ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ନୀତେଶ ଗଙ୍ଗଦେବ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ସେ ସମ୍ବଲପୁରରୁ ୧୭ଶ ଲୋକ ସଭାକୁ ବିଜେପି ପକ୍ଷରୁ ନିର୍ୱାଚତ ହୋଇଥିଲେ ।[2] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ନଳିନୀ କାନ୍ତ ପ୍ରଧାନଙ୍କୁ ୯,୧୬୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[3] [4]
ନୀତେଶ ଗଙ୍ଗଦେବ | |
---|---|
ନୀତେଶ ଗଙ୍ଗଦେବ | |
ସାଂସଦ: ୧୭ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ନଗେନ୍ଦ୍ର କୁମାର ପ୍ରଧାନ, ବିଜେଡି |
ପର ଅଧିକାରୀ | ଧର୍ମେନ୍ଦ୍ର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର |
୧୫ଶ ବିଧାନ ସଭା ସଭ୍ୟ, ଓଡ଼ିଶା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ସଞ୍ଜୀବ କୁମାର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଦେଓଗଡ଼ |
୧୩ଶ ବିଧାନ ସଭା ସଭ୍ୟ, ଓଡ଼ିଶା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ସୁବାଷ ଚନ୍ଦ୍ର ପାଣିଗ୍ରାହୀ |
ପର ଅଧିକାରୀ | ସଞ୍ଜୀବ କୁମାର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଦେଓଗଡ଼ |
ବ୍ୟକ୍ତିଗତ ସବିଶେଷ | |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ |
ବାପା/ବୋଉ | ସ୍ୱର୍ଗତଃ ପ୍ରଦୀପ୍ତ ଗଙ୍ଗଦେବ (ବାପା) |
ଘର | ପ୍ୟାଲେସ (ମ୍ୟୁନସିପାଲିଟି ସାହି), ଦେଓଗଡ଼, ପିନ: ୭୬୮୧୦୮ ଏବଂ ୨୦୫/୨୦୬, ପ୍ଲଟ ନମ୍ବର ୧୦୯, ସୂର୍ଯ୍ୟନଗର, ୟୁନିଟ-୪, ଭୁବନେଶ୍ୱର[1] |
ବୃତ୍ତି | ରାଜନୀତିଜ୍ଞ, କୃଷି, ସମାଜସେବୀ |
ୱେବସାଇଟ | https://www.facebook.com/nitesh.gangadeb |
କଂଗ୍ରେସ ପକ୍ଷରୁ ଛିଡ଼ାହୋଇ ସେ ଓଡ଼ିଶାର ୧୩ଶ ବିଧାନ ସଭାକୁ ଦେଓଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ମାର୍ଚ୍ଚ ୨୦୧୪ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ ।[5] ବିଜେପି ପକ୍ଷରୁ ସେ ୧୫ଶ ବିଧାନ ସଭାକୁ ପୁଣିଥରେ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ସାଂସଦରୂପେ ନିର୍ବାଚିତ ହୋଇଥିଲେ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.