଭୂତାଣୁ ହେପାଟାଇଟିସ୍ ଏ, ବି, ସି, ଡି, କିମ୍ବା କାରଣରୁ ଘଟିଥାଏ | [2] ହେପାଟାଇଟିସ ଏ ଏବଂ ଇ ଦ୍ୱୟ ସାଧାରଣତଃ ଖାଦ୍ୟ ଏବଂ ଜଳ ମାଧ୍ୟମରେ ମଳଦ୍ୱାରା ପ୍ରଦୂଷିତ ହୋଇ ବିସ୍ତାର ଲାଭ କରେ । [2] ହେପାଟାଇଟିସ B, C, ଏବଂ ଡି ତ୍ରୟ ସଂକ୍ରମିତ ରକ୍ତ ମାଧ୍ୟମରେ ବିସ୍ତାର କରୁଛନ୍ତି । [2] କାରଣ ସ୍ପଷ୍ଟ ହେଉନଥିବା କ୍ଷେତ୍ରରେ ଏହାକୁ ଅଣ-ଏ-ଇ କିମ୍ବା ହେପାଟାଇଟିସ ଏକ୍ସ (X) କୁହାଯାଏ । [2] ହର୍ପିସ୍ ସିମ୍ପ୍ଲେକ୍‌ସ୍ ଭଳି ଅନ୍ୟ କେତେକ ଭୂତାଣୁମାନଙ୍କୁ ମଧ୍ୟ କାରଣରୂପେ ନିର୍ଣ୍ଣୟ କରାଯାଇଛି। [8] ରକ୍ତ ପରୀକ୍ଷାଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ | [3]

ଟୀକାକରଣଦ୍ୱାରା ହେପାଟାଇଟିସ୍ ଏ ଏବଂ ବି ରୋକାଯାଇପାରିବ, ଉନ୍ନତ ପରିମଳ ବ୍ୟବସ୍ଥାଦ୍ୱାରା ହେପାଟାଇଟିସ୍ ଏ ଏବଂ ଇ ରୋକାଯାଇପାରିବ | [1] [4] ହେପାଟାଇଟିସ୍ ଏ ଏବଂ ଇ ପ୍ରାୟ ନିଜେ ଉପଶମ ହୋଇଯାଆନ୍ତି | [2] [1] ଦୀର୍ଘକାଳୀନ ହେପାଟାଇଟିସ୍ ସି ପାଇଁ ପ୍ରଭାବଶାଳୀ ଚିକିତ୍ସା ଉପଲବ୍ଧ କିନ୍ତୁ ମହଙ୍ଗା ହୁଏ | ଦୀର୍ଘକାଳୀନ ହେପାଟାଇଟିସ୍ ବି ପାଇଁ ଔଷଧ ମଧ୍ୟ ବ୍ୟବହୃତ ହୋଇପାରେ ଜଟିଳ ରୋଗ ଦୂର କରିବା ପାଇଁ ଯକୃତ ପ୍ରତିରୋପଣ କରାଯାଇପାରେ ।[1]

ଦୀର୍ଘକାଳୀନ ଭୂତାଣୁ ଜନିତ ଯକୃତ ପ୍ରଦାହ ରୋଗ ବିଶ୍ୱରେ ପ୍ରାୟ ୩୨୫ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ (୨୫୭ ନିୟୁତ ହେପାଟାଇଟିସ୍ ବି ଏବଂ ୭୧ ନିୟୁତ ହେପାଟାଇଟିସ୍ ସି)। [7] [4] ହେପାଟାଇଟିସ୍ ଏ ଏବଂ ଇ ରୋଗ ସାରା ବିଶ୍ୱରେ ସଂକ୍ରମଣ କରିଥାଏ, ଯାହା ବିକାଶଶୀଳ ଦେଶମାନଙ୍କରେ ବର୍ଷକୁ ଅତି କମରେ ୧୦ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ, । [4] [5] [6] ଯକୃତ ପ୍ରଦାହର ଏହା ସବୁଠାରୁ ସାଧାରଣ କାରଣ | [1] ୨୦୧୩ରେ ପ୍ରାୟ ୧.୫ ନିୟୁତ ଲୋକ ଭୂତାଣୁ ଜନିତ ଯକୃତ ପ୍ରଦାହ ରୋଗରେ ମୃତ୍ୟୁ ବରଣ କରିଥିଲେ, ସାଧାରଣତଃ ହେପାଟାଇଟିସ୍ ବି ଏବଂ ସି କାରଣରୁ [9] ପୂର୍ବ ଏସିଆ ଏବଂ ଦକ୍ଷିଣ ଏସିଆ ସର୍ବାଧିକ ପ୍ରଭାବିତ ଅଞ୍ଚଳ ଅଟେ । [10] ସଂକ୍ରମଣୀୟ ହେପାଟାଇଟିସ ପ୍ରଥମେ ୧୯୪୦ରେ ନିର୍ଦ୍ଧାରିତ ହୋଇଥିଲା । [5]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.