From Wikipedia, the free encyclopedia
ଖେଳୁଆଡ଼ ପାଦ, ଇଂରାଜୀ ଭାଷାରେ ଆଥଲେଟ ଫୁଟ (athlete's foot), ଅନ୍ୟ ନାମ ଟିନିଆ ପେଡିସ୍, ଏକ ସାଧାରଣ ଚର୍ମ ସଂକ୍ରମଣ ଯାହା କବକ/ଫିମ୍ପିଦ୍ୱାରା ହୁଏ ।[2] ଏହି ରୋଗ ହେଉଥିବା ସ୍ଥାନ କୁଣ୍ଡେଇ ହୁଏ, କାତି ବାହାରେ ଓ ଲାଲ ଦେଖାଯାଏ ।[3] ସାଂଘାତିକ କେଶ୍ରେ ଚମରେ ଫୋଟକା ହୁଏ । [4] ଏହି ରୋଗ ପାଦର ଯେ କୌଣସି ସ୍ଥାନରେ ହୋଇପାରେ, କିନ୍ତୁ ଅଧିକାଂଶ ବେଳେ ଆଙ୍ଗୁଠି ସନ୍ଧିରେ ହୁଏ ।[3] ଏହା ପରେ ପାଦ ତଳ ଦ୍ୱିତୀୟ ସାଧାରଣ ସ୍ଥାନ ଯେଉଁଠାରେ ଏହା ହୁଏ ।[4] ନଖ କବକ ସଂକ୍ରମଣ ବା ହାତ ସଂକ୍ରମଣ ମଧ୍ୟ ଏକ ସମୟରେ ହୋଇପାରେ ।[5] ଏହା ଟିନିଆ ଶ୍ରେଣୀର ଏକ ରୋଗ । [6]
ଟିନିଆ ପେଡିସ୍ ଅନେକ ପ୍ରକାରର କବକ ଜାତିଦ୍ୱାରା ହୁଏ ।[3] ଏମାନଙ୍କ ନାମ ଟ୍ରାଇକୋଫାଇଟନ୍, ଏପିଡର୍ମୋଫାଇଟନ୍, ଓ ମାଇକ୍ରୋସ୍ପୋରମ୍ ।[5] ପରିବେଶରେ ଥିବା କବକ ବା ସଂକ୍ରମିତ ଚର୍ମ ସଂସ୍ପର୍ଶରେ ଆସିଲେ ଏହି ରୋଗ ହୁଏ ।[3] ସ୍ୱିମିଙ୍ଗ ପୁଲ ଓ ଲକର୍ ରୁମରେ ଏହି କବକ ବଞ୍ଚି ରହନ୍ତି ।[7] ଅନ୍ୟ ପଶୁମାନଙ୍କ ଦେହରୁ ମଧ୍ୟ ଏହା ଆସିପାରେ ।[8] ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ, କିନ୍ତୁ କଲ୍ଚର୍ ବା ଅଣୁବୀକ୍ଷଣ ଯନ୍ତ୍ରରେ ହାଇଫି ଦେଖିଲେ ନିର୍ଣ୍ଣୟ କରାଯାଏ ।[5]
ସ୍ନାନାଗାରରେ ଖାଲି ପାଦରେ ନ ଯିବା, ପାଦ ନଖ ଛୋଟ ରଖିବା, ବଡ଼ ଯୋତା ପିନ୍ଧିବା ଓ ପ୍ରତିଦିନ ମୋଜା ବଦଳେଇବା ଅବଲମ୍ବନ କଲେ ଏହି ରୋଗ ପ୍ରତିରୋଧ ହୋଇଯାଏ ।[8][5] ସଂକ୍ରମଣ ଥିଲେ ସେହି ସ୍ଥାନ ଶୁଖିଲା ରଖିଲେ ଓ ସ୍ୟାଣ୍ଡାଲ ପିନ୍ଧିଲେ ସାହାଯ୍ୟକାରୀ ହୁଏ ।[3] କବକ ନିରୋଧୀ ଔଷଧ ଯେପରିକି କ୍ଲୋଟ୍ରାଇମାଜୋଲ ମଲମ ଦିଆଯାଏ ଓ ସର୍ବଦା ରୋଗ ରହୁଥିଲେ ହେଉଥିଲେ ଟର୍ବିନାଫାଇନ ପାଟିରେ ଦିଆଯାଏ ।[2][5] ମଲମ ୪ ସପ୍ତାହ ପର୍ଯ୍ୟନ୍ତ ଦିଆଯାଏ ।[5]
ଖେଳୁଆଡ଼ ପାଦ ରୋଗ ପ୍ରଥମେ ସନ ୧୯୦୮ରେ ବର୍ଣ୍ଣନା କରାଯାଇଥିଲା ।[9] ପୃଥିବୀର ସନସଂଖ୍ୟାର ପ୍ରାୟ ୧୫% ଲୋକଙ୍କୁ ଏହି ରୋଗ ହୁଏ ।[2] ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଏହି ରୋଗ ବେଶୀ ହୁଏ ।[5] ବଡ଼ ପିଲା ଓ ଅଳ୍ପ ବୟସ୍କ ଯୁବକମାନଙ୍କରେ ଅଧିକ ହୁଏ ।[5] ଅତୀତରେ ଏହା କ୍ୱଚିତ୍ ହେଉଥିଲେ ମଧ୍ୟ ସନ ୧୯୦୦ ପରଠାରୁ ଅଧିକ ଜୋତା ବ୍ୟବହାର, ସ୍ୱାସ୍ଥ୍ୟ କ୍ଲବ, ଯୁଦ୍ଧ ଓ ଯାତ୍ରା ଯୋଗୁ ଏହା ହେଉଥିବା ବିଶ୍ୱାସ କରାଯାଉଛି ।[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.