ପରମ ବୀର ଚକ୍ର ସମ୍ମାନିତ ଭାରତୀୟ ସୈନିକ From Wikipedia, the free encyclopedia
କ୍ୟାପ୍ଟେନ ବାନା ସିଂହ ପିଭିସି (ଜନ୍ମ ୬ ଜାନୁଆରୀ ୧୯୪୯) ଜଣେ ଭାରତୀୟ ସୈନିକ ଏବଂ ଦେଶର ସର୍ବୋଚ୍ଚ ବୀରତ୍ୱ ପୁରସ୍କାର ପରମ ବୀର ଚକ୍ର ପ୍ରାପ୍ତକର୍ତ୍ତା ଅଟନ୍ତି ।[3][4] ଭାରତୀୟ ସେନାରେ ଜଣେ ନାଏବ ସୁବେଦାର ଭାବରେ ସେ ଦଳର ନେତୃତ୍ୱ ନେଇଥିଲେ ଯାହା "ଅପରେସନ୍ ରାଜୀବ"ର ଏକ ଅଂଶ ଭାବରେ ପାକିସ୍ତାନୀ ସେନାଠାରୁ କାଶ୍ମୀରର "ସିଆଚେନ୍ ଗ୍ଲାସିୟର"ର ସର୍ବୋଚ୍ଚ ଶିଖରକୁ ନିୟନ୍ତ୍ରଣ କରିଥିଲା । ତାଙ୍କର ଏହି ସଫଳତା ପରେ ଭାରତ ତାଙ୍କ ସମ୍ମାନରେ ଶୀର୍ଷର ନାମ ବଦଳେଇ "ବାନା ପୋଷ୍ଟ" କରିଥିଲା ।[5]
ସୁବେଦାର ମେଜର ଏବଂ ଜୁନିଅର କମିଶନ ଅଫିସର ବାନା ସିଂହ | |
---|---|
ଜନ୍ମ | ଜାମ୍ମୁ କାଶ୍ମୀର, ଭାରତ | ୬ ଜାନୁଆରୀ ୧୯୪୯
ନିଯୁକ୍ତିଦାତା | India |
ସେବା/ | Indian Army |
କାର୍ଯ୍ୟକାଳ | ୧୯୬୯–୨୦୦୦ |
ପଦବୀ | ଜୁନିଅର କମିଶନ ଅଫିସର |
ସେବା ସଂଖ୍ୟା | JC−155825[1] |
ସେନା ବିଭାଗ | 8th Battalion, JKLI |
ସଂଘର୍ଷ/ଯୁଦ୍ଧ |
|
ପୁରସ୍କାର | ପରମ ବୀର ଚକ୍ର |
ସନ୍ତାନ | ୧[2] |
ଦସ୍ତଖତ |
ସିଂ ୬ ଜାନୁୟାରୀ ୧୯୪୯ରେ ଜାମ୍ମୁ, ଜାମ୍ମୁ କାଶ୍ମୀରର ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ କୃଷକ ଏବଂ ମାମୁଁମାନେ ଭାରତୀୟ ସେନାରେ ସୈନିକ ଥିଲେ ।[6]
ସେ ୬ ଜାନୁଆରୀ ୧୯୬୯ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ଏବଂ ଜାମ୍ମୁ କାଶ୍ମୀରର ପଦାତିକ ସେନାର ଅଷ୍ଟମ ବାଟାଲିୟନରୁ ସେବା ଆରମ୍ଭ କରିଥିଲେ ।[7] ସେ ଅପରେସନ୍ ରାଜୀବର ସଫଳ ଦଳର ନେତୃତ୍ୱ ନେବାର ଦୁଇ ବର୍ଷ ତଳେ ହାଭିଲଦାରରୁ ନାଏବ ସୁବେଦାର ପଦବୀକୁ ୧୬ ଅକ୍ଟୋବର ୧୯୮୫ ମସିହାରେ ପଦୋନ୍ନତି ପାଇଥିଲେ ।[8]
ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟରେ ପରମ ବୀର ଚକ୍ର ଉଲ୍ଲେଖ କରିଛନ୍ତି:
CITATION
NB SUB BANA SINGH
8 JAK LI (JC-155825)ନାଏବ ସୁବେଦାର ବାନା ସିଂ ୨୧,୦୦୦ ଫୁଟ ଉଚ୍ଚତାରେ ସିଆଚେନ୍ ଗ୍ଲାସିଅର୍ ଅଞ୍ଚଳରେ ଜଣେ ଶତ୍ରୁଙ୍କ ଅନୁପ୍ରବେଶକୁ ଦୂର କରିବା ପାଇଁ ଜୁନ ୧୯୮୭ ମସିହାରେ ଗଠିତ ଏକ ଟାସ୍କଫୋର୍ସର ସଦସ୍ୟ ହେବା ପାଇଁ ସ୍ୱେଚ୍ଛାସେବୀ ହୋଇଥିଲେ । ନାଇବ ସୁବେଦାର ବାନା ସିଂ ତାଙ୍କ ଲୋକଙ୍କୁ ଏକ ଅତ୍ୟନ୍ତ କଷ୍ଟଦାୟକ ଏବଂ ବିପଜ୍ଜନକ ମାର୍ଗ ଦେଇ ଆଗେଇ ନେଇଥିଲେ । ସେ ତାଙ୍କର ଅଦମ୍ୟ ସାହସ ଏବଂ ନେତୃତ୍ୱଦ୍ୱାରା ସେମାନଙ୍କୁ ପ୍ରେରଣା ଦେଇଥିଲେ । ସାହସୀ ନାଏବ ସୁବେଦାର ଏବଂ ତାଙ୍କ ଲୋକମାନେ ଗୁରୁଣ୍ଡି ଗୁରୁଣ୍ଡି ଶତ୍ରୁମାନଙ୍କ ପାଖରେ ପହଞ୍ଚି ଥିଲେ ।
ଅତ୍ୟଧିକ ପ୍ରତିକୂଳ ପରିସ୍ଥିତିରେ ଏନବି ସୁବେଦାର ବାନା ସିଂ ସବୁଠାରୁ ସ୍ପଷ୍ଟ ସାହସିକତା ଏବଂ ନେତୃତ୍ୱ ପ୍ରଦର୍ଶନ କରିଥିଲେ ।[9]
ସାମରିକ ସାଜସଜ୍ଜା :
ପରମ ବୀର ଚକ୍ର | ପଶ୍ଚିମ ତାରା | ସିଆଚେନ ଗ୍ଲାସିଅର ପଦକ | ସଙ୍ଗ୍ରାମ ପଦକ |
ସ୍ୱତନ୍ତ୍ର ସେବା ପଦକ (ଭାରତ) | ସୈନିକ ସେବା ପଦକ | ଉଚ୍ଚ ଉଚ୍ଚତା ପଦକ | ୫୦ ତମ ସ୍ୱାଧୀନତା ବାର୍ଷିକ ପଦକ |
୨୫ ତମ ସ୍ୱାଧୀନତା ବାର୍ଷିକୀ ପଦକ | ୩୦ ବର୍ଷର ଦୀର୍ଘ ସେବା ପଦକ | ୨୦ ବର୍ଷର ଦୀର୍ଘ ସେବା ପଦକ | ୦୯ ବର୍ଷର ଦୀର୍ଘ ସେବା ପଦକ |
ନାଏବ ସୁବେଦାର ବାନା ସିଂହଙ୍କୁ ୧ ଡିସେମ୍ବର ୧୯୯୨ ମସିହାରେ ସୁବେଦାର ପଦୋନ୍ନତି ଦିଆଯାଇଥିଲା,[10] ପରେ ୨୦ ଅକ୍ଟୋବର ୧୯୯୬ ମସିହାରେ ସୁବେଦାର ମେଜର ପଦରେ ପଦୋନ୍ନତି ପାଇଥିଲେ ।[11] ଅବସର ସମୟରେ ତାଙ୍କୁ କ୍ୟାପଟେନ ସମ୍ମାନଜନକ ପଦବୀ ପ୍ରଦାନ କରାଯାଇଥିଲା । ମେଜର ବାନା ସିଂ ୩୧ ଅକ୍ଟୋବର ୨୦୦୦ ମସିହାରେ ସେବାରୁ ଅବସର ନେଇଥିଲେ । ଜାମ୍ମୁ କାଶ୍ମୀର ସରକାର ତାଙ୍କୁ ମାସକୁ ୧୬୬ ଟଙ୍କା ଭତ୍ତା ପ୍ରଦାନ କରିଥିଲେ । ଅକ୍ଟୋବର ୨୦୦୬ ମସିହାରେ, କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ପଞ୍ଜାବ ସରକାର ତାଙ୍କ ପାଇଁ, ୧,୦୦୦,୦୦୦ ଟଙ୍କା ନଗଦ ପୁରସ୍କାର ଘୋଷଣା କରିଥିଲେ । ମାର୍ଚ୍ଚ ୨୦୦୭ ମସିହାରେ ଅମରିନ୍ଦରଙ୍କ ଉତ୍ତରାଧିକାରୀ ପର୍କାଶ ସିଂ ବାଦଲଙ୍କଦ୍ୱାରା ଏହି ଚେକ୍ ବାନା ସିଂଙ୍କୁ ପ୍ରଦାନ କରାଯାଇଥିଲା ।[12] ଯଦି ସେ ପଞ୍ଜାବକୁ ଚାଲିଯାଆନ୍ତି ତେବେ ପଞ୍ଜାବ ସରକାର ତାଙ୍କୁ ୨୫,୦୦,୦୦୦ ଡଲାର, ମାସିକ ଭତ୍ତା ୧୫,୦୦୦ ଡଲାର ଏବଂ ୨୫ ଏକର ଜମି ମଧ୍ୟ ପ୍ରଦାନ କରିଛନ୍ତି । ତେବେ ସେ ଜେ ଆଣ୍ଡ କେ ବାସିନ୍ଦା ବୋଲି କହି ଏହି ଅଫରକୁ ମନା କରି ଦେଇଛନ୍ତି ।[13]
ବାନା ସିଂଙ୍କ ପୁଅ ରାଜୀନ୍ଦର ସିଂ ୨୦୦୮ ମସିହାରେ ୧୮ ବର୍ଷ ବୟସରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.