From Wikipedia, the free encyclopedia
ବାରବାଟି ଷ୍ଟାଡ଼ିଅମ କଟକ ଜିଲ୍ଲାରେ ଅବସ୍ଥିତ। ଏହା ଓଡ଼ିଶା କ୍ରିକେଟ ଦଳର ଘରୋଇ ପଡ଼ିଆ । ଓଡ଼ିଶା କ୍ରିକେଟ୍ ସଙ୍ଘଏହାର ପରିଚାଳନା କରୁଛନ୍ତି । ବାରବାଟି ଷ୍ଟାଡିୟମ ଭାରତର ପୁରୁଣା ଷ୍ଟାଡିୟମ ମଧ୍ୟରୁ ଅନ୍ୟତମ ଏଠାରେ ଫ୍ଲଡ୍-ଲାଇଟ୍ର ବ୍ୟବସ୍ଥା ମଧ୍ୟ ଅଛି ।
ସ୍ଥାନ | କଟକ(ଓଡ଼ିଶା) |
---|---|
ପ୍ରତିଷ୍ଠା ହୋଇଥିଲା | ୧୯୫୮ |
ଚଳାଉଛନ୍ତି | ଓଡ଼ିଶା କ୍ରିକେଟ ସଙ୍ଘ |
ବସିବା-କ୍ଷମତା | ୪୫,୦୦୦ |
Address | ଭାରତ |
---|---|
Location | କଟକ, ଓଡ଼ିଶା, ଭାରତ |
Coordinates | 20°28′52″N 85°52′7″E |
Owner | ଓଡ଼ିଶା ସରକାର |
Operator | ଓଡ଼ିଶା କ୍ରିକେଟ ଆସୋସିଏସନ ଓଡ଼ିଶା ଫୁଟବଲ୍ ଆସୋସିଏସନ |
Capacity | 45,000 |
Tenants | |
ଭାରତୀୟ ଜାତୀୟ କ୍ରିକେଟ ଦଳ ଭାରତୀୟ ମହିଳା ଜାତୀୟ କ୍ରିକେଟ ଦଳ ଓଡ଼ିଶା ଫୁଟବଲ ଟୀମ୍ (1958–present) ଓଡ଼ିଶା ମହିଳା ଫୁଟବଲ ଟୀମ୍ (1958–present) | |
Ground information | |
Location | କଟକ, ଓଡ଼ିଶା, ଭାରତ |
Establishment | 1958 |
Tenants | ଓଡ଼ିଶା କ୍ରିକେଟ ଦଳ (1958–present) Hyderabad Deccan Chargers (2010–2012) Kings XI Punjab (2014) Kolkata Knight Riders (2014) ଭାରତୀୟ ମହିଳା ଜାତୀୟ କ୍ରିକେଟ ଦଳ ଭାରତୀୟ ଜାତୀୟ କ୍ରିକେଟ ଦଳ |
End names | |
ମହାନଦୀ ନଦୀ ଶେଷ ପାଭିଲିୟନ୍ ଶେଷ | |
International information | |
First Test | 4–7 January 1987: India v Sri Lanka |
Last Test | 8–12 November 1995: India v New Zealand |
First ODI | 27 January 1982: India v England |
Last ODI | 22 December 2019: India v West Indies |
First T20I | 5 October 2015: India v South Africa |
Last T20I | 12 June 2022: India v South Africa |
Only women's Test | 7–11 March 1985: India v New Zealand |
First WODI | 1 February 2013: Australia v Pakistan |
Last WODI | 15 February 2013: South Africa v Sri Lanka |
As of 12 June 2022 |
୧୯୪୯ ମସିହାରେ, କଟକର କିଲ୍ଲା ପଡ଼ିଆରେ କଟକ ଏକାଦଶ ଓ କଲିକତାର ଭବାନୀପୁର ଏକାଦଶ ମଧ୍ୟରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେଉଥିଲା । ଏହି ମ୍ୟାଚ ଦେଖିବାକୁ ହରେକୃଷ୍ଣ ମହତାବ ଆସିଥିଲେ । ପଡ଼ିଆକୁ ତାଟି ଘେରା ହୋଇଥିଲା ଓ ହଜାର ହଜାର ଦର୍ଶକ ଏହି ମ୍ୟାଚଟିକୁ ଠିଆ ହୋଇ ଦେଖୁଥିଲେ । ଦର୍ଶକମାନଙ୍କର ଏହି ଦୁର୍ଦଶା ଦେଖି, ମହତାବ ସେହିଦିନ ଏକ ଷ୍ଟାଡିଅମ ନିର୍ମାଣର ଘୋଷଣା କରିଥିଲେ । ଷ୍ଟାଡିଅମ ନିର୍ମାଣର ଦାୟିତ୍ୱ ଦିଆଯାଇଥିଲା ଭୈରବ ଚନ୍ଦ୍ର ମହାନ୍ତିଙ୍କୁ । ୧୯୫୦ମସିହାରେ ଏହି ଷ୍ଟାଡିଅମର ଭିତ୍ତି ପଡିଥିଲା । ଭୈରବ ଚନ୍ଦ୍ର ମହାନ୍ତି ହିଁ ଷ୍ଟାଡିଅମର ନାଁ ରଖିଥିଲେ ବାରବାଟି ଷ୍ଟାଡିଅମ ।[୧] ଟିକଟ ବିକ୍ରୀ କରି ଜନସାଧାରଣଙ୍କୁ ଏହି ଷ୍ଟାଡିଅମ ନିର୍ମାଣରେ ଭାଗୀ କରାଯାଇଥିଲା ।
ବାରବାଟି ଷ୍ଟାଡିୟମରେ ୧୯୮୨ମସିହା ଜାନୁଆରୀ ୨୭ତାରିଖ ଦିନ ପ୍ରଥମ ଦିନିକିଆ ମ୍ୟାଚ ଖେଳା ଯାଇଥିଲା । ଏଠାରେ ଶେଷ ଟେଷ୍ଟ ଭାରତ ଓ ନିଉଜିଲାଣ୍ଡ ମଧ୍ୟରେ (୧୯୯୫-୯୬)ରେ ଖେଳାଯାଇଥିଲା ଯାହକି ବର୍ଷାଦ୍ୱାରା ବାଧା-ପ୍ରାପ୍ତ ହୋଇଥିଲା । ଏଠାରେ ବିମାନବନ୍ଦର ଓ ଉଚ୍ଚକୋଟିର ହୋଟେଲ ନ ଥିବାରୁ ଏଠାରେ ଅଧିକ ମ୍ୟାଚର ଆୟୋଜନ ହେଇପାରୁନାହିଁ । ଏଠାରେ ବର୍ତ୍ତମାନ ଟେଷ୍ଟ କ୍ରିକେଟ ଖେଳା ଯାଉ ନାହିଁ । ୧୯୫୮ ଓ ୧୯୭୦ ମସିହାରେ ଭୈରବ ବାବୁଙ୍କ ଉଦ୍ୟମରେ ବାରବାଟି ଷ୍ଟାଡିଅମରେ ଜାତୀୟ କ୍ରୀଡ଼ା ଆୟୋଜନ କରାଯାଇଥିଲା ।[୨]
ଟେଷ୍ଟ୍ ରେକର୍ଡ୍:
ଶ୍ରେଣୀ | ତଥ୍ୟ |
---|---|
ସର୍ବାଧିକ ଦଳଗତ ରନ | ଭାରତୀୟ କ୍ରିକେଟ ଦଳ (୪୦୦ ଅଲଆଉଟ ଶ୍ରୀଲଙ୍କା ବିପକ୍ଷରେ) |
ସର୍ବ ନିମ୍ନ୍ ଦଳଗତ ରନ | ଶ୍ରୀଲଙ୍କା (୧୪୨ ଅଲଆଉଟ ଭାରତ ବିପକ୍ଷରେ) |
ଶ୍ରେଷ୍ଟ ବ୍ୟକ୍ତିଗତ ରନ୍ | ଦିଲ୍ଲିପ ଭେଙ୍ଗସରକାର (ଶ୍ରିଲଙ୍କା ବିପକ୍ଷରେ ୧୬୬ ରନ) |
ଶ୍ରେଷ୍ଟ ବୋଲିଙ୍ଗ | ନରେନ୍ଦ୍ର ହିରବାନି (୬/୫୯) |
ଦିନିକିଆ ରେକର୍ଡ:
ଶ୍ରେଣୀ | ତଥ୍ୟ |
---|---|
ସର୍ବାଧିକ ଦଳଗତ ରନ | ଭାରତୀୟ କ୍ରିକେଟ ଦଳ (୩୮୧/୬ [୩] ୫୦ ଓଭରରେ ) |
ସର୍ବ ନିମ୍ନ ଦଳଗତ ରନ | ବେଷ୍ଟ-ଇଣ୍ଡିଜ (୧୧୩ ଅଲ୍ ଆଉଟ୍ ୩୪.୨ ଓଭରରେ ଅଷ୍ଟ୍ରେଲିଆ ବିପକ୍ଷରେ) |
ଶ୍ରେଷ୍ଟ ବ୍ୟକ୍ତିଗତ ରନ୍ | ମହମ୍ମଦ ଆ଼଼ଝାରୁଦ୍ଦିନ୍ (୧୫୩* ) |
ଶ୍ରେଷ୍ଟ ବୋଲିଙ୍ଗ | ଡରେନ୍ ପାବେଲ୍ (୪/୨୭ ଭାରତୀୟ କ୍ରିକେଟ ଦଳ ବିପକ୍ଷରେ) |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.