ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ଶ୍ରୀବଲ୍ଲଭ ପାଣିଗ୍ରାହୀ (୨ ସେପ୍ଟେମ୍ବର ୧୯୪୦ - ୮ ଜୁଲାଇ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ ଥର ଓ ଲୋକ ସଭାରେ ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[2] ୧୯୮୪, ୧୯୯୧ ଓ ୧୯୯୬ ଭାରତୀୟ ସାଧାରଣ ନିର୍ବାଚନରେ ସେ ଦେଓଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୧୦ ଓ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[3] ସେ ୩୩ ବର୍ଷ ବୟସରେ ନନ୍ଦିନୀ ଶତପଥୀଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[4]
ଶ୍ରୀବଲ୍ଲଭ ପାଣିଗ୍ରାହୀ | |
---|---|
ବିଧାୟକ: ୧୦ମ, ୧୧ଶ ଲୋକ ସଭା | |
କାର୍ଯ୍ୟକାଳ ୧୯୯୧ – ୧୯୯୮ | |
ନିର୍ବାଚନ ମଣ୍ଡଳୀ | ଦେବଗଡ଼ |
ସାଂସଦ: ୮ମ ଲୋକ ସଭା | |
କାର୍ଯ୍ୟକାଳ ୧୯୮୪ – ୧୯୮୯ | |
ନିର୍ବାଚନ ମଣ୍ଡଳୀ | ଦେବଗଡ଼ |
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ବନମାଳି ବାବୁ |
ପର ଅଧିକାରୀ | ଝସକେତନସାହୁ |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ |
ବଡ଼ଗାଁ, ସମ୍ବଲପୁର ଜିଲ୍ଲା, ଓଡ଼ିଶା[1] | ୨ ସେପ୍ଟେମ୍ବର ୧୯୪୦
ମୃତ୍ୟୁ | ୮ ଜୁଲାଇ ୨୦୧୫ ୭୪) ବେଙ୍ଗାଳୁରୁ[1] | (ବୟସ
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସୁନନ୍ଦା ପାଣିଗ୍ରାହୀ |
ସମ୍ପର୍କ | ରାସେଶ୍ୱରୀ ପାଣିଗ୍ରାହୀ |
ବାପା/ବୋଉ | ନୃସିଂହ ପାଣିଗ୍ରାହୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଶ୍ରୀବଲ୍ଲଭ ୧୯୪୦ ମସିହାର ସେପ୍ଟେମ୍ବର ମାସ ୨ ତାରିଖରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବଡ଼ଗାଁରେ ଜନ୍ମଗ୍ରହଣ କରିଥିଲେ ।[1][5] ତାଙ୍କ ବାପାଙ୍କ ନାମ ନୃସିଂହ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସୁନନ୍ଦା ପାଣିଗ୍ରାହୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବି.ଏ., ଏଲ୍.ଏଲ୍.ବି. ।[6] ତାଙ୍କ ଭଉଣୀ ରାସେଶ୍ୱରୀ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ସକ୍ରିୟ ରହି ଓଡ଼ିଶା ବିଧାନ ସଭାରେ ବିଧାୟିକା ଭାବରେ କାର୍ଯ୍ୟ କରୁଥିଲେ ।[5]
ଶ୍ରୀବଲ୍ଲଭ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[7] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଓ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[6]
ଶ୍ରୀବଲ୍ଲଭ ପାଣିଗ୍ରାହୀ ୨୦୧୫ ମସିହାର ଜୁଲାଇ ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[6] ସେ ବାଙ୍ଗାଲୋରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟବରଣ କରିଥିଲେ ।[1] ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।[8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.