From Wikipedia, the free encyclopedia
ଆସାଇଟିସ ବା ଜଳୋଦର (ଇଂରାଜୀ ଭାଷାରେ Ascites) ରୋଗ ନାମ ଦିଆଯାଏ ଯେତେବେଳେ ଉଦର (abdomen) ଭିତରେ ତରଳ ପଦାର୍ଥ (fluid) ଜମିଯାଏ । [1] ପ୍ରାୟ ୨୫ ମି:ଲି:ରୁ ଅଧିକ ତରଳ ପଦାର୍ଥ ପେରିଟୋନିଆଲ କାଭିଟିରେ ରହିଲେ ଏହି ରୋଗ ଜଣାଯାଏ ।[3] ଉଦର ଆକାର ବୃଦ୍ଧି, ଓଜନ ବୃଦ୍ଧି, ଉଦର ବେଆରାମ ଓ ଅଣନିଶ୍ୱାସୀ (shortness of breath) ଆଦି ଲକ୍ଷଣ ଦେଖାଯାଏ ।[2] ରୋଗ ଜଟିଳ ହେଲେ ସ୍ପୋଣ୍ଟାନିଅସ ବ୍ୟାକ୍ଟେରିଆଲ ପେରିଟୋନାଇଟିସ (Spontaneous bacterial peritonitis) ହୋଇପାରେ ।[2]
ଆସାଇଟିସ (Ascites) | |
---|---|
Peritoneal cavity fluid, peritoneal fluid excess, hydroperitoneum, abdominal dropsy[1] | |
ଉଚ୍ଚାରଣ |
|
ବିଭାଗ | Gastroenterology |
ଲକ୍ଷଣ | ଉଦର ଆକାର ବୃଦ୍ଧି, ଓଜନ ବୃଦ୍ଧି, ଉଦର ବେଆରାମ ଓ ଅଣନିଶ୍ୱାସୀ (shortness of breath)[2] |
କାରଣ | (Liver cirrhosis୦, କର୍କଟ ରୋଗ, ହୃଦ୍ପାତ, ଯକ୍ଷ୍ମା, ପାଙ୍କ୍ରିଆଟାଇଟିସ (pancreatitis), ବଡ୍-ଚିଆରି ସିଣ୍ଡ୍ରୋମ (blockage of the hepatic vein)[3] |
ରୋଗ ନିର୍ଣ୍ଣୟ ପଦ୍ଧତି | ଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ସିଟି ସ୍କାନ (CT scan)[2] |
ଔଷଧ | ସ୍ପାଇରୋନୋଲାକ୍ଟୋନ, ଫୁରୋସେମାଇଡ [2] |
ଚିକିତ୍ସା | ସ୍ୱଳ୍ପ ଲବଣଯୁକ୍ତ ଖାଦ୍ୟ (Low salt diet), ଔଷଧ, ପାରାସେଣ୍ଟେସିସ draining the fluid[2] |
ପୁନଃପୌନିକ | ସିରୋସିସ ରୋଗରେ ପ୍ରାୟ >୫୦% ଲୋକଙ୍କର ଆସାଇଟିସ ଥାଏ [3] |
ବିକଶିତ ଦେଶମାନଙ୍କରେ (developed world) ଏହି ରୋଗର ମୂଖ୍ୟ କାରଣ (Liver cirrhosis) ଥାଏ ।[3] ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ କର୍କଟ ରୋଗ, ହୃଦ୍ପାତ, ଯକ୍ଷ୍ମା, ପାଙ୍କ୍ରିଆଟାଇଟିସ (pancreatitis), ବଡ୍-ଚିଆରି ସିଣ୍ଡ୍ରୋମ (blockage of the hepatic vein) ହୋଇପାରେ ।[3] ସିରୋସିସ୍ ରୋଗରେ ପୋର୍ଟାଲ ହାଇପରଟେନସନ (high blood pressure in the portal system) ଓ ରକ୍ତନଳୀର (blood vessels) କାର୍ଯ୍ୟ ଠିକ ସମ୍ପାଦନ ନହେଉଥିବାରୁ ଏହି ରୋଗ ହୁଏ । [3] ଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ସିଟି ସ୍କାନ (CT scan) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [2] ଉଦର ମଧ୍ୟସ୍ଥ ତରଳ ପଦାର୍ଥ ପରୀକ୍ଷା କରି କାରଣ ନିର୍ଣ୍ଣୟ କରାଯାଇପାରେ ।[2]
ସ୍ୱଳ୍ପ ଲବଣଯୁକ୍ତ ଖାଦ୍ୟ (Low salt diet), ଔଷଧ, ପାରାସେଣ୍ଟେସିସ draining the fluid ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[2] ଟ୍ରାନ୍ସଜୁଗୁଲାର ଇଣ୍ଟ୍ରାହେପାଟିକ ପୋର୍ଟୋସିସ୍ଟେମିକ ସଣ୍ଟ (transjugular intrahepatic portosystemic shunt ବା TIPS) ଦିଆଯାଇପରେ କିନ୍ତୁ ଏହାର ଜଟିଳତା ଅଛି ।[2] ଅନ୍ତର୍ନିହିତ କାରଣ ଯକୃତ ଥିଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant) କରାଯାଇପାରେ ।[3] ସିରୋସିସ୍ ରୋଗୀଙ୍କ ମଧ୍ୟରୁ ଦଶ ବର୍ଷ ମଧ୍ୟରେ ପ୍ରାୟ ୫୦% ରୋଗୀଙ୍କର ଆସାଇଟିସ ହୁଏ ।[3] ଏହି ରୋଗୀଙ୍କ ମଧ୍ୟରୁ ୩ ବର୍ଷ ମଧ୍ୟରେ ଅଧା ରୋଗୀ ମୃତ୍ୟୁ ବରଣ କରନ୍ତି ।[3] ଆସାଇଟିସ ଶବ୍ଦଟି ପୁରାତନ ଗ୍ରୀକ (Greek) ଶବ୍ଦ ଆସକାଇଟେସ (askítes) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ "ମୁଣା ଭଳି" ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.