ପରମ ବୀର ଚକ୍ର ସମ୍ମାନିତ ଭାରତୀୟ ସୈନିକ From Wikipedia, the free encyclopedia
ସୁବେଦାର ମେଜର,[2] ଏବଂ କ୍ୟାପଟେନ ଯୋଗେନ୍ଦ୍ର ସିଂହ ଯାଦବ ଜଣେ ପରମ ବୀର ଚକ୍ର ସମ୍ମାନପ୍ରାପ୍ତ ସେବାନିବୃତ ଭାରତୀୟ ସ୍ଥଳସେନା ଅଧିକାରୀ । କାରଗିଲ ଯୁଦ୍ଧରେ ତାଙ୍କ ସାହସିକତାପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହି ପୁରସ୍କାର ପାଇବାରେ ସେ ସର୍ବକନିଷ୍ଟ ସେନା ଅଧିକାରୀ । ମାତ୍ର ୧୯ ବର୍ଷ ବୟସରେ ସେ ଏହି ସମ୍ମାନ ଲାଭ କରିଥିଲେ ।[3][4]
ସୁବେଦାର ମେଜର ଏବଂ କ୍ୟାପଟେନ ଯୋଗେନ୍ଦ୍ର ସିଂହ ଯାଦବ | |
---|---|
ଜନ୍ମ | [1] ବୁଲନ୍ଦ ସହର, ଉତ୍ତର ପ୍ରଦେଶ. ଭାରତ | ୧୦ ମଇ ୧୯୮୦
ନିଯୁକ୍ତିଦାତା | India |
ସେବା/ | Indian Army |
କାର୍ଯ୍ୟକାଳ | ୧୯୯୬-୨୦୨୧ |
ପଦବୀ | ସୁବେଦାର ମେଜର କ୍ୟାପଟେନ |
ସେନା ବିଭାଗ | 18th Grenadiers |
ସଂଘର୍ଷ/ଯୁଦ୍ଧ | କାରଗିଲ ଯୁଦ୍ଧ
|
ପୁରସ୍କାର | ପରମ ବୀର ଚକ୍ର ଯଶ ଭାରତୀ |
ଶିକ୍ଷାନୁଷ୍ଠାନ | ସରକାରୀ ଉଚ୍ଚ ବିଦ୍ୟାଳୟ, ଔରଙ୍ଗାବାଦ ଅହିର, ବୁଲନ୍ଦସହର |
ସୁବେଦାର ଯାଦବ ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲା ଅନ୍ତର୍ଗତ ଔରଙ୍ଗାବାଦ ଅହିରଠାରେ ୧୯୮୦ ମସିହା ମେ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[3][5] ତାଙ୍କ ପିତା କରନ ସିଂହ ଯାଦବ ମଧ୍ୟ ଭାରତୀୟ ସେନାବାହିନୀରେ କାର୍ଯ୍ୟ କରିଥିଲେ । ସେ କୁମାୟୁନ ରେଜିମେଣ୍ଟରେ ଥାଇ ୧୯୬୫ ଓ ୧୯୭୧ ମସିହାର ଭାରତ-ପାକିସ୍ଥାନ ଯୁଦ୍ଧ ଲଢ଼ିଥିଲେ ।[3] ଯୋଗେଦ୍ର ୧୬ ବର୍ଷ ଓ ୫ ମାସ ବୟସରେ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ ।[6]
୧୯୯୯ ମସିହା ଜୁଲାଇ ମାସ ୪ ତାରିଖ ଭୋର ସମୟରେ ଯୋଗେନ୍ଦ୍ର ଓ ୧୮ ଜଣ ଗ୍ରେନେଡି଼ୟରଙ୍କୁ ନେଇ ଗଠିତ ଘାତକ ଫୋର୍ସକୁ ଟାଇଗର ହିଲରେ ତିନିଟି ମୁଖ୍ୟ ବଙ୍କରକୁ ନିଜ ଅଧିକାରକୁ ନେବାପାଇଁ ଆଦେଶ ଦିଆଯାଇଥିଲା । ବଙ୍କର ଗୁଡ଼ିକ ବରଫାଚ୍ଛନ୍ନ ତିଖ ପର୍ବତର ଉପରେ ଥିଲା । ଯାଦବ ପର୍ବତ ତିଖକୁ ଚଢ଼ି ସେଠାରୁ ତଳକୁ ଦଉଡ଼ି ପକେଇବା ପାଇଁ ଅଣ୍ଟା ଭିଡ଼ିଥିଲେ । ଅଧା ବାଟ ଚଢ଼ିଥିବା ସମୟରେ ଶତ୍ରୁପକ୍ଷରୁ ମେସିନ ଗନ ଓ ରକେଟଦ୍ୱାରା ତାଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା । ଏହି ଗୁଳିବର୍ଷଣଦ୍ୱାରା ଘାତକ ଭାରତ ପକ୍ଷର ପ୍ଲାଟୁନ କମାଣ୍ଡର ଓ ଅନ୍ୟ ଦୁଇଜଣ ନିହତ ହୋଇଥିଲେ । ଯାଦବଙ୍କ କାନ୍ଧ ଓ ଜଂଘରେ ମଧ୍ୟ ଗୁଳି ମାଡ଼ ହୋଇଥିଲା । ଏହା ସତ୍ତ୍ୱେ ଯାଦବ ବାକିଥିବା ୬୦ଫୁଟ ଉଚ୍ଚତା ଚଢ଼ିଥିଲେ । ଗୁରୁତ୍ୱର ଆହାତ ହେବା ସତ୍ତ୍ୱେ ସେ ଘୁଷୁରି ଘୁଷୁରି ଯାଇ ପ୍ରଥମ ବଙ୍କର ଉପରେ ଗ୍ରେନେଡ଼ ମାଡ଼ କରି ପାକିସ୍ଥାନର ୪ ଜଣ ସିପାହିଙ୍କୁ ମାରିଥିଲେ । ଏହାଦ୍ୱାରା ପାକିସ୍ଥାନ ପକ୍ଷରୁ ଚାଲିଥିବା ଗୁଳିବର୍ଷଣ ମଧ୍ୟ ବନ୍ଦ ହୋଇଥିଲା । ଗୁଳିବର୍ଷଣ ବନ୍ଦହେବାରୁ ଭାରତର ଅନ୍ୟମାନଙ୍କୁ ପାହାଡ଼ ଚଢ଼ି ଉପରକୁ ଯିବାକୁ ସୁଯୋଗ ମିଳିଗଲା ।[7] ଏହାପରେ ଭାରତୀୟ ସୌନ୍ୟମାନଙ୍କର ପାକିସ୍ଥାନ ସୈନ୍ୟମାନଙ୍କ ସହ ହାତାହାତି ଯୁଦ୍ଧ ହୋଇଥିଲା ଓ ସେମାନେ ବାକି ୪ ଜଣ ପାକିସ୍ଥାନୀ ସୈନଙ୍କୁ ମାରିପକେଇଥିଲେ । ଏହାପରେ ଭାରତୀୟ ସେନା ଟାଇଗର ହିଲରେ ବିଜୟ ହାସଲ କରିଥିଲେ । ଯୋଗେନ୍ଦ୍ରଙ୍କ ଦେହରେ ୧୨ଟି ଗୁଳି ବାଜିବା ସତ୍ତ୍ୱେ ସେ ସାହସର ସହିତ ଲଢ଼ି ଟାଇଗର ହିଲ ଜିତିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । [8]
ମରଣୋପରାନ୍ତ ଭାବରେ ଯୋଗେନ୍ଦ୍ର ଯାଦବଙ୍କ ନାମ ପରମବୀର ଚକ୍ର ସମ୍ମାନ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ, ଯୋଗେନ୍ଦ୍ର ବଞ୍ଚିଛନ୍ତି ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସମନାମରେ ଅନ୍ୟଜଣେ ଯୁଦ୍ଧରେ ସହିଦ ହୋଇଥିଲେ ।[9]
୨୦୨୧ ମସିହା ସ୍ୱାଧିନତା ଦିବସରେ ଯୋଗେନ୍ଦ୍ର ଯାଦବଙ୍କୁ ସମ୍ମାନଜନକ କ୍ୟାପଟେନ ପଦବୀ ପ୍ରଦାନ କରାଯିବା ପାଇଁ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ଘୋଷଣା କରାଯାଇଥିଲା । ଲେଫ୍ଟନାଣ୍ଟ ରାଜୀବ ସିରୋହୀଙ୍କଠାରୁ ସେ ଏହି ପଦବୀ ଲାଭ କରିଥିଲେ । ସମ୍ମାନଜନକ କ୍ୟାପଟେନ ପଦବୀରୁ ଯୋଗେନ୍ଦ୍ର ୨୦୨୧ ମସିହା ଡିସେମ୍ବର ୩୧ତାରିଖରେ ଅବସର ଗ୍ରହଣ କରିଥିଲେ ।[10]
ଯୋଗେନ୍ଦ୍ର ଭାରତୀୟ ସେନାରୁ ଅବସର ଗ୍ରହଣ କରିବା ପରେ ଉଡ଼ଚଲୋ ନାମକ ଏକ ସଂସ୍ଥାରେ ପରାମର୍ଶଦାତା ଭାବରେ ଯୋଗ ଦେଇଥିଲେ । [11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.