From Wikipedia, the free encyclopedia
ସୋରିଆଟିକ୍ ଗଣ୍ଠି ପ୍ରଦାହ ହେଉଛି ଏକ ଦୀର୍ଘକାଳୀନ ପ୍ରଦାହଜନକ ଆର୍ଥ୍ରାଇଟିସ୍ ଯାହା ସୋରିୟାସିସ୍ଦ୍ୱାରା ପ୍ରଭାବିତ ଲୋକମାନଙ୍କଠାରେ ଦେଖାଯାଏ | [2] ବିଭିନ୍ନ ଗଣ୍ଠି ଏଥିରେ ଜଡ଼ିତ ହୋଇପାରେ | [2] ଏହାର ଲକ୍ଷଣଗୁଡିକରେ ଅଧିକାଂଶ ସମୟରେ ସମସ୍ତ ଗୋଡ଼ ଓ ପାଦର ଆଙ୍ଗୁଠିଗୁଡ଼ିକ ଫୁଲିବା ପରିଣାମରେ ସସ୍ ବା ମାଂସ ଖଣ୍ଡ ଭଳି ଦେଖାଯାଏ | [1] ନଖରେ ପରିବର୍ତ୍ତନ ହୋଇପାରେ ଯେପରିକି ଛୋଟ ଗର୍ତ୍ତ, ମୋଟା ହେବା କିମ୍ବା ନଖ ବାହାରି ଯିବା ଦେଖାଯାଏ | [1] ସୋରିୟାସିସ୍ ରୋଗରେ ଆର୍ଥ୍ରାଇଟିସ୍ ଆରମ୍ଭ ପୂର୍ବରୁ ଚର୍ମ ପରିବର୍ତ୍ତନ (ଲାଲ ରଙ୍ଗ, କାତି ଭଳି ଦେଖାଯିବା, ଏବଂ କୁଣ୍ଡେଇ ହେବା) ୮୫% କ୍ଷେତ୍ରରେ ଘଟିଥାଏ | [1]
Psoriatic arthritis | |
---|---|
Arthritis psoriatica, arthropathic psoriasis, psoriatic arthropathy | |
ବିଭାଗ | Rheumatology |
ଲକ୍ଷଣ | Swelling of entire fingers and toes, nail changes, skin changes[1] |
ଅବଧି | Long term[2] |
କାରଣ | Genetic and environmental factors[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[1] |
ସଠିକ ରୋଗ ନିର୍ଣ୍ଣୟ | Rheumatoid arthritis, reactive arthritis, ankylosing spondylitis[2] |
ଔଷଧ | NSAIDs, methotrexate, TNF inhibitors[2] |
ପୁନଃପୌନିକ | 0.3% to 1%[1] |
ଜେନେଟିକ୍ ଏବଂ ପରିବେଶ କାରଣମାନଙ୍କ ସମ୍ପର୍କରୁ ଏହି ରୋଗ ହେବା ସମ୍ଭାବନା ଥାଏ | [2] ସୋରିୟାସିସ୍ ରୋଗୀର ଏକ ତୃତୀୟାଂଶରୁ ସମ୍ପର୍କୀୟ ଲୋକଙ୍କର ମଧ୍ୟ ସୋରିୟାସିସ୍ ଥାଏ। [2] ପ୍ରାୟ ୨୫%ରୁ ୫୦% କ୍ଷେତ୍ରରେ ଏଚଏଲଏ-ବି ୨୭ (HLA-B27) ଜେନୋଟାଇପ୍ ଥାଏ | [1] ଏହା ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପ ସହିତ ମଧ୍ୟ ଜଡ଼ିତ ଥାଏ | [1] ଏହା ଏକ ପ୍ରକାର ସ୍ପଣ୍ଡିଲୋଆର୍ଥ୍ରୋପାଥି ଦଳରେ ଶ୍ରେଣୀଭୁକ୍ତ ହୋଇଛି | [2] ଲକ୍ଷଣ ଉପରେ ଆଧାରିତ ହୋଇ ରୋଗ ନିର୍ଣ୍ଣୟ କରାଯାଏ। [1]
ସାମାନ୍ୟ ରୋଗର ଚିକିତ୍ସାରେ ଏନଏସଏଆଇଡି (NSAID) ଦିଆଯାଇପାରେ । ରୋଗ ଅଧିକ ଗୁରୁତର ହେଲେ ମେଟୋଟ୍ରେକ୍ସେଟ୍ କିମ୍ବା ଟିଏନଏଫ ଅବରୋଧକ (TNF inhibitors) ଦେଇ ଚିକିତ୍ସା କରାଯାଇପାରେ | [2] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଫିଜିଓଥେରାପି ଅନ୍ତର୍ଭୁକ୍ତ ହୋଇପାରେ | [2] ଏହି ରୋଗରେ ଉଲ୍ଲେଖନୀୟ ଅକ୍ଷମତା ସୃଷ୍ଟି ହୋଇପାରେ | [2]
ଜନସଂଖ୍ୟାର ୩%ରୁ ୧% ବା ସୋରିୟାସିସ୍ ରୋଗୀଙ୍କ ମଧ୍ୟରୁ ୩୦% ଏହି ରୋଗରେ ପ୍ରଭାବିତ ହୁଅନ୍ତି । [1] ଏଥିରେ ଉଭୟ ଶିଶୁ ଏବଂ ବୟସ୍କ ଲୋକମାନେ ଅନ୍ତର୍ଭୁକ୍ତ ହୁଅନ୍ତି | [1] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ପ୍ରଭାବିତ ହୁଅନ୍ତି | [1] ଏସିଆ କିମ୍ବା ଆଫ୍ରିକୀୟ ବଂଶର ଲୋକମାନଙ୍କଠାରେ ଏହା କମ୍ ଦେଖାଯାଏ । [1] ସନ 1973ରେ ପ୍ରଥମେ ଏହାର ସ୍ପଷ୍ଟ ବର୍ଣ୍ଣନା କରାଯାଇଥିଲା [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.