From Wikipedia, the free encyclopedia
୮ମ ଲୋକ ସଭା ୧୯୮୪ ମସିହାରେ ଗଠିତ ହୋଇଥିଲା । ୧୯୮୪ ମସିହା ସାଧାରଣ ନିର୍ବାଚନ ପରେ ଏହି ଲୋକ ସଭା ୩୧ ଡିସେମ୍ବର ୧୯୮୪ରେ ଗଠିତ ହୋଇ ପାଞ୍ଚ ବର୍ଷ ପରେ ୨୭ ନଭେମ୍ବର ୧୯୮୯ରେ ଭଙ୍ଗ ହୋଇଥିଲା । ୧୯୮୪ ମସିହା ଶେଷ ହେବା ଆଗରୁ ଏହି ନିର୍ବାଚନରେ ନିର୍ବାଚିତ ସଦସ୍ୟମାନେ ଲୋକ ସଭାରେ ଯୋଗ ଦେଇଥିଲେ । ୧୯୮୪ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାରୁ ୯ ଜଣ ସଦସ୍ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[1]
ଏହି ଲୋକ ସଭାରେ ରାଜୀବ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ ଏବଂ ୨ ଡିସେମ୍ବର ୧୯୮୯ରେ ତାଙ୍କର ହତ୍ୟା ହେବାଯାଏଁ ସେ ଦାୟିତ୍ୱରେ ଥିଲେ । ଏହି ଲୋକ ସଭାରେ କଂଗ୍ରେସ ଦଳ ୭ମ ଲୋକ ସଭାଠାରୁ ୩୦ଟି ଅଧିକ ଆସନରେ ଜିତିଥିଲା ।
ବିଭିନ୍ନ ରାଜନୈତିକ ଦଳରୁ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-
S.No. | Party Name | Number of MPs |
---|---|---|
୧ | ଭାରତୀୟ ଜାତୀୟ କଂଗ୍ରେସ | ୪୨୬ |
୨ | ତେଲୁଗୁ ଦେଶମ୍ ପାର୍ଟି | ୩୦ |
୩ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) | ୨୩ |
୪ | ଜନତା ଦଳ | ୧୬ |
୫ | ଏ.ଆଇ.ଏ ଡି.ଏମ୍.କେ | ୧୨ |
୬ | ଇନ୍ଡିପେଣ୍ଡେଣ୍ଟ | ୯ |
୭ | ଅକାଳୀ ଦଳ | ୭ |
୮ | ଆସାମ ଗଣ ପରିଷଦ | ୭ |
୯ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି | ୬ |
୧୦ | କଂଗ୍ରେସ | ୫ |
୧୧ | ଲୋକ ଦଳ | ୪ |
୧୨ | ସ୍ୱାଧୀନ | ୪ |
୧୩ | ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍ନାଲ୍ କନ୍ଫରେନ୍ସ | ୩ |
୧୪ | ରିଭୋଲ୍ୟୁସ୍ନାରୀ ସୋସିଆଲିଷ୍ଟ ପାର୍ଟି | ୩ |
୧୫ | ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ | ୨ |
୧୬ | ଭାରତୀୟ ଜନତା ପାର୍ଟି | ୨ |
୧୭ | ଡି.ଏମ୍.କେ | ୨ |
୧୮ | କେରଳ କଂଗ୍ରେସ | ୨ |
୧୯ | ସର୍ବଭାରତୀୟ ମୁସଲମାନ ଦଳ | ୨ |
୨୦ | ନୋମିନେଟେଡ୍ | ୨ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.