ଭାରତୀୟ କ୍ରିକେଟ ଖେଳାଳି From Wikipedia, the free encyclopedia
ସଚିନ ରମେଶ ତେନ୍ଦୁଲକର(pronunciation (help·info)(ଜନ୍ମ-୨୪ ଅପ୍ରେଲ ୧୯୭୩)ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଓ ବିଶ୍ୱ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବରେ ସାରା ବିଶ୍ୱରେ ପରିଚିତ । ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ବିଶ୍ୱର ସବୁଠାରୁ ଅଧିକ ରନ କରିଥିବା କ୍ରିକେଟର । ସେ କ୍ରିକେଟରେ ସବୁଠାରୁ ଅଧିକ ଶତକ ହାସଲ କରିଥିବ ଖେଳାଳି।[୪][୫][୬] ସଚିନ ପ୍ରଥମ ଖେଳାଳି ଭାବେ ଏକ ଦିବସୀୟ କ୍ରିକେଟରେ ଦ୍ୱିଶତକ ଅର୍ଜନ କରିଥିଲେ । .[୭][୮] ସଚିନଙ୍କୁ ୨୦୦୨ରେ ସର୍ବକାଳୀନ ଟେଷ୍ଟ ବ୍ୟାଟ୍ସମ୍ୟାନରେ ସାର ଡୋନାଲ ବ୍ରାଡମ୍ୟାନଙ୍କ ପରେ ଦ୍ୱିତୀୟ ଓ ସେହିପରି ସର୍ବକାଳୀନ ଦିନିକିଆ ବ୍ୟାଟ୍ସମ୍ୟାନରେ ମଧ୍ୟ ଭି.ଭି.ଆନ ରିଚାର୍ଡସଙ୍କ ପରେ ଦ୍ୱିତୀୟ ସ୍ଥାନରେ ରଖାଯାଇଥିଲା।[୯] ସଚିନ ଭାରତ ତରଫରୁ ୬ ଥରକ୍ରିକେଟ ବିଶ୍ୱକପ ଖେଳିଛନ୍ତି ଓ ୨୦୧୧ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ।[୧୦] ଭାରତ ତଥା ବିଶ୍ୱ କ୍ରିକେଟରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୨୦୧୪ରେ ଭାରତରତ୍ନ ସମ୍ମାନ ଦିଆଯାଇଛି। ଏହା ପାଇବାରେ ସେ ଭାରତର ପ୍ରଥମ ଖେଳାଳି। [୧୧]
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ସଚିନ ରମେଶ ତେନ୍ଦୁଲକର | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | [୧] ବମ୍ବେ (now ମୁମ୍ବାଇ), ମହାରାଷ୍ଟ୍ର, India | ୨୪ ଅପ୍ରେଲ ୧୯୭୩|||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | Tendlya, ଲିଟିଲ ମାଷ୍ଟର,[୧] ମାଷ୍ଟର ବ୍ଲାଷ୍ଟର[୨][୩] | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 5 ft 5 in (165 cm) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଡାହାଣ-ହାତୀ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm medium, leg break, off break | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | ବ୍ୟାଟ୍ସମ୍ୟାନ | |||||||||||||||||||||||||||||||||||||||||||||||||||||||||||||||||
ସମ୍ପର୍କୀୟ | ଧର୍ମପତ୍ନୀ:
ଅଞ୍ଜଳି ତେନ୍ଦୁଲକର (m. invalid year)ଝିଅ: ସାରା ତେନ୍ଦୁଲକର (b. ୧୯୯୭) ପୁଅ: ଅର୍ଜୁନ ତେନ୍ଦୁଲକର (b. ୧୯୯୯) | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side |
| |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap ୧୮୭) | ୧୫ ନଭେମ୍ବର ୧୯୮୯ v ପାକିସ୍ତାନ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | ୧୪ ନଭେମ୍ବର ୨୦୦୩ v ୱଷ୍ଟେ ଇଣ୍ଡିଜ୍ | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap ୭୪) | ୧୮ ଡିସେମ୍ବର ୧୯୮୯ v ପାକିସ୍ତାନ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | ୧୮ ମାର୍ଚ୍ଚ ୨୦୧୨ v ପାକିସ୍ତାନ | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | ୧୦ | |||||||||||||||||||||||||||||||||||||||||||||||||||||||||||||||||
Only T20I (cap ୧୧) | ୧ ଡିସେମ୍ବର ୨୦୦୬ v ସାଉଥ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
୧୯୮୮ | Cricket Club of India | |||||||||||||||||||||||||||||||||||||||||||||||||||||||||||||||||
୧୯୮୮–୨୦୧୩ | ମୁମ୍ବାଇ | |||||||||||||||||||||||||||||||||||||||||||||||||||||||||||||||||
୧୯୯୨ | ୟୋର୍କସାୟର | |||||||||||||||||||||||||||||||||||||||||||||||||||||||||||||||||
୨୦୦୮–୨୦୧୩ | ମୁମ୍ବାଇ ଇଣ୍ଡିଆନ | |||||||||||||||||||||||||||||||||||||||||||||||||||||||||||||||||
2014 | Marylebone Cricket Club | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, ୧୫ ନଭେମ୍ବର୨୦୧୩ |
୧୪ ନଭେମ୍ବର ୧୯୮୭, ରଣଜୀ ଟ୍ରଫି ନିମନ୍ତେ ତେନ୍ଦୁଲକରଙ୍କୁ ପ୍ରବଣ କରାଯାଇଥିଲା । (ଇଣ୍ଡିଆଜ ପ୍ରିମିଏଅର ଡୋମେଷ୍ଟିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ) । କିନ୍ତୁ ସେ କୌଣସି ମତେ ଚୂଡାନ୍ତ ପ୍ରଜାୟରେ ଶେଷ ଏଗାର ଜଣଙ୍କ ମଧ୍ୟରୁ ବଛା ହୋଇପାରି ନଥିଲେ । କିନ୍ତୁ ତାଙ୍କୁ ପ୍ରତିସ୍ଥାପିକ ଫିଲଡର ରୂପେ ବ୍ୟବହାର କରାଯାଉଥିଲା । ଏକ ବର୍ଷ ପରେ, ୧୧ ଡିସେମ୍ବର୧୯୮୮, ବୟସ ମାତ୍ର ୧୫ ବର୍ଷ ୨୩୨ ଦିନ,ତେନ୍ଦୁଲକର ତାଙ୍କ ପ୍ରଥମ ମ୍ୟାଚ ମୁମ୍ବାଇ ପାଇଁ ଖେଳୁଥିଲେ ଓ ସେ ଭାରତର ପ୍ରଥମ କ୍ରିକେଟ ଖେଳାଳି ଯିଏକି ପ୍ରଥମ ପାରିରେ ଅପରାଜିତ ଶତକ (୧୦୦*)ରନ କରି ରେକର୍ଡ କରିଥିଲେ । ମୁମ୍ବାଇ ଦଳର ଅଧିନାୟକ ଦିଲୀପ ଭେଙ୍ଗସ୍କରଙ୍କଦ୍ୱାରା ମୁମ୍ବାଇ ଦଳରେ ଖେଳିବା ପାଇଁ ଯନ୍ତର ସହ ବଛା ହୋଇ ଥିଲେ।ତାହାପରେ ସେହି ସମୟର ଭାରତର ସର୍ବୋତମ ଫାଷ୍ଟ ବୋଲର କପିଳ ଦେବ ସଚିନଙ୍କୁ ୱଖେଡେ ଷ୍ଟାଡିଅମର ନେଟ୍ରେ ଅଭ୍ୟାସ କରୁଥିବାର ଦେଖିଥିଲେ ଯେଉଁଠିକି ଭାରତୀୟ ଦଳ ନିଉଜଲାଣ୍ଡ ଦଳ ବିପକ୍ଷରେ ଖେଳିବାକୁ ଥିଲା। ୧୯୮୮-୧୯୮୯ ସିଜନ୍ ଶେଷ ହୋଇଥିବା ବେଳେ ସେ ମୁମ୍ବାଇ ପାଇଁ ସର୍ବାଧିକ ରନ୍ କରିଥିଲେ।ସେ ସର୍ବାଧିକ ୫୮୩ ରନ୍ ଓ ୬୭.୭୭ ହାରାହାରିରେ ରନ୍ କରୁଥିଲେ।ଇରାନୀ ଟ୍ରଫି ଦିଲ୍ଲୀ ବିପକ୍ଷରେ ଅପରାଜିତ ସତକ ମଧ୍ୟ ହାସଲ କରିଥିଲେ।୧୯୮୮-୧୯୮୯ ମସିହା ମଧ୍ୟରେ ଭାରତୀୟ ଦଳ ସହ ଇଂଲଣ୍ଡ ବିପକ୍ଷରେ ଦୁଇ ଥର ଯାତ୍ରା କରିଥିଲେ।ଅଷ୍ଟେଲିଆ ବିପକ୍ଷରେ ସେ ତାଙ୍କର ପ୍ରଥମ ଦୁଇ ଶତକ ହାସଲ କରିଥିଲେ।ସେ ପ୍ରଥମ ବକ୍ତି ଯିଏକି ରଣଜୀ,ଇରାନୀ ଓ ଦୁଲିପ୍ ଟ୍ରଫିରେ ଶତକ ହାସଲ କରିଛନ୍ତି।
Seamless Wikipedia browsing. On steroids.