ଜାତିସଂଘ ଜେନେରାଲ ଆସେମ୍ବ୍ଲିର ୧୦ତାରିଖ, ୧୯୪୮ରେ ଗୃହୀତ ଏକ ଐତିହାସିକ ଦଲିଲ । From Wikipedia, the free encyclopedia
ମାନବ ଅଧିକାରର ସାର୍ବଜନୀନ ଘୋଷଣା ବା ୟୁଡିଏଚଆର (ଇଂରାଜୀ ଭାଷାରେ The Universal Declaration of Human Rights (UDHR)) ଏକ ଐତିହାସିକ ଦଲିଲ ଯାହା ଡିସେମ୍ବର ୧୦ତାରିଖ, ୧୯୪୮ରେ ଫ୍ରାନ୍ସର ପ୍ୟାରିସଠାରେ ଜାତିସଂଘ ଜେନେରାଲ ଆସେମ୍ବ୍ଲିର ସଂକଳ୍ପ ଧାରା ୨୧୭ ଅନୁସାରେ ତୃତୀୟ ଅଧିବେଶନରେ ବହୁମତରେ ଗୃହୀତ ହୋଇଥିଲା । ଜାତିସଂଘର ୫୮ ସଦସ୍ୟଙ୍କ ମଧ୍ୟରୁ ୪୮ ସଦସ୍ୟ ଏହାକୁ ସମର୍ଥନ କରିଥିଲେ, ୮ ସଦସ୍ୟ ଅନୁପସ୍ଥିତ ଥିଲେ ଓ ଦୁଇ ସଦସ୍ୟ ଭୋଟ ଦେବାରୁ ବିରତ ଥିଲେ । [1]
Universal Declaration of Human Rights | |
---|---|
Created | 1948 |
Ratified | 10 December 1948 |
Location | Palais de Chaillot, Paris |
Author(s) | Draft Committee[lower-alpha 1] |
Purpose | Human rights |
ସେହି ଘୋଷଣା ପତ୍ରର ୩୦ଟି ଧାରାରେ ବ୍ୟକ୍ତିଗତ ଅଧିକାର ସ୍ୱୀକୃତ ହୋଇଥିଲା, ସେତେବେଳେ ବିଧିବଦ୍ଧ ଭାବରେ ବନ୍ଧିତ ନଥିଲେ ମଧ୍ୟ ପରବର୍ତ୍ତୀ କାଳର ଆନ୍ତର୍ଜାତିକ ସନ୍ଧି, ଅର୍ଥନୈତିକ ବଦଳ, କ୍ଷେତ୍ରୀୟ ମାନବ ଅଧିକାର ଇନସ୍ଟ୍ରେମେଣ୍ଟ, ଜାତୀୟ ସଂବିଧାନ ଓ ଅନ୍ୟାନ୍ୟ କାନୁନ ଯୋଗେ ଏହା ଗୃହୀତ ହୋଇଥିଲା । ଆନ୍ତର୍ଜାତୀୟ ମାନବ ଅଧିକାର ବିଲ (International Bill of Human Rights) ତିଆରି କରିବାର ଏହା ପ୍ରଥମ ସୋପାନ ଥିଲା ଯାହା ସନ ୧୯୬୬ରେ ସମ୍ପୁର୍ଣ୍ଣ ହେବାପରେ ସନ ୧୯୭୬ରେ ଅଧିକ ସଂଖ୍ୟକ ଦେଶ ଏହାକୁ ମଞ୍ଜୁର କରିବା ପରେ ବଳବତ୍ତର ହେଲା ।
କେତେକ ବିଧି ପଣ୍ଡିତଙ୍କ ମତରେ ଅନେକ ଦେ ନିୟମିତ ଭାଗରେ ୫୦ ବର୍ଷ ଧରି ଏହାକୁ ପ୍ରୟୋଗ କରିବାରୁ ଏହା କଷ୍ଟମାରି ଇଣ୍ଟରନ୍ୟାସନାକ ନିୟମର (customary international law) ଏକ ଅଂଶ ଭାବରେ ବାଧ୍ୟତା ମୂଳକ ହୋଇଗଲା ।[2][3] କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ କୋର୍ଟ ନିଷ୍କର୍ଷ ଅନୁସାରେ ଏହି ଘୋଷଣା ସ୍ୱତଃ କର୍ତ୍ତବ୍ୟ ଭାବରେ ଆନ୍ତର୍ଜାତୀୟ ନିୟମରେ ଲାଗୁହେବନି । [4] ଏହି ଘୋଷଣା ଘରୋଇ କାନୁନର ଅଂଶ ନଥିବା କଥା ଅନ୍ୟାନ୍ୟ ଦେଶର କୋର୍ଟଗୁଡ଼ିକ ମଧ୍ୟ ଦର୍ଶାଇଛନ୍ତି । [5]
ସାର୍ବଜନୀନ ଘୋଷଣାର ଦ୍ୱିତୀୟ ଚିଠା ବା ଡ୍ରାଫ୍ଟକୁ ରେନେ କାସିନ (René Cassin) ଉପସ୍ଥାପନା କରିଥିଲେ । ଜନ ପିଟର ହମ୍ଫ୍ରେ ତିଆରି କରିଥିବା ପ୍ରଥମ ଚିଠାରୁ କାସିନ ମଧ୍ୟ କାମ କରୁଥିଲେ । ଏହାର ପ୍ରିଆମ୍ବଲ୍ ବା ପ୍ରସ୍ଥାବ ଓ ପ୍ରାରମ୍ଭିକ ସାଧାରଣ ନୀତିଗୁଡ଼ିକ ନେପୋଲିଅନ କୋଡ଼ଦ୍ୱାରା (Code Napoléon) ପ୍ରଭାବିତ ହୋଇଥିଲା ।</ref> ଗ୍ରୀକ ମନ୍ଦିରର ପୋର୍ଟିକୋ ସହିତ ଘୋଷଣାକୁ ତୁଳନା କରିଥିଲେ ଯେଉଁଥିରେ ମୂଳଦୁଆ, ସୋପାନ, ଚାରି ସ୍ତମ୍ଭ ଓ ଏକ ପେଡିମେଣ୍ଟ ଥାଏ (pediment) ।
ଘୋଷଣାର ପ୍ରସ୍ତାବ ଓ ୩୦ଟି ଧାରା:
ଏହି ଧାରାମାନଙ୍କରେ ସମାଜ ପ୍ରତି ବ୍ୟକ୍ତିର କର୍ତ୍ତବ୍ୟ ଓ ଜାତିସଂଘର ଲକ୍ଷ ବିପକ୍ଷରେ ଅଧିକାରର ନିଷେଧ ବିଷୟ ଲେଖାଯାଇଛି । [7]}}
ବିଶ୍ୱ ଯୁଦ୍ଧ ୨ର (World War II) ସହଯୋଗୀ ଦଳମାନେ ଚାରୋଟି ସ୍ୱାଧୀନତା ଅଙ୍ଗୀକାର କରିଥିଲେ: ବାକ୍ ସ୍ୱାଧୀନତା, ଧର୍ମ ସ୍ୱାଧୀନତା, ଭୟ ମୁକ୍ତି ସ୍ୱାଧୀନତା ଓ ଅଭାବରୁ ସ୍ୱାଧୀନତା ଯାହାକୁ ମୌଳିକ ଯୁଦ୍ଧ ଲକ୍ଷ କୁହାଯାଉଥିଲା । [8][9] ମାନବ ଅଧିକାର , ଗୌରବ ଓ ବ୍ୟକ୍ତଗତ ମୂଲ୍ୟକୁ ମିଳିତ ଜାତିସଂଘ ଚାର୍ଟର ପୁନର୍ବାର ଦୃଢ଼ତା ପୂର୍ବକ ସ୍ୱୀକାର କଲେ ଓ ସମସ୍ତ ସଭ୍ୟ ଦେଶମାନଙ୍କୁ ଜାତି, ଲିଙ୍ଗ, ଭାଷା ବା ଧର୍ମର ଅନ୍ତର ନ ଦେଖି ସଭିଙ୍କ ପାଇଁ ମୌଳିକ ମାନବ ଅଧିକାର (fundamental human rights) ଲାଗୁ କରିବାକୁ ପ୍ରତ୍ସାହିତ କଲେ । [10]
ବିଶ୍ୱ ଯୁଦ୍ଧ ସମୟରେ ନାଜି ସରକାରର ଅତ୍ୟାଚାର ସ୍ପଷ୍ଟ ହେବାପରେ ବିଶ୍ୱ କମିଟିର ହୃଦ୍ବୋଧ ହେଲେ ଯେ ଅଧିକାର ବିଷୟର ସଂଜ୍ଞା ମିଳିତ ଜାତିସଂଘଦ୍ୱାରା ସଠିକ ଭାବରେ ନିରୂପଣ ହୋଇନାହିଁ । [11][12] ସେଥି ନିମନ୍ତେ କ ସାର୍ବଜନୀନ ଘୋଷଣାରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ମାନବ ଅଧିକାରକୁ ପ୍ରଭାବିତ କରିବା ଆବଶ୍ୟକ ହେଲା । [13]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.