Remove ads
ଶିଖ ଧର୍ମ ର ମହତ୍ଵପୁର୍ଣ ଧର୍ମସ୍ଥଳ From Wikipedia, the free encyclopedia
ଶ୍ରୀ ହରମନ୍ଦିର ସାହିବ (ବସ୍ତୁତ୍, "ଭଗବାନଙ୍କ ନିବାସ"), ଏହା ଗୋଲଡେନ ଟେମ୍ପଲ ନାମରେ ପ୍ରସିଦ୍ଧ ଏବଂ ପବିତ୍ର ଗୁରୁଦ୍ୱାରା ଦରବାର ସାହିବ ରୂପେ ପରିଚିତ । ଏହା ଶିଖ ଧର୍ମର ମହତ୍ୱପୁର୍ଣ ଧର୍ମସ୍ଥଳ ଅଟେ ।[୨][୩]
ହରମନ୍ଦିର ସାହିବ ସ୍ୱର୍ଣ୍ଣ ମନ୍ଦିର ਸ੍ਰੀ ਹਰਿਮੰਦਰ ਸਾਹਿਬ | |
---|---|
Alternative names | ଅମୃତସର (ହରମନ୍ଦିର ସାହିବ)ର ଦରବାର ସାହିବ |
General information | |
ସହର | ଅମୃତସର |
ଦେଶ | ଭାରତ |
Coordinates | 31°37′12″N 74°52′37″E |
Construction started | December 1581[୧] |
Completed | ୧୫୮୯ (ମନ୍ଦିର), ୧୬୦୪ (ଆଦି ଗ୍ରଂଥ ସହିତ) [୧] |
Website | |
ଶ୍ରୀ ହରମନ୍ଦିର ସାହିବ (ଗୁରମୂଖୀ) |
ଓ ଭାରତର ପଞ୍ଜାବ ରାଜ୍ୟର ଅମୃତସର ସହରରେ ଉପସ୍ଥିତ ।[୩] ଏହି ମନ୍ଦିର ମନୁଷ୍ୟଙ୍କ ହାତରେ ବନିଥିବା ଏକ ଜଳାଶୟ (ସରୋବର)ର ଚାରି ପାର୍ଶ୍ୱରେ ନିର୍ମିତ ଯାହା କି ଗୁରୁ ରାମ ଦାସଙ୍କଦ୍ୱାରା ୧୫୭୭ ମସିହାରେ ସମାପ୍ତ କରା ଯାଇଥିଲା ।[୪]
[୫] ୧୫୮୯ରେ ଶିଖ ଧର୍ମର ପଞ୍ଚମ ଗୁରୁ - ଗୁରୁ ଅର୍ଜନ, ଲାହୋରର ଏକ ମୁସଲିମ ପିର ସାଇ ମିଲନ ମୀରଙ୍କୁ ଅନୁରୋଧ କରି ଏହାର ନିୟ ପ୍ରସ୍ଥର ସ୍ଥାପନା କରିଥିଲେ.[୧] ୧୬୦୪ ମସିହାରେ ଗୁରୁ ଅର୍ଜନ ଆଦି ଗ୍ରଂଥର ଏକ ପ୍ରତିଲିପି ହରମନ୍ଦିର ସାହିବରେ ସ୍ଥାପନ କରିଥିଲେ, ଏହା ଅଥ ସଥ ତୀରଥ (ବସ୍ତୁତ୍ୱ. ''୬୮ ତୀର୍ଥଯାତ୍ରାର ମନ୍ଦିର'').[୬] ଏହା ଉତ୍ପୀଡ଼ନର ଲକ୍ଷ୍ୟସ୍ଥଳ ହେବା ପରେ ଆଫଘନିସ୍ତାନର ମୁସଲିମ ସେନା ଓ ମୋଗଲ ସାମ୍ରାଜ୍ୟ ଦ୍ୱାର ଏହା ଅନେକ ଥର ନଷ୍ଟ ହୋଇଥିବାରୁ ଏହି ମନ୍ଦିରର ନିର୍ମାଣ ବାରମ୍ବାର ଶିଖମାନଙ୍କଦ୍ୱାରା କରା ଯାଇଥିଲା.[୩] ଅହମଦ ଶହ ଅବଦଳିର ନେତୃତ୍ୱରେ ଏହାକୁ ୧୭୫୭ ପୁଣି ୧୭୬୨ରେ ଧ୍ୱଂଶ କରି ଜଳାଶୟକୁ କାଚରାଦ୍ୱାରା ଭରି ଦେଇଥିଲେ.[୭] ୧୮୦୯ ମସିହାରେ ଶିଖ ସାମ୍ରାଜ୍ୟର ସ୍ଥାପନ ପରେ ମହାରାଜା ରଂଜିତ ସିଂ ଏହାର ପୁନର୍ନିର୍ମାନ ମାର୍ବଲ ଏବଂ ତାମ୍ରଦ୍ୱାରା କରିଥିଲେ, ୧୮୩୦ରେ ଏହାର ଗର୍ଭଦ୍ୱାରକୁ ସୁନା/ସ୍ୱର୍ଣ୍ଣପତ୍ରଦ୍ୱାରା ମଡ଼ା ଯାଇଥିଲା ତେଣୁ ଏହାକୁ ସ୍ୱରଣ ମନ୍ଦିର ତଥା ଗୋଲଡେନ ଟେମ୍ପଲ ନାମରେ ପରିଚିତ.[୮][୯][୧୦] ଆଧ୍ୟାତ୍ମିକ ରୂପରେ ଏହି ମନ୍ଦିର ଶିଖ ଧର୍ମରେ ସବୁଠାରୁ ମହତ୍ୱପୁର୍ଣ ଅଟେ । ୧୮୮୩ଠାରୁ ୧୯୦୨ ପର୍ଯ୍ୟନ୍ତ ଏହା ଶିଖ ସଭା ଆନ୍ଦୋଳନର କେନ୍ଦ୍ର ଥିଲା। ୧୯୮୦ର ପ୍ରାରମ୍ଭରେ ଏହା ଏକ ବିବାଦର କେନ୍ଦ୍ର ଥିଲା, ଏହା ଇନ୍ଦିରା ଗାନ୍ଧୀ ନେତୃତ୍ୱରେ ଭାରତ ସରକାର, କିଛି ଶିଖ ସମୂହ ଏବଂ ଜରନେଲ ସିଂ ଭିଂଦ୍ରଂବାଲେ ନେତୃତ୍ୱରେ ଏକ ଉଗ୍ରବାଦୀ ଆଂଦୋଳନ ସମୂହ (ଯାହାର ଉଦେଶ୍ୟ ଏକ ନୂତନ ରାଷ୍ଟ୍ର ଖାଲିସ୍ଥାନ ନାମରେ ନିର୍ମାଣ କରିବାର ଥିଲା) ମଧ୍ୟରେ ସଂଘର୍ଷ ଲାଗି ରହିଥିଲା। ୧୯୮୪ ରେ, ଇନ୍ଦିରା ଗାନ୍ଧୀ ଭାରତୀୟ ଆର୍ମି ଏଠାକୁ ପଠାଇ ବ୍ଲୁ ଷ୍ଟାର ନାମିତ ଏକ ଅପରେସନ ଚଳାଇଥିଲେ, ଯାହାଦ୍ୱାରା ୧୦୦୦ରୁ ଉର୍ଧ ଉଗ୍ରବାଦୀ, ସୈନିକ ଏବଂ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ମନ୍ଦିର ଏବଂ ଅକାଳ ତକ୍ଷତ ମଧ୍ୟ ଭାରି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ମନ୍ଦିର ପରିସର ୧୯୮୪ରେ କ୍ଷତି ପରେ ପୁନଶ୍ଚ ନିର୍ମାଣ କରା ଯାଇଥିଲା।[୩]
[୧୧] ହରମନ୍ଦିର ସାହିବ ସମସ୍ତ ମଣିଷ ତଥା ପୁରୁଷ, ନାରୀ ଏବଂ ସବୁ ଧର୍ମ ଓ ବିଶ୍ୱାସ କରୁଥିବା ଲୋକଙ୍କ ଏକ ମୁକ୍ତ ଆଧ୍ୟାତ୍ମିକ ଘର ଅଟେ। ଏହା ଏକ ବର୍ଗାକୃତି ପରିସର ଯାହାର ୪ଟି ଦ୍ୱାର ସହିତ ଏକ ପରିଭ୍ରମଣ ପଥ ଜଳାଶୟର ଚାରିପାର୍ଶ୍ୱରେ ଅବସ୍ଥିତ। ଏହି ମନ୍ଦିର ପବିତ୍ର ସ୍ଥାନ ଓ ଜଳାଶୟ କି ନିକଟସ୍ଥ ଗୃହମାନଙ୍କର ସଙ୍ଘରହ ଅଟେ। ଏଥି ମଧ୍ୟରୁ ଅକାଳ ତକ୍ଷତ (ଶିଖ ଧର୍ମର ଧାର୍ମିକ ଅଧିକାରର ମୁଖ୍ୟ କେନ୍ଦ୍ର) ଅନ୍ୟତମ ।[୩]
ଏହା ଛଡା ଘଣ୍ଟା ଘର, ଗୁରୁଦ୍ୱାର କମିଟି କର୍ଯ୍ୟାଳୟ, ସଂଗ୍ରହାଳୟ, ଏବଂ ଏକ ଭୋଜନାଳୟ (ନିଃଶୁଳ୍କ ଏବଂ ବିନା ଭେଦଭାବରେ ନିରାମିଷ ଭୋଜନ ପ୍ରସ୍ତୁତ କରିବା ପାଇଁ ରସୋଈ ଏବଂ ଖାଦ୍ୟ ପରଷିବ ପାଇଁ ସ୍ଥାନ) । ପ୍ରତିଦିନ ୧୦୦୦,୦୦୦ରୁ ଉର୍ଦ୍ଧ ଦର୍ଶନାର୍ଥୀ ଏହି ପବିତ୍ରସ୍ଥଳକୁ ପୂଜା କରିବା ପାଇଁ ପଦାର୍ପଣ କରିଥାନ୍ତି । ମନ୍ଦିର ପରିସର ୟୁନେସ୍କୋ ବୋର୍ଲଡ ହେରିଟେଜ ସାଇଟରେ ନାମାଙ୍କିତ ଏବଂ ଏହାର ଆବେଦନ ୟୁନେସ୍କୋର ଅସ୍ଥାୟୀ ଶୁଚିରେ ଲମ୍ବିତ ଅଛି ।[୧୨] ମନ୍ଦିର ପରିସର ୟୁନେସ୍କୋ ବୋର୍ଲଡ ହେରିଟେଜ ସାଇଟରେ ନାମାଙ୍କିତ ଏବଂ ଏହାର ଆବେଦନ ୟୁନେସ୍କୋର ଅସ୍ଥାୟୀ ଶୁଚିରେ ଲମ୍ବିତ ଅଛି ।[୧୩]
ହରମନ୍ଦିର ସାହିବଙ୍କ ଉଚ୍ଚାରଣ ହରୀମନ୍ଦର, ହରୀମନ୍ଦିର କିମ୍ବା ହରମନ୍ଦର ସାହିବ ମଧ୍ୟ ଅଟେ । ଏହି ମନ୍ଦିରକୁ ଦରବାର ସାହିବ ନାମରେ ଡକା ଯାଇଥିବା ସହିତ ଏହାର ପବିତ୍ର ସ୍ଥାନକୁ ସ୍ୱର୍ଣ୍ଣପତ୍ରଦ୍ୱାରା ଢକା ଯାଇଥିବାରୁ ଏହା ଗୋଲଡେନ ଟେମ୍ପଲ ତଥା ସ୍ୱର୍ଣ୍ଣମନ୍ଦିର ନାମରେ ଜଣା ଯାଏ ।[୩]
"ହରମନ୍ଦିର" ଶବ୍ଦ ଦୁଇଟି ଶବ୍ଦର ସନ୍ଧି ଅଟେ, "ହାରୀ" ଯାହାକୁ ବିଦ୍ୱାନ ଲୋକମାନେ ବିଭିର୍ଣ୍ଣ ରୂପରେ "ଈଶ୍ୱର" କିମ୍ବା "ବିଷ୍ଣୁ", ଏବଂ "ମନ୍ଦିର"ର ଅନୁବାଦରେ ମନ୍ଦିର କିମ୍ବା ଗୃହ ରଖିଥିଲେ ।[୧୪] ଶିଖ ପରମ୍ପରାରେ ଅନେକ ଗୁରୁଦ୍ୱାର "ହରମନ୍ଦିର ସାହିବ" ନାମରେ କିରାତପୁର ଓ ପଟନାରେ ଥିଲେ ସତ୍ତ୍ୱେ ଅମୃତସରରେ ଥିବା ଏହି ମନ୍ଦିର ସବୁଠାରୁ ଅଧିକ ସାନମାନୀତ । [୧୫]
ବାଆଁ|thumb|ହରମନ୍ଦିର ସାହିବ ବାରମ୍ବାର ନଷ୍ଟ ଏବଂ ପୁନର୍ନିର୍ମାନ କରାଯାଇଥିଲା, ଅନ୍ତରେ ରଂଜିତ ସିଂଦ୍ୱାରା ୧୮୩୦ରେ ମାର୍ବଲ, ତାମ୍ର ଓ ସ୍ୱର୍ଣଦ୍ୱାରା ନିର୍ମିତ୍ତ
ଶିଖ ଐତିହାସିକ ଅଭିଲେଖ ଅନୁସାରେ, ଶିଖ ଗୁରୁ ପରମ୍ପରାର ତୃତୀୟ ଗୁରୁ - ଗୁରୁ ଅମର ଦାସଙ୍କ ପସନ୍ଦରେ ଅମୃତସରର ଭୂମି ଓ ହରମନ୍ଦିର ସାହିବଙ୍କ ଗୃହ ବନାଯାଇଥିଲା । ତାଙ୍କର ଶିଷ୍ୟ ରାମ ଦାସଙ୍କୁ ଆଦେଶ ଦେଇ ଭୂମି ଖୋଜିବା ପରେ ଏକ ନୂତନ ସହର ସହିତ ଯାହାର କେନ୍ଦ୍ରରେ ଏକ ମନୁଷ୍ୟଦ୍ୱାରା ବନା ଯାଇଥିବା ଜଳାଶୟ କରିଥିଲେ, ଏହାକୁ ଗୁରୁ ଦା ଚକ ମଧ୍ୟ କୁହାଯାଇଥାଏ ।[୧୬]
[୧୭] ୧୫୭୪ରେ ରାମ ଦାସ ଗୁରୁ ଆମର ଦାସଙ୍କ ଉତ୍ତରାଧିକାରୀ ବନିଥିଲେ, ଏବଂ ଗୁରୁ ଅମର ଦାସଙ୍କ ପୁତ୍ର ମାନଙ୍କ ଶତ୍ରୁତାପୂର୍ଣ ବିପକ୍ଷର ସାମନା କରିଥିଲେ,[୧୮] ଗୁରୁ ରାମ ଦାସ ଏକ ସହର ସ୍ଥାପନ କରିଥିଲେ ଯାହା "ରାମଦାସପୁର" ନାମରେ ଜଣାଯାଏ. ସେ ବାବା ବୁଦ୍ଧ (ବୁଦ୍ଧ ଧର୍ମର ଗୌତମ ବୁଦ୍ଧ ନୁହେଁ)ଙ୍କ ସାହାଯ୍ୟରେ ଜଳାଶୟର କାର୍ଯ୍ୟ ପୂରଣ କରିଥିଲେ. ଗୁରୁ ରାମ ଦାସ ତାଙ୍କ କାର୍ଯ୍ୟାଳୟ ଏବଂ ଗୃହ ଏହାର ନିକଟରେ ବନାଇଥିଲେ. ନୂତନ ସହରର ନିର୍ମାଣ ପାଇଁ ସେ ବଣିକ ଓ କଳାକାର ମନକୁ ଭାରତର ବିଭିର୍ଣ୍ଣ ପ୍ରାନ୍ତରୁ ନିମଂତ୍ରଣ କରିଥିଲେ.[୧୯] ରାମଦାସପୁର ସହର ଗୁରୁ ଅର୍ଜନଙ୍କ ସମୟରେ ବିସ୍ତାରିତ ହୋଇଥିଲା ଯାହାର ଆର୍ଥିକ ସାହାଯ୍ୟ ଦାନଦ୍ୱାରା ଏବଂ ନିର୍ମାଣ କାର୍ଯ୍ୟ ସ୍ୱେଚ୍ଛାସେବୀଙ୍କଦ୍ୱାରା କରାଯାଇଥିଲା । ଏହି ଛୋଟ ସହର ଅମୃତସରର ଏକ ବିରାଟ ସହରରେ ପରିବର୍ତିତ ହୋଇଥିଲା ଓ ଜଳାଶୟ ଭାଗ ସ୍ୱର୍ଣ୍ଣମନ୍ଦିର ପରିସର ରୂପେ ବଦଳି ଥିଲା ।[୨୦]
୧୫୭୪ରୁ ୧୬୦୪ ମଧ୍ୟରେ ନିର୍ମାଣ କାର୍ଯ୍ୟ ଗତିବିଧି ମହିମା ପ୍ରକାଶ ବର୍ତ୍ତକରେ ବର୍ଣ୍ଣନା କରାଯାଇଛି ଯାହା କି ଏକ ଅର୍ଧ ଐତିହାସିକ ଶିଖ ସଂତଚରିତ୍ରରେ ଉଲେଖ କରାଯାଇଛି । ଏହା ୧୭୪୨ରେ ତିଆରି କରା ଯାଇଥିଲା ଏବଂ ଏହା ସମସ୍ତ ଦାସ ଗୁରୁଙ୍କ ଜୀବନ ସଂଭାଦିତ ପ୍ରଥମ ପ୍ରାମାଣିକ ଦସ୍ତାବେଦ ଅଟେ ।[୨୧] ଗୁରୁ ଅର୍ଜନ ୧୬୦୪ରେ ନୂତନ ମନ୍ଦିର ଭିତରେ ଶିଖ ଧର୍ମ ବଚନ ସ୍ଥାପନା କରିଥିଲେ ।[୨୦] ଗୁରୁ ରାମ ଦାସଙ୍କ ପ୍ରଚେଷ୍ଟାକୁ ଜାରି ରଖି ଗୁରୁ ଅର୍ଜନ ଅମୃତସରକୁ ଏକ ପ୍ରାଥମିକ ତୀର୍ଥଯାତ୍ରା ସ୍ଥଳ ରୂପେ ସ୍ଥାପନା କରିଥିଲେ । ସିଏ ଲୋକପ୍ରିୟ ସୁଖମଣି ସାହିବଙ୍କ ସହିତ ଯୋଗଦାନ ଦେଇ ବହୁତ ପରିମାଣରେ ଶିଖ ଶାସ୍ତ୍ରର ଲିଖନ କରିଥିଲେ ।[୨୨][୨୩]
ଗୁରୁ ରାମ ଦାସ ଏହି ତିର୍ଥସ୍ଥଳ ପାଇଁ ଭୂମି ଅଧିକାରଣ କରିଥିଲେ । କିପରି ଏହି ଅଧିକାରଣ କରିଥିଲେ ଏହାର ଦୁଇଟି ସଂସ୍କରଣ କାହାଣୀ ଅଛି । ଏକ ବିବରଣୀକା ଦସ୍ତାବେଦ ହିସାବରେ ଏହା ତଂଗ ଗ୍ରାମର ମାଲିକଙ୍କ ଶିଖ ଧର୍ମ ପାଇଁ ଦାନ ମିଳିଥିବା ୭୦୦ ଟଙ୍କାରେ କ୍ରୟ କରାଯାଇଥିଲା । ଅନ୍ୟ ଏକ ସଂସ୍କରଣରୁ ଜଣାଯାଏ କି ଏହା ସମ୍ରାଟ ଆକବର ଗୁରୁ ରାମ ଦାସଙ୍କ ଦ୍ୱାପତ୍ନୀଙ୍କ ଉପହାରରେ ଦେଇଥିଲେ । [୨୪]
୧୫୮୧ ମସିହାରେ, ଗୁରୁ ଅର୍ଜନ ଗୁରଦ୍ୱାରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।[୧]
ନିର୍ମାଣ ସମୟରେ ଜଳାଶୟର ଖାଲି କରି ଶୁଖା ଯାଇଥିଲେ । ହରମନ୍ଦିର ସାହିବଙ୍କ ପ୍ରଥମ ସଂସ୍କରଣ ପୁର୍ଣ ହେବ ପାଇଁ ୮ ବର୍ଷ ସମୟ ଲାଗିଥିଲା । ଗୁରୁ ଅର୍ଜନ ବିନମତ୍ରା ଉପରେ ଅଧିକ ଜୋର ଦେଇ ସହରଠାରୁ କାମ ସ୍ଥରରେ ଏକ ମନ୍ଦିର ନିର୍ମାଣ କଲେ, କାରଣ ଗୁରୁଙ୍କୁ ସାକ୍ଷାତ ତଥା ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ପ୍ରବେଶ କରିବା ପୂର୍ବେ ମଣିଷର ଅହଂକାରକୁ ନଷ୍ଟ କରିବା ଆବଶ୍ୟକ ଥିଲା ।[୧] ସେ ମଧ୍ୟ ମନ୍ଦିର ପରିସର ଥିବା ସମସ୍ଥ ପାର୍ଶ୍ୱ ଖୋଲା ରଖିବାକୁ ଦାବି କରିଥିଲେ ଯାହା ସମସ୍ତ ଲୋକଙ୍କ ପାଇଁ ଖୋଲା ଥିବାର ଦର୍ଶାଏ । ଅରବିନ୍ଦ ପାଲ ସିଂ ମାଣ୍ଡିରଙ୍କ କଥା ଅନୁସାରେ ଜଳାଶୟ ମଧ୍ୟରେ ଥିବା ଏହି ପବିତ୍ର ସ୍ଥାନ ଯେଉଁଠି ତାଙ୍କ ଗୁରୁ ବସୁଥିଲେ, ସେଠାରେ ପହଂଚିବା ପାଇଁ କେବଳ ଏକ ପୋଲୋ ଥିଲା ଏହା ଦର୍ଶାଉଥାଏ କି ଜୀବନର ଅନ୍ତିମ ଲକ୍ଷ୍ୟ କେବଳ ଏକ ଅଟେ ।[୧] ୧୫୮୯ରେ ଇଟାଦ୍ୱାରା ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଗୁରୁ ଅର୍ଜନ ଏହାର ନିମ୍ନ ପ୍ରସ୍ଥର ସ୍ଥାପନା ପାଇଁ ଲାହୋରର ସୁଫି ସେନ୍ଟ ମିଆଁ ମୀରଙ୍କୁ ନିମଂତ୍ରିତ କରିଥଲେ, ସାଙ୍କେତିକ ରୂପେ ଏହା ବହୁଳବାଦ ଏବଂ ଶିଖ ପରମ୍ପରା ସଭିଙ୍କୁ ସ୍ୱାଗତ କରୁଥିବାର ଦର୍ଶାଏ ।[୧] ଉଦ୍ଘାଟନ ପରେ ଜଳାଶୟ ପାଣିରେ ଭାରି ଦିଆ ଯାଇଥିଲା । ଅଗଷ୍ଟ ୧୬, ୧୬୦୪ରେ ଗୁରୁ ଅର୍ଜନ ଶିଖ ଶାସ୍ତ୍ରର ପ୍ରଥମ ସଂସ୍କରଣକୁ ବିସ୍ତାର ଓ ସଂକଳନ କରିଥିଲେ ଏବଂ ଆଦି ଗ୍ରନ୍ଥର ଏକ ପ୍ରତିଲିପି ମନ୍ଦିରରେ ସ୍ଥାପନା କରିଥିଲେ । ସେ ବାବା ବୁଦ୍ଧ (ବୁଦ୍ଧ ଧର୍ମର ଗୌତମ ବୁଦ୍ଧ ନୁହେଁ )ଙ୍କୁ ପ୍ରଥମ ଗ୍ରନ୍ଥି ରୂପେ ନିଯୁକ୍ତି ଦେଇଥିଲେ ।[୨୫]
ଗୁରୁ ଅର୍ଜନ ଏହି ସ୍ଥାନକୁ ଅଠ ସଠ ତୀରଥ ଅର୍ଥାତ "୬୮ ତୀର୍ଥଯାତ୍ରାର ମନ୍ଦିର" ନାମ ରଖିଥିଲେ ।[୨୬] ଏହି ଘୋଷଣାକୁ ଚିହ୍ନଟ କରିବା ପାଇଁ ମନ୍ଦିର ପରିସର ଭିତରେ ପରାକ୍ରମ(ଜଳାଶୟ ଚତୁର୍ପାର୍ଶ୍ୱରେ ଥିବା ମାର୍ବଲ ପଥ) ଉପରେ ଏକ ଚାନ୍ଦୁଆ ସ୍ଥାପନା କରାଯାଇ ଅଛି । ଡବ୍ଲ୍ୟୁ ଓ଼ବେନ କୋଲ ଓ ଅନ୍ୟ ବିଦ୍ୱାନ ବ୍ୟକ୍ତିଙ୍କ ଅନୁସାରେ ଏହା ବିଶ୍ୱାସ କରାଯାଏ କି ଏହି ମନ୍ଦିର ଭାରତୀୟ ଉପମହାଦ୍ୱୀପରେ ଥିବା ୬୮ ହିନ୍ଦୁ ତିର୍ଥସ୍ଥଳ ସମାନ ଅଟେ, କିମ୍ବା ସ୍ୱର୍ଣ୍ଣମନ୍ଦିର ତୀର୍ଥର ପ୍ରଭାବ ସମସ୍ତ ୬୮ ତୀର୍ଥସ୍ଥଳର ମିଳିତ ପ୍ରଭାବ ସହିତ ସମାନ ।[୨୭]
ଅରବିନ୍ଦ-ପାଲ ସିଂ ମାଣ୍ଡିର ଉଲେଖ କରିଥିଲେ କି ସ୍ୱର୍ଣ୍ଣମନ୍ଦିରର ପ୍ରଥମ ସଂସ୍କରଣ ପୂରଣ କରିବା ଏକ ବିଶିଷ୍ଟ ମାଇଲ ପ୍ରସ୍ଥର ଥିଲା, କାରଣ ଏହା ଏକ କେନ୍ଦ୍ରୀୟ ତୀର୍ଥସ୍ଥାନ ଓ ଶିଖ ସମୁଦାୟର ଏକତ୍ରିତ ହେବ କେନ୍ଦ୍ର ବିନ୍ଦୁ ଥିବା ସହିତ ଏହା ବାଣିଜ୍ୟ ଓ ଅନ୍ୟ ଗତିବିଧିର କେନ୍ଦ୍ର ପ୍ରଦାନ କରୁଥିଲା ।[୧]
ଗୁରୁ ଅର୍ଜନ ସିଂଙ୍କ ବଢ଼ି ଚାଲିଥିବା ପ୍ରଭାବ ଏବଂ ସଫଳତା ମୋଗଲ ସାମ୍ରାଜ୍ୟର ଧ୍ୟାନ ପ୍ରଭାବିତ କରିଥିଲା । ମୁଗଲ ସମ୍ରାଟ ଜାହାଙ୍ଗୀରର ଆଦେଶରେ ଗୁରୁ ଅର୍ଜନଙ୍କୁ ଗିରଫ କରା ଯାଇଥିଲା ଏବଂ ଇସ୍ଲାମ ଧର୍ମରେ ପରିବର୍ତିତ ହେବା ପାଇଁ କୁହା ଯାଇଥିଲା । ସେ ମନା କରିଥିଲେ ଓ ଅନେକ ପ୍ରତାଡନା ସହି ୧୬୦୦ ସିଇରେ ତାଙ୍କୁ ମାରି ଦିଆ ଯାଇଥିଲା ।[୨୮][୨୯][୩୦] ଗୁରୁ ଅର୍ଜନଙ୍କ ପୁତ୍ର ତଥା ଉତ୍ତରାଧିକାରୀ ଗୁରୁ ହରଗୋବିନ୍ଦ ଛଳନାରୁ ବଂଚିବା ଓ ଶିଖ ପଂଥ ମନଙ୍କ ରକ୍ଷ୍ୟା କରିବା ପାଇଁ ଅମୃତସର ଛାଡି ଶିବଙ୍କ ପାହାଡକୁ ପଳାୟନ କରିଥିଲେ ।[୩୧]
ଗୁରୁ ଅର୍ଜନଙ୍କ ସହିଦ ହେବାର ଏକ ଶତାବ୍ଦୀ ପରେ ଲୁଇସ ଇ ଫେଂଏଚ ଓ ଡବ୍ଲ୍ୟୁ. ଏଚ. ମେକ୍ଲିଓଡ଼ ଉଲେଖ କରିଥିଲେ କି ସ୍ୱର୍ଣ୍ଣମନ୍ଦିର ଅସଲି ଶିଖ ଗୁରୁ ମାନଙ୍କ କବଜାରେ ନ ଥିଲା ଏବଂ ଏହା ସର୍ବଦା ଶତ୍ରୁତାପୂର୍ଣ ସମ୍ପ୍ରଦାୟିକତା ହାତରେ ଥିଲା.[୨][୩୨] ୧୮ତମ ଶତାବ୍ଦୀ ରେ, ଗୁରୁ ଗୋବିନ୍ଦ ସିଂ ଓ ନୂତନ ସ୍ଥାପିତ ଖାଲସା ଶିଖ ମାନଙ୍କ ସହିତ ଫେରି ଆସିଥିଲେ ଏବଂ ଏହାକୁ ମୁକ୍ତ କରିବା ପାଇଁ ଲଢ଼ିଥିଲେ।[୩୩] ସ୍ୱର୍ଣ୍ଣମନ୍ଦିର ମୁଗଲ ଶାସକ ଓ ଆଫଗାନ ସୁଲତାନ ମାନଙ୍କ ନଜରରେ ଶିଖ ଧର୍ମ ବିଶ୍ୱାସର କେନ୍ଦ୍ର ଏବଂ ଏହା ଉତ୍ପୀଡ଼ନର ମୁଖ୍ୟ ଲକ୍ଷ୍ୟ ସ୍ଥଳ ରହି ଆସୁଥିଲା।[୩୪]
ସ୍ୱର୍ଣ୍ଣମନ୍ଦିର ଶିଖ ଇତିହାସରେ ଐତିହାସିକ ଘଟଣାର କେନ୍ଦ୍ର ଥିଲା:[୨][୩୫][୮]
ରଂଜିତ ସିଂ ୨୧ ବର୍ଷ ବୟସରେ ଶିଖ ସାମ୍ରାଜ୍ୟର ନିଉକ୍ଲିଅସର ସ୍ଥାପନା କରିଥିଲେ ଏବଂ ଏହା ପାଇଁ ସେ ସୁକେର୍ଚାକିଆ ମିଶଲ ସେନା ଓ ତାଙ୍କ ଶାଶୁ ରାଣୀ ସଦା କୌରଙ୍କ ସାହାଯ୍ୟ ନେଇଥିଲେ । ୧୮୦୨ ମସିହା ରେ, ୨୨ ବର୍ଷ ବୟସରେ ସେ ଭାଙ୍ଗି ସିଂ ମିଶଲଠାରୁ ଅମୃତସର ନେଇଥିଲେ ଓ ସ୍ୱର୍ଣ୍ଣମନ୍ଦିରକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ଘୋଷଣା କରିଥିଲେ କି, ସେ ଏହାର ପୁନଃନିର୍ମାଣ ମାର୍ବଲ ଓ ସ୍ୱର୍ଣଦ୍ୱାରା କରିବେ ।[୩୬] ମନ୍ଦିରଟି ମରବେଳେ ଓ ତାମ୍ରଦ୍ୱାରା ୧୮୦୯ ମସିହାରେ ଏବଂ ୧୮୩୦ରେ ରଂଜିତ ସିଂ ପବିତ୍ର ସ୍ଥାନରେ ସ୍ୱର୍ଣ୍ଣପରଦା ଲଗାଇବା ପାଇଁ ସ୍ୱର୍ଣ୍ଣଦାନ କରିଥିଲେ ।[୮]
ରଂଜିତ ସିଂ, ଦରବାର ସାହିବ (ଏକ ଶବ୍ଦ, ଯାହା ସମଗ୍ର ସ୍ୱର୍ଣ୍ଣମନ୍ଦିର ପରିସରକୁ ସନ୍ଧର୍ଭିତ କରେ)ର ପ୍ରବନ୍ଧନ ଓ ସଂଚାଳନ ନିଜ କବଜ଼ାରେ ରଖିଥିଲେ । ସେ ଦେଶା ସିଂ ମଝିଥିଆଙ୍କୁ ଏହାର ସଂଚାଳନ କରିବାକୁ ନିୟୁକ୍ତ କରିଥିଲେ ଏବଂ ଭୂମି ଅନୁଦାନ ଦେଇ ତାହାର ଏକତ୍ରିତ ରାଜସ୍ୱ ମନ୍ଦିରର ସଂଚାଳନ ଓ ଯତ୍ନ ରଖିବା ଖର୍ଚ୍ଚ ପାଇଁ ଦେଇଥିଲେ । ରଂଜିତ ସିଂ ମନ୍ଦିରର ବଂଶଗତ ଅଧିକାରୀ ରୂପେ ସ୍ଥାନ ନିରୂପଣ କରିଥିଲେ ।
ସ୍ୱର୍ଣ୍ଣମନ୍ଦିରର ବାସ୍ତୁକଳା ଭାରତୀୟ ମହାଦ୍ୱୀପରେ ପ୍ରଚଳିତ ବିଭିର୍ଣ୍ଣ ସ୍ଥାପିତ ପ୍ରଥାକୁ ଦର୍ଶାଉଛି। ଏହାର କାରଣ ମନ୍ଦିରକୁ ବାରମ୍ବାର ନିର୍ମାଣ କରି ସଜା ଯାଇଅଛି। ମନ୍ଦିର ବିଷୟରେ ଇଆନ କେର, ଏବଂ ଅନ୍ୟ ବିଦ୍ୱାନମାନେ ବର୍ଣ୍ଣନା କର କହିଛନ୍ତି କି ଏହା ମୁଗହଳ ଓ ହିନ୍ଦୁ ରାଜପୁତଙ୍କ ଏକ ମିଶ୍ରଣ ବାସ୍ତୁକଳା।[୨][୩୭]
ପବିତ୍ର ସ୍ଥାନ ଏକ ୧୨.୨୫ x ୧୨.୨୫ ବର୍ଗ ମିଟରର ଅଟେ, ଯାହା ମଧ୍ୟରେ ଦୁଇଟି ମହଲା ଓ ଏକ ସ୍ୱର୍ଣ୍ଣପତ୍ର ଲେପନରେ ତିଆରି ଗୁମ୍ବଦ ଅଛି। ଏହି ଅଭୟାରଣ୍ୟରେ ଏକ ମାର୍ବଲ ନିର୍ମିତ ମଞ୍ଚ ଯାହା ୧୯.୭ x ୧୯.୭ ବର୍ଗ ମିଟର ଅଟେ। ଏହା ଏକ ବର୍ଗ (୧୫୪.୫ x ୧୪.୫ ମି2 ) ଜଳାଶୟ ତଳେ ରହେ, ଯାହାକୁ ଅମୃତସର କିମ୍ବା ଅମୁତସୋବର କୁହାଯାଏ। (ଅମୃତର ଅର୍ଥ ଅମୃତ, ସର ସରୋରର ସଂକ୍ଷିପ୍ତ ରୂପ ଏବଂ ଏହା ଜଳାଶୟର ଅର୍ଥ ଅଟେ।) ଜଳାଶୟ ୫.୧ ମି ଗହୀର ଓ ୩.୭ ମିଟର ଚୌଡା ମାର୍ବଲ ମାର୍ଗଦ୍ୱାରା ଘେରା ହୋଇଛି। ଏହାର ଦକ୍ଷିଣ ପିଅଇଶ୍ୱରୁ ପରିକ୍ରମା କରାଯାଇଥାଏ। ପବିତ୍ର ମଣ୍ଡଳକୁ ମଞ୍ଚ ସହିତ ଯୋଡ଼ାଯାଏ। ପ୍ରବେଶ ଦ୍ୱାରକୁ ଦର୍ଶୀ ପହାଡୀ କୁହାଯାଏ (ଦର୍ଶନ ଦ୍ୱାର ରୁ)। ଯେଉଁମାନେ ଜଳାଶୟରେ ଡୁବକୀ ଲଗାଇବାକୁ ଚାହାନ୍ତି, ମନ୍ଦିର ହେକସଙ୍ଗଓନାଲ ଶରଣ ପ୍ରଦାନ କରେ ଓ ହାର କି ପୋଡିକୁ ପବିତ୍ର ସ୍ଥାନ ପ୍ରଦାନ କରୁଥାଏ। [୩୮]
ଜଳାଶୟରେ ସ୍ନାନ କଲେ କର୍ମ ଶୁଦ୍ଧି ପାଇଥାଏ। ଏହାର ପାଣିକୁ ମଧ୍ୟ ବୋତଲରେ ଲୋକମାନେ ନିଜ ଘର, ବନ୍ଧୁ ବାନ୍ଧବ ମାନଙ୍କ ପାଇଁ ନେଇଥାନ୍ତି।[୩୯] ଏହା ସ୍ୱୟଂ ସେବକ ମାନଙ୍କଦ୍ୱାରା ପରିଚାୟିତ ଓ ସମୁଦାୟିକ ସେବାଦ୍ୱାରା ସମୟ ସମୟରେ ଏହା ଜଳ ନିଷ୍କାସନ କରାଯାଇଥାଏ।[୪୦]
ପବିତ୍ର ସ୍ଥାନରେ ଦୁଇଟି ମହଲା ଅଛି। ଶୁଖାସନ ଓ ପ୍ରକାଶ ପାଇଁ, ଶିଖ ଲିଖନୀ ଗୁରୁ ଗ୍ରଂଥ ସାହିବ ପ୍ରତିଦିନ ୨୦ ଘଣ୍ଟା ତଳେଥିବା ମହଲାରେ ରହନ୍ତି ଓ ୪ ଘଣ୍ଟା ଲାଗେ ଏହାକୁ ଶୟନ କକ୍ଷ ଅକାଳ ତକ୍ତରେ ରହିଥାଏ। ପ୍ରବେଶ ପଥର ଉଛତାରୁ ଅଧିକ ଉଚ୍ଚତାରେ ଗ୍ରଂଥ ରଖାଯାଇଥିବା ସ୍ଥାନ ଅଟେ। ଉପର ମହଲାରେ ଏକ ଗ୍ୟାଲ୍ଳେରୀ ଯାହା ସିଡ଼ିଦ୍ୱାରା ଯୋଡ଼ା ଯାଇଥାଏ। ପବିତ୍ର ସ୍ଥାନର ଚତୃପାର୍ଶ୍ୱରେ ଲାଗିଥିବା ମାର୍ବଲ ମଧ୍ୟ ଏହାର ଭୂମି ତଳ ମହଲାରେ ଲଗା ଯାଇଅଛି। ତାମ୍ର ପତ୍ରଦ୍ୱାରା ପବିତ୍ର ସ୍ଥାନର ଲେପନ ହୋଇଛି। କବାଟଗୁଡ଼ିକ ସ୍ୱର୍ଣ୍ଣପତ୍ରରେ ଲେପିତ। ଯାହା ଉପରେ ତାମ୍ର ପତ୍ରରେ ପକ୍ଷୀ, ଫୁଲ ଓ ପ୍ରକୁତିର ଚିତ୍ର ବନା ଯାଇଛି। ଏହାର ଉପର ମହଲା ଛାତ ସ୍ୱର୍ଣ୍ଣ& ଅଳଙ୍କାରଦ୍ୱାରା ସଜା ଯାଇଛି। ଚାରିପାର୍ଶ୍ୱ ଛୋଟ ଗୁମ୍ଫାଦ୍ୱାରା ଢକା ହୋଇଥାଏ ଯାହା ସୁନା ପତ୍ର ଓ ତାମ୍ରଦ୍ୱାରା ଅଳଙ୍କୃତ।
ପବିତ୍ର ସ୍ଥାନ ଗୃହର ପାଚିରୀର କଳାକୃତି ଦେଖିବା ଯୋଗ୍ୟ ଓ ଏହା ମଧ୍ୟରେ ଶୀଖ ଶାସ୍ତ୍ରର ଛନ୍ଦ ଲିଖନ ହୋଇଛି । ଭିତ୍ତିଚିତ୍ର ଭାରତୀୟ ପରମ୍ପରା ଅନୁସାରେ କରାଯାଇଛି, ଓ ବିଶୁଦ୍ଧ ରୂପରେ ଜ୍ୟମିତୀୟ ହୋଇ ଥିବାରୁ ପଶୁ, ପକ୍ଷୀ ଏବଂ ପ୍ରକୃତିର ରୁପାଙ୍କନ ମଧ୍ୟ ଏଥିରେ ସାମିଲ ଅଛି ।[୪୧]
ଦର୍ଶନୀ ଦେଓର୍ହି ଏକ ଦୁଇ ମହଲା ଢାଞ୍ଚାରେ ତିଆରି, ଯାହା ମଧ୍ୟରେ ପ୍ରବନ୍ଧକ କାର୍ଯ୍ୟାଳୟ ଓ କୋଷାଗାର ଅବସ୍ଥିତ। ପବିତ୍ର ସ୍ତନର ପ୍ରସ୍ଥାନ ମାର୍ଗରେର ଅନ୍ତିମରେ ସ୍ୱେଛାସେବୀ ଏକ ଅଟା ନିର୍ମିତ ମିଠା ପ୍ରସାଦ ଯାହାକୁ କରହ ପ୍ରସାଦ କୁହାଯାଏ ପ୍ରଦାନ କରିଥାନ୍ତି । ସାଧାରଣାତରେ, ତୀର୍ଥଯାତ୍ରୀ ସ୍ୱର୍ଣ୍ଣମନ୍ଦିରରେ ପ୍ରବେଶ କରି ଦକ୍ଷିଣାବର୍ତ୍ତ ହୋଇ ଜଳାଶୟରର ଚତୁର୍ପାର୍ଶ୍ୱରେ ପରିଭ୍ରମଣ କରି ବବିତ୍ର ସ୍ଥାନରେ ପ୍ରବେଶ କରିଥାନ୍ତି । ସମସ୍ତଙ୍କ ପାଇଁ ଏହି ମନ୍ଦିର ହୋଇଥିବା ଦର୍ଶାଇବା ପାଇଁ ଏହାର ଚତୁର୍ଦିଗରେ ୪ଟି ଦ୍ୱାର ଅଛି । କିନ୍ତୁ ମାତ୍ର ଗୋଟିଏ ଦ୍ୱାର ବବିତ୍ରସ୍ଥାନର ପ୍ରବେଶ ପଥକୁ ଯିବା ପାଇଁ ପ୍ରୟୋଗ ହୋଇଥାଏ। [୪୨]
ପବିତ୍ର ସ୍ଥାନ ଓ ପ୍ରବେଶ ପଥ ସମୁଖରେ ଅକାଳ ତଖତ ଇମାରତ ଅବସ୍ଥିତ। ଏହା ମୁଖ୍ୟ ତଖତ ଅଟେ ଯାହା ଶୀଖ ସମ୍ପ୍ରଦାୟର ଅଧିକାରିକ କେନ୍ଦ୍ର ଅଟେ। ଏହା ପଂଜାବର ମୁଖ୍ୟ ରାଜନୀତି ଦଳ ଶିରୋମଣି ଅକାଲି ଦଳର ମୁଖ୍ୟାଳୟ ଅଟେ ।[୩] ଅକାଳ ତଖତ ଶୀଖ ଦରମା ମାମଲାରେ ଓ ଶୀଖ ସମ୍ପ୍ରଦାୟକୁ ଏକଜୁଟ ହେବ ପାଇଁ ଆଦେଶ ଦେଇଥାଏ। ଅକାଳ ତଖତର ଅର୍ଥ ''କାଳାତୀତ ଭାବଙ୍କ ସିଂହାସନ''। ଏହି ସଂସ୍ଥା ଗୁରୁ ହରଗୋବିନ୍ଦ ନିଜ ପିତା ଗୁରୁ ଅର୍ଜନ ନ୍କ ସହିଦ ହେବ ପରେ ଉପଚାରିକ, ଆଧ୍ୟାତ୍ମିକ ଓ ଧର୍ମ ନିରେପେକ୍ଷ ମାମଲାରେ ଆୟୋଜନ କରିବାକୁ ନିଜ ସ୍ଥାନରୁ ଦୂର ଶୀଖ ଗୁରୁଦ୍ୱାରରେ ବାଧ୍ୟକରି ରିପୋର୍ଟ ଜାରି କରିବାକୁ ସ୍ଥାପନ କରି ଥିଲେ। ଏହା ପରେ ଗୁରୁ ଗୋବିନ୍ଦ ଦ୍ୱାର ସ୍ଥାପନ କରାଯାଇଥିବା ତଖତ ଉପରେ ଏକ ଇମାରତ ନିର୍ମାଣ କଲେ, ଏହା ଅକାଳ ଭୁଞ୍ଜା ରୂପେ ଜଣ ଯାଏ । ଅକାଳ ତଖତକୁ ତଖତ ଶ୍ରୀ ଅକାଳ ଭୁଞ୍ଜା ନାମରେ ମଧ୍ୟ ଯାନଯାଏ । ଶୀଖ ପରମ୍ପରାରେ ୫ଟି ତଖତ ଅଛି, ଯାହା ମଧ୍ୟରେ ଶୀଖ ଧର୍ମରେ ପ୍ରମୁଖ ତିର୍ଥସ୍ଥଳ। ଏହା ଆନନ୍ଦପୁର, ପାଟନା, ନାଁଦେଡ, ତଲବନ୍ଦି ସବୋ, ଓ ଅମୃତସରରେ ଅଛି। ସ୍ୱର୍ଣ୍ଣମନ୍ଦିର ପ୍ରସାରରେ ଥିବା ଅକାଳ ତଖତ ପ୍ରମୁଖ ଅଟେ।[୪୩][୪୪]
ତେଜ ସିଂ ସମୁନ୍ଦ୍ରୀ ହଲ ଗୁରୁଦ୍ୱାର ପ୍ରବନ୍ଧକ ସମିତିର କାର୍ଯ୍ୟାଳୟ ଅଟେ। ଏହା ଲଂଗର-ରସୋଈ ଓ ବିଧାନ ସଭା କକ୍ଷ ପାଖ ଏକ ଇମରତରେ ଅବସ୍ଥିତ। ଏହି କାର୍ଯ୍ୟାଳୟ ପ୍ରମୁଖ ଶୀଖ ମନ୍ଦିର ମାନଙ୍କ ସଂଚାଳନର ଦେଖରେଖ କରିଥାଏ।[୩][୪୫]
ମନ୍ଦିରର ମୂଳ ସଂସ୍କରଣରେ ଘଣ୍ଟା ଘର ନଥିଲା, ଏହା ସ୍ଥାନରେ ଏକ ଇମାରତ ଥିଲା ଯାହାକୁ ବର୍ତ୍ତମାନ "ଖୋୟା ମହଲ" କୁହାଯାଉଛି। ବ୍ରିଟିଶ ଅଧିକାରୀ ଦୁତୀୟ ଏଙ୍ଗ୍ଲୋ-ଶୀଖ ଯୁଦ୍ଧ ପରେ ଇମାରତକୁ ନଷ୍ଟ କରିବାକୁ ଚାହିତିଲେ ଓ ପୁନଶ୍ଚ ଶୀଖ ସାମ୍ରାଜ୍ୟକୁ କ୍ୱଜ଼ରେ କରି ନେଇଥିଲେ। ଶୀଖମାନେ ଏହି ବିଧ୍ୱଂଶର ବିରୋଧ କରିଥିଲେ କିନ୍ତୁ ତାହାକୁ ଆଡେଇ ଦିଆ ଯାଇଥିଲା। ଏହା ଜାଗାରେ ଘଡ଼ି ଟାୱାର ଯୋଡ଼ା ଯାଇଥିଲା, ଏହି ଟାୱାର ଜନ ଗାଡ଼ନ ନ୍କଦ୍ୱାରା ଗୋଥିକ କେଥେଡ୍ରାଲ ଶୈଳୀରେ ନାଲି ରଙ୍ଗ ଇଟା ସହିତ ସଜାଇଥିଲେ। ୧୮୬୨ ମସିହାରେ ଘଡ଼ିର ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ଓ ୧୮୭୪ରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ଟାୱାର ୭୦ ବର୍ଷ ପରେ ଶୀଖ ସମୁଦାୟଦ୍ୱାରା ଧ୍ୱଂସ କରି ଦିଆଗଲା। ଏହା ସ୍ଥାନରେ, ଏକ ନୂତନ ପ୍ରବେଶ ଦ୍ୱାର ମନ୍ଦିର ସହିତ ସାମଂଜୟଶ ରଖି ବନା ଯାଇଥିଲା। ଉତ୍ତର ପକ୍ଷରେ ଥିବା ଏହି ପ୍ରବେଶ ଦ୍ୱାର ଏକ ଘଡ଼ି ପରି ଯାହା ଉପର ମହଲାରେ ଏକ ସଂଗ୍ରହାଳୟ ଅବସ୍ଥିତ ଓ ଏହାକୁ ଘଣ୍ଟା ଘର ଦେଓରି କୁହାଯାଏ। [୪୬][୪୭]
ସ୍ୱର୍ଣ୍ଣମନ୍ଦିର ପରିସର ଖୋଲା ଥିଲା ଓ ଏହା ମଧ୍ୟରେ ଅଗଣିତ ଗଛ ଜଳାଶୟ ଚାରିପାର୍ଶ୍ୱରେ ଥିଲା। ଏହା ବର୍ତ୍ତମାନ ପାଚେରି ଓ ଦୁଇ ମହଲା ଅଗଣା ସହିତ ୪ଟି ପ୍ରବେଶ ଦ୍ୱାରରେ ପରିବର୍ତିତ, ଯାହା କୋଳି ଗଛ (ଯୁଜୁବେ)ର ରକ୍ଷା କରିଥାଏ। ଏହା ମଧ୍ୟରୁ ଗୋଟିଏ ମୁଖ୍ୟ ଘଣ୍ଟା ଘର ଦେଓରି ଦ୍ୱାର ଦକ୍ଷିଣ ପାଶ୍ୱର୍ରେ ଅଛି, ଯାହାକୁ ବେର ବାବା ବୁଦ୍ଧ କୁହାଯାଏ । ଏହା ଶୀଖ ସମୁଦାୟରେ ବିଶ୍ୱାସ କର ଯାଇଥାଏ କି ବାବା ବୁଦ୍ଧ ଏହିଠାରେ ବସି ଜଳାଶୟ ଓ ମନ୍ଦିରର ନିର୍ମାଣ କାର୍ରୟ ନିରୀକ୍ଷଣ କରିଥିଲେ। ।[୪୮][୨୭]
ଦୁତୀୟ ଗଛ ଯାହାକୁ ଲାଚି ବେର କୁହାଯାଏ, ବିଶ୍ୱାସ କରାଯାଏ କି ଏହା ତଳେ ଗୁରୁ ଅର୍ଜନ ମନ୍ଦିର ନିର୍ମାଣ ସମୟରେ ବିଶ୍ରାମ କରିଥିଲେ। [୨୭] ତୃତୀୟ ଗଛକୁ ଦୁଃଖ ଭଞ୍ଜନୀ ବେର କୁହାଯାଏ, ଯାହା ଜଳାଶୟର ଓ ପବିତ୍ର ସ୍ଥାନର ଅନ୍ୟ ପାର୍ଶ୍ୱରେ ଅବସ୍ଥିତ। ଏହା ମାନ୍ୟତା ଅଛି କି ଏଠାରେ ଏକ ଶୀଖ ଜଳାଶୟରେ ସ୍ନାନ କରି କୁଷ୍ଠତାରୁ ମୁକ୍ତି ପାଇଥିଲା, ଏହାକୁ କଷ୍ଟରୁ ମୁକ୍ତି ଦେବା ଗଛ କୁହାଯାଏ। [୪୯][୫୦] ଏହା ତଳେ ଏକ ଛୋଟ ଗୁରୁଦ୍ୱାର ଅଛି । [୨୭] ଅଠ ସଠ ତୀରଥ ୬୮ ତୀର୍ଥସ୍ଥାନ ସହିତ ସମାନ ଅଟେ ଯାହା ଏହି ଦୁଃଖ ଭଞ୍ଜନୀ ଗଛ ତଳେ ଅଛି। ଶୀଖ ଭକ୍ତମାନେ କୁହନ୍ତି କି ଚାର୍ଲସ ଟାଉନସେଣ୍ଡ ବିଶ୍ୱାସ କରନ୍ତି କି ଜଳାଶୟରେ ସ୍ନାନ କଲେ ୬୮ ତୀର୍ଥର ଫଳ ମିଳିପାରିବ।[୨୭]
ଶୀଖ ପରମ୍ପରା ଅନୁସାରେ ମୁଖ୍ୟ ଘଣ୍ଟା ଘର ଦେଓରି ଦ୍ୱାରର ପ୍ରଥମ ମହଲାରେ ଏକ ଶୀଖ ଇତିହାସ ସଂଗ୍ରହାଳୟ ଅଛି । ଏହା ବିଭିର୍ନ ଚିତ୍ର, ଗୁରୁ, ଓ ସହିଦ ମନକୁ ପ୍ରଦର୍ଶନ କରିଥାଏ, ଅନେକ ଲୋକମାନେ ଶୀଖ ମାନଙ୍କ ଇତିହାସ, ଐତିହାସିକ ବସ୍ତୁ ଯଥା ତଲବାର, କର୍ତ୍ତାର, କଂଘୀ, ଚକ୍ଙ୍କର[୫୧] ଘଣ୍ଟା ଘର ଭୂମିଗତ ସଂଗ୍ରହାଳୟରେ ଅବସ୍ଥିତ ।[୫୨][୫୩]ଲୁଇ ଏ ଫେଂଚଙ୍କ ଅନୁସାରେ ଏହା ଶୀଖ ଧର୍ମର ସମାନ ପ୍ରଦର୍ଶନ କରୁ ନାହିଁ ଓ ଆଂଶିକ ଐତିହାସିକ ଅଟେ ଯାହା ବିନା ମୁଣ୍ଡ ଥବା ଶରୀରକୁ ପ୍ରଦର୍ଶିତ କରୁଛି କିନ୍ତୁ ଏହା ମହତ୍ୱପୁର୍ଣ କଳାକୃତି ଅଟେ,ଏବଂ ଏହା ଶୀଖ ଧର୍ମରେ ବାହାଦୁରି ଓ ସହିଦ ହେବା ଦର୍ଶାଇଥାଏ।[୫୪]
ଗୁରୁଦ୍ୱାରର ମୁଖ୍ୟ ପ୍ରବେଶ ଦ୍ୱାରରେ ଅନେକ ସ୍ମାରକ ସଜା ହୋଇଥାଏ, ଯାହା ପୂର୍ବ ଐତିହାସିକ ଘଟଣା, ସାଧୁ ସନ୍ତ, ଓ ସହିଦ ମନକୁ ମନେ ରଖିବା ପାଇଁ ରଖା ଯାଇଛି । ରଂଜିତ ସିଂ ନ୍କ ଯୋଗଦାନ ସହିତ ଅନ୍ୟ ଦୁଇ ଜଣ ସୈନିକ ମାନଙ୍କ ସ୍ମାରକରେ ଲେଖା ଯାଇଛି ଏମାନେ ବିଶ୍ୱ ୟୁଦ୍ଧ ଓ ଭାରତ-ପାକିସ୍ତାନ ୟୁଦ୍ଧରେ ଲଢ଼ିଥିଲେ। [୫୫]
ହରମନ୍ଦିର ସାହିବ ପରିସର ମଧ୍ୟରେ ଏକ ଲଂଗର ଗୃହ ଅବସ୍ଥିତ। ଏହା ସମ୍ପ୍ରଦାୟଦ୍ୱାରା ଚଳିତ ଏକ ନିଶୁକ୍ଲ ତଥା ମାଗଣା ରସୋଈ ଓ ଭୋଜନ ଗୃହ। ଏହା ପୂର୍ବ ଦିଶାରେ ଥିବା ପରିଶର ମଧ୍ୟରେ ଦୁଃଖ ଭଞ୍ଜନୀ କୋଳି ଗଛ ନିକଟରେ ଅବସ୍ଥିତ। ଏହି ଲଂଗର ଗୃହରେ ସହସ୍ର ଲୋକ ମାନଙ୍କୁ ଭୋଜନ କରାଇଥାଏ, ଇଛା ରଖୁଥିବା ସମସ୍ତ ଜାତି, ଗରିବ, ଧନୀ, ବର୍ଣ, ଏବଂ ସମ୍ପ୍ରଦାୟର ଲୋକମାନେ ଖାଇଥାନ୍ତି। ନିରାମିଷ ଭୋଜନ ଏଠାରେ ପରୋଶା ଯାଇଥାଏ, ସମସ୍ତଙ୍କୁ ସମାନ ଆକାରରେ ଦେଖା ଯୈଠେ ଏବଂ ଇଛା ଅନୁସାରେ ଭୋଜନ ପ୍ରାପ୍ତ କରା ଯାଇଥାଏ। ଏହା କର-ସେବା ସ୍ୱଚ୍ଛାସେବୀ ମାନଙ୍କଦ୍ୱାରା ପରିଚାଳିତ, ସମସ୍ତେ ଭୋଜନ କରିବା ପାଇଁ ଏକ ଧାଡିରେ ବସିଥାନ୍ତି ଯାହାକୁ 'ପନଗଟ' କୁହାଯାଏ. ସଧାରଣ ଭୋଜନ ଏଠାରେ ପ୍ରାପ୍ତ ହୋଇଥାଏ, ଯାହା ଅମୃତ ତୂଲ୍ୟର ଅଟେ। ରୋଟୀ, ଡାଲି, ତରକାରୀ, ସଲାଡ଼, ଖିରି, ଇତ୍ୟାଦି ବିଭିର୍ନ ଭାବରେ ପ୍ରତିଦିନ ନିୟମିତ ଭାବେ ୨୪ ଘଣ୍ଟା ଚାଲିଥାଏ। ଭୋଜନ ସମୟରେ ସମସ୍ତ ବ୍ୟଞ୍ଜନ ଥାଳିରେ ଦିଆ ଯାଏ କିନ୍ତୁ ରୋଟୀ ହାତରେ ପରସା ଯାଇଥାଏ। [୨୭]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.