From Wikipedia, the free encyclopedia
ଅହମଦାବାଦ ଭାରତର ଏକ ପ୍ରମୂଖ ସହର ତଥା ଗୁଜରାଟ ରାଜ୍ୟର ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଅଟେ । ଏହାର ପୁରୁଣା ନାମ କର୍ଣ୍ଣାବତୀ ଥିଲା । ସାବରମତୀ ନଦୀ କୂଳରେ ଅବସ୍ଥିତ ଏହି ମହାନଗରଟି ଭାରତର ୫ମ ବୃହତ୍ତମ ନଗର । ଅହମଦାବାଦ ଗୁଜରାଟର ପୁରୁଣା ରାଜଧାନୀ ଥିଲା , ଯାହା ଏବେ ୩୨କିମି ଦୂର ଗାନ୍ଧୀନଗରକୁ ସ୍ଥାନାନ୍ତରିତ ହେଇଯାଇଛି । ପୂର୍ବରୁ ଏହି ସହରଟି ବହୁ ଲୁଗାକଳ ଓ ବୟନଶିଳ୍ପ ପାଇଁ ପ୍ରସିଦ୍ଧ ଥିଲା, ତେଣୁ ବ୍ରିଟିଶମାନେ ଏହାକୁ "ମାଞ୍ଚେଷ୍ଟର ଅଫ ଈଷ୍ଟ" ବୋଲି ନା ଦେଇଥିଲେ । ସ୍ୱାଧୀନତା ସମୟରେ ଏହା ମହାତ୍ମା ଗାନ୍ଧୀ ଓ ସରଦାର ପଟେଲଙ୍କ କର୍ମଭୂମି ଥିଲା । ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମ ଅହମଦାବାଦର ଅନ୍ୟ ମୁଖ୍ୟ ପରିଚୟ ଅଟେ । ଅଧୁନା ଏହି ସହରଟି ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଗଢ଼ି ଉଠିଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ଅହମ୍ମଦାବାଦ ସହରର ନାମ ପରିବର୍ତ୍ତନ କରାଯାଇ କର୍ନବତୀ ରଖାଯିବ ବୋଲି ବିଚାର କରୁଛନ୍ତି ।[4]
ଅହମଦାବାଦ
અમદાવાદ | |
---|---|
ମହାନଗର ନିଗମ | |
Nickname: | |
ଦେଶ | ଭାରତ |
ରାଜ୍ୟ | ଗୁଜରାଟ |
ଜିଲ୍ଲା | ଅହମଦାବାଦ |
Government | |
• Body | ଅହମଦାବାଦ ମହାନଗର ନିଗମ |
• Mayor | ଅସିତ ବୋରା |
• Deputy Mayor | ଦର୍ଶନ ବାଘେଲା |
• Municipal commissioner | ଗୁରୁପ୍ରସାଦ ମହାପାତ୍ର |
Area | |
• ମହାନଗର ନିଗମ | 464 km2 (179 sq mi) |
Elevation | 53 m (174 ft) |
Population (2011) | |
• ମହାନଗର ନିଗମ | ୫୫,୭୦,୫୮୫ |
• Density | 22,473/km2 (58,200/sq mi) |
• Metro | ୬୩,୫୨,୨୫୪ |
[1] | |
ଭାଷା | |
• ସରକାରୀ | ଗୁଜରାଟି, ହିନ୍ଦୀ ଇଂରାଜୀ |
Time zone | UTC+5:30 (IST) |
ପିନ କୋଡ଼ | 380 0XX |
Telephone code | 079 |
ଯାନବାହାନ ପଞ୍ଚୀକରଣ | GJ-1 & GJ-27 |
Sex ratio | 1.11[2] ♂/♀ |
ସାକ୍ଷରତା | 86.65%[3] |
Civic agency | Ahmedabad Municipal Corporation |
Source: Census of India |
ପଶ୍ଚିମ ଭାରତରେ ଅବସ୍ଥିତ ଏହି ସହର, ସମୁଦ୍ରପତନଠାରୁ ୧୭୪ଫୁଟ ଉର୍ଦ୍ଧରେ ରହିଛି । ସହରରେ ଦୁଇଟି ମୁଖ୍ୟ ହ୍ରଦ ଅଛି - କାଙ୍କରିଆ ଏବଂ ବସ୍ତ୍ରାପୁର । ସାବରମତୀ ନଦୀ ଗ୍ରୀଷ୍ମ ଋତୁରେ ଶୁଖି ଯାଉଥିବାରୁ ନଦୀରେ ଧଳା ରଙ୍ଗର ମାଟି ରହିଯାଏ । ବର୍ଷା କାଳକୁ ଛାଡ଼ିଦେଲେ ବାକି ଦିନ ଗୁଡ଼ିକରେ ପ୍ରବଳ ଗରମ ଅନୁଭୂତ ହୁଏ । ଗ୍ରୀଷ୍ମ କାଳରେ ସହରର ଉଚ୍ଚତମ ତାପମାତ୍ରା ୪୭ ଡିଗ୍ରୀ ପହଞ୍ଚିଯାଏ ଏବଂ ଶୀତ ଋତୁରେ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଯାଏ ।
ଅହମଦାବାଦର ଇତିହାସ ଅଣହିଲବାଡ଼(ଆଧୁନିକ ପାଟନ)ର ଶାସକ ସୋଲଂକୀରାଜା କର୍ଣଦେବ ପ୍ରଥମଙ୍କ ସହ ଏଗାରଶହ ଶତାବ୍ଦୀରେ ଆରମ୍ଭ ହେଲା । ସେ ଭୀଲ ରାଜା ଅଶପଲ୍ଲ ବା ଆଶାପାଲଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ତାଙ୍କ ବିଜୟ ପରେ ସାବରମତୀ ନଦୀ କୂଳରେ ଆଜିର ଆଧୁନିକ ଅହମଦାବାଦ ଥିବା ସ୍ଥାନରେ କର୍ଣାବତୀ ନାମକ ସହର ସ୍ଥାପନା କରାଗଲା । ସୋଲଂକୀ ଶାସନ ତେରଶହ ଶତାବ୍ଦୀ ଯାଏଁ ହୋଇଥିଲା , ମୋଗଲମାନେ ତେରଶହ ଶତାବ୍ଦୀର ଶେଷ ଭାଗରେ ଗୁଜରାଟ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ । ପନ୍ଦରଶହ ଶତାବ୍ଦୀର ଆରମ୍ଭରେ ମୁସଲିମ୍ ମୁଜ଼ଫ୍ଫରିଦ ରାଜବଂଶଦ୍ୱାରା ଏକ ସ୍ୱତନ୍ତ୍ର ସଲତନତର ଶାସନ ଗୁଜରାଟରେ ସ୍ଥାପିତ କରାଗଲା ଏବଂ ୧୪୧୧ରେ ସୁଲତାନ ଅହମଦ ଶାହଙ୍କଦ୍ୱାରା କର୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା । ୧୪୮୭ରେ ଅହମଦ ଶାହଙ୍କ ପୌତ୍ର ମହମୂଦ ବେଗଡ଼ାଙ୍କଦ୍ୱାରା ଛଅମିଲ ପରିଧିରେ ସହର ଚାରିପାଖେ ପାଚେରୀ ନିର୍ମାଣ କରାଯାଇଥିଲା ଏଥିରେ ୧୨ଟି ପ୍ରବେଶ ପଥ, ୧୮୯ଟି ଗଡ଼ ଏବଂ ୬୦୦୦ରୁ ଅଧିକ ସୈନ ଦଳ ବାହରର ଆକ୍ରମଣକାରୀଙ୍କଠାରୁ ସହର ରକ୍ଷା ନିମନ୍ତେ ରଖାଯାଇଥିଲା । ଅନ୍ତିମ ସୁଲତାନ ମୁଜ଼ଫ୍ଫ଼ର ତୃତୀୟଙ୍କ ସମୟରେ ସହରରେ ଅରାଜକତା ବଢ଼ି ଯାଇଥିଲା ଏବଂ ଗୁଜରାଟକୁ ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ୧୫୭୩ରେ ଜିତା ଯାଇଥିଲା । ମୋଗଲ ଶାସନକାଲରେ ଅହମଦାବାଦ ବେପାର କେନ୍ଦ୍ର ରୂପେ, ବିଶେଷ କରି ବସ୍ତ୍ର ଉଦ୍ୟୋଗର କେନ୍ଦ୍ର ହେଲା, ଏଠାକାର କପଡ଼ା ୟୁରୋପ ଆଦି ଦୂର ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା । ୧୬୩୦ର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା । ୧୭୫୩ରେ ମରାଠା ଜେନେରାଲ ରଘୁନାଥ ରାଓ ଏବଂ ଦାମଜୀ ଗାୟକବାଡ଼ଙ୍କ ସେନା ସହର ଉପରେ ଆକ୍ରମଣ କରି କବଜା କଲା ଏବଂ ଅହମଦାବାଦରେ ମୋଗଲ ଶାସନ ସମାପ୍ତ ହୋଇଥିଲା । ଭାରତୀୟ ସ୍ୱତନ୍ତ୍ରତା ସଂଘର୍ଷ ସମୟରେ ଅହମଦାବାଦ ଆନ୍ଦୋଳନର ପେଁଠସ୍ଥଳି ରହିଥିଲା । ଏହି ସହରରେ ମହାତ୍ମା ଗାନ୍ଧୀଙ୍କଦ୍ୱାରା ସାବରମତୀ ଆଶ୍ରମ ସ୍ଥାପନା କରାଯାଇ ଥିଲା ଏବଂ ସ୍ୱତନ୍ତ୍ରତା ସଂଘର୍ଷ ସହିତ ସମ୍ବନ୍ଧିତ ଅନେକ ଆନ୍ଦୋଲନ ଏହିଠାରୁ ଆରମ୍ଭ ହୋଇଥିଲା । ଇଂରେଜ ରାଜତ୍ୱକାଳରେ ,ଏହି ସହରକୁ ସୈନିକମାନଙ୍କ ପାଇଁ ବ୍ୟବହାର କରାଯାଇଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.