ପେରିଟୋନିଅମ ବା ଉଦରର ଭିତର କାନ୍ଥ ତଥା ଉଦରରେ ଥିବା ଅଙ୍ଗମାନଙ୍କର ଘୋଡ଼ଣୀରେ ପ୍ରଦାହ ହେଲେ ଏହି ନାମ ଦିଆଯାଏ । From Wikipedia, the free encyclopedia
ପେରିଟୋନାଇଟିସ (Peritonitis) ନାମ ଦିଆଯାଏ ଯେତେବେଳେ ପେରିଟୋନିଅମ (peritoneum) ବା ଉଦରର (abdomen) ଭିତର କାନ୍ଥ ତଥା ଉଦରରେ ଥିବା ଅଙ୍ଗମାନଙ୍କର (abdominal organ) ଘୋଡ଼ଣୀରେ ପ୍ରଦାହ ହୁଏ ।[2] ଏହି ରୋଗରେ ଅତ୍ୟଧିକ ଯନ୍ତ୍ରଣା, ପେଟ ଫୁଲା, ଜ୍ୱର ଓ ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ ।[2][3] ଉଦରର ଏକ ଅଂଶ ବା ସମୁଦାୟ ଉଦର ଦରଜ ହୋଇପାରେ । [1] ରୋଗ ଜଟିଳ ହେଲେ ଶକ୍ (Shock), ଆକ୍ୟୁଟ ରେସ୍ପିରେଟରି ଡିସ୍ଟ୍ରେସ ସିଣ୍ଡ୍ରୋମ (acute respiratory distress syndrome) ଆଦି ଲକ୍ଷଣ ଦେଖାଯାଇପାରେ ।[4][6]
ପେରିଟୋନାଇଟିସ (Peritonitis) | |
---|---|
ସର୍ଜିକାଲ ଆବଡୋମେନ (Surgical abdomen), ଆକ୍ୟୁଟ ଆବଡୋମେନ (acute abdomen)[1] | |
ଉଚ୍ଚାରଣ |
|
ବିଭାଗ | ଆଶୁ ଚିକିତ୍ସା (Emergency medicine), ସାଧାରଣ ଶଲ୍ୟ ଚିକିତ୍ସା (general surgery) |
ଲକ୍ଷଣ | ଅତ୍ୟଧିକ ଯନ୍ତ୍ରଣା, ପେଟ ଫୁଲା ଓ ଜ୍ୱର [2][3] |
ଆକ୍ରାନ୍ତ ସମୟ | ହଠାତ୍[1] |
କାରଣ | ଜଠରାନ୍ତ୍ର ଛିଦ୍ର, ଅଗ୍ନାଶୟ ପ୍ରଦାହ, ପେଲଭିସ ପ୍ରଦାହ ରୋଗ, ସିରୋସିସ୍, ଆପେଣ୍ଡିସାଇଟିସ[3] |
ବିପଦ କାରକ | ଆସାଇଟିସ, ପେରିଟୋନିଆଲ ଡିଆଲିସିସ[4] |
ରୋଗ ନିର୍ଣ୍ଣୟ ପଦ୍ଧତି | ଶାରୀରିକ ପରୀକ୍ଷା (Examination), ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging)[5] |
ଚିକିତ୍ସା | ଆଣ୍ଟିବାୟୋଟିକ (Antibiotics), ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଯନ୍ତ୍ରଣା ନିମନ୍ତେ ଔଷଧ (pain medication), ଅପରେଶନ[3][4] |
ପୁନଃପୌନିକ | ଅପେକ୍ଷାକୃତ ସାଧାରଣ [1] |
ଜଠରାନ୍ତ୍ର ଛିଦ୍ର, ଅଗ୍ନାଶୟ ପ୍ରଦାହ, ପେଲଭିସ ପ୍ରଦାହ ରୋଗ, ସିରୋସିସ୍, ଆପେଣ୍ଡିସାଇଟିସ, ପାକସ୍ଥଳୀ ଘାଆ (stomach ulcer) ଇତ୍ୟାଦି ରୋଗର ଉପଯୁକ୍ତ ଚିକିତ୍ସା ନହେଲେ ଏହି ପେରିଟୋନାଇଟିସ ରୋଗ ହୁଏ ।[3] ଆସାଇଟିସ ଥିଲେ ଓ ପେରିଟୋନିଆଲ ଡିଆଲିସିସ କରାଯାଉଥିଲେ ଏହି ରୋଗ ସଙ୍କଟ ରହେ ।[4] ଶାରୀରିକ ପରୀକ୍ଷା (Examination), ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[5]
ଆଣ୍ଟିବାୟୋଟିକ (Antibiotics), ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଯନ୍ତ୍ରଣା ନିମନ୍ତେ ଔଷଧ (pain medication), ଅପରେଶନ ସାହାଯ୍ୟରେ ଚିକିତ୍ସା କରାଯାଏ ।[3][4] ନାସପାକସ୍ଥଳୀ ନଳୀ (nasogastric tube) ଓ ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusion) ମଧ୍ୟ ଆବଶ୍ୟକ ହୋଇପାରେ ।[4] ଚିକିତ୍ସା ନପାଇଲେ ଅଳ୍ପ କିଛି ଦିନ ମଧ୍ୟରେ ମୃତ୍ୟୁ ହୋଇଯାଏ ।[4] ପ୍ରାୟ ୭.୫% ଲୋକ ଆପେଣ୍ଡିସାଇଟିସ ରୋଗର ଶିକାର ହୁଅନ୍ତି ।[1] ସିରୋସିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୦% ଲୋକଙ୍କର ପେରିଟୋନାଇଟିସ ହୁଏ ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.