ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ଧର୍ମେନ୍ଦ୍ର ପ୍ରଧାନ ଜଣେ ଭାରତୀୟ ରାଜନେତା ଓ ନୃତତ୍ତ୍ୱବିତ । ବର୍ତ୍ତମାନ ଏନଡିଏ ସରକାରଙ୍କ ଅଧୀନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏବଂ ଇସ୍ପାତ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି । ଏହା ପୂର୍ବରୁ ମୋଦିଙ୍କ ପ୍ରଥମ ମନ୍ତ୍ରାଳୟରେ ୪ ସେପ୍ଟେମ୍ବର ୨୦୧୭ରୁ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିଲେ ।[1] ସେ ମାର୍ଚ୍ଚ ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।[2] ୨୦୧୮ ଏପ୍ରିଲ ୩ରେ ଦ୍ୱିତୀୟ ଥର ପାଇଁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।[3]
ଧର୍ମେନ୍ଦ୍ର ପ୍ରଧାନ | |
---|---|
କାର୍ଯ୍ୟକାଳ ୨୬ ମେ ୨୦୧୪ – ୭ ଜୁଲାଇ ୨୦୨୧ | |
ମନ୍ତ୍ରୀ, ଦକ୍ଷତା ବିକାଶ ଓ ଆତ୍ମନିର୍ଭରଶୀଳ ମନ୍ତ୍ରଣାଳୟ | |
କାର୍ଯ୍ୟକାଳ ୩ ସେପ୍ଟମ୍ବର ୨୦୧୭ – ୨୦୧୯ | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦି |
ପୂର୍ବ ଅଧିକାରୀ | ମହେନ୍ଦ୍ର ପାଣ୍ଡେ |
ମଧ୍ୟପ୍ରଦେଶ ରାଜ୍ୟସଭା ସାଂସଦ | |
Incumbent | |
Assumed office ୩ ଏପ୍ରିଲ ୨୦୧୮ | |
ପୂର୍ବ ଅଧିକାରୀ | ପ୍ରକାଶ ଯାବଡ଼଼େକର, ଭାରତୀୟ ଜନତା ପାର୍ଟି |
ସାଂସଦ | |
କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ନୀତେଶ ଗଙ୍ଗଦେବ |
ନିର୍ବାଚନ ମଣ୍ଡଳୀ | ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀ |
ବିହାରର ରାଜ୍ୟ ସଭା ଏମପି | |
କାର୍ଯ୍ୟକାଳ ୩ ଏପ୍ରିଲ ୨୦୧୨ – ୨ ଏପ୍ରିଲ ୨୦୧୮ | |
ପର ଅଧିକାରୀ | ମନୋଜ ଝା, ଆରଜେଡ଼ି |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ତାଳଚେର, ଓଡ଼ିଶା | ୨୬ ଜୁନ ୧୯୬୯
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜେପି |
ଜୀବନ ସାଥୀ | ମୃଦୁଳା ପ୍ରଧାନ |
ସନ୍ତାନ | ୨ (ନୈମିଶା ପ୍ରଧାନ ଏବଂ ନିଶାନ୍ତ ପ୍ରଧାନ) |
ବୋଉ | ବସନ୍ତ ମଞ୍ଜରୀ ପ୍ରଧାନ |
ବାପା | ଦେବେନ୍ଦ୍ର ପ୍ରଧାନ |
ଘର | ତାଳଚେର, ଓଡ଼ିଶା |
ସେ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରୁ ନୃତତ୍ତ୍ୱ ବିଜ୍ଞାନରେ ଏମଏ ( M.A.- Anthropology) ଶିକ୍ଷା ଲାଭ କରିଥିଲେ ।
ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ସଦସ୍ୟ ଅଟନ୍ତି । ସେ ବିଜେପିର ପୂର୍ବତନ ସାଂସଦ ଦେବେନ୍ଦ୍ର ପ୍ରଧାନଙ୍କ ପୁତ୍ର ଅଟନ୍ତି । ଧର୍ମେନ୍ଦ୍ର ପ୍ରଧାନ ୧୯୮୩ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର କାର୍ଯ୍ୟକର୍ତ୍ତା ଭାବେ ନିଜର ରାଜନୈତିକ ଭବିଷ୍ୟ ଆରମ୍ଭ କରିଥିଲେ । ୧୯୮୫ ମସିହାରେ ସେ ତାଳଚେର ଛାତ୍ର ସଂଘର ସଭାପତି ଥିଲେ । ପରେ ୧୯୯୫ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର ରାଷ୍ଟୀୟ ସଚିବ ଭାବେ କାର୍ଯ୍ୟରତ ଥିଲେ ।
ସେ ମଧ୍ୟ ଓଡ଼ିଶା ବିଧାନ ସଭାର ଦ୍ୱାଦଶ ଅଧିବେଶନ (୨୦୦୦- ୨୦୦୪)କୁ ଭାରତୀୟ ଜନତା ପାର୍ଟିର ଦଳୀୟ ପାର୍ଥୀ ଭାବେ ପାଳଲହଡ଼ା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ବିଧାନ ସଭା ବିତର୍କରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ପାଇଁ ଏକ ବିଶେଷ ସ୍ଥାନ ତିଆରି କଲେ । ସେଥି ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ଉତ୍କଳମଣି ପ୍ରତିଭା ସମ୍ମାନ ପାଇଥିଲେ । ବିଜେପିର ସାଧାରଣ ସମ୍ପାଦକ ହେବା ସହ ତାଙ୍କୁ ଅଗଷ୍ଟ ୨୦୧୧ରେ ଝାଡଖଣ୍ଡ ଦଳୀୟ କାର୍ଯ୍ୟକାରିଣୀର ସାଙ୍ଗଠନିକ ଅତିରିକ୍ତ ଉତ୍ତରଦାୟିତ୍ୱ ନ୍ୟସ୍ତ ଥିଲା । [4] ଧର୍ମେନ୍ଦ୍ର ପ୍ରଧାନ ଭାରତର ଚତୁର୍ଦ୍ଦଶ ଲୋକ ସଭାର ଜଣେ ସଦସ୍ୟ ଥିଲେ । ସେ ଓଡ଼ିଶାର ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ ।
୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହେବା ପରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମନ୍ତ୍ରୀ ଦାୟିତ୍ୱ ମିଳିଥିଲା । କ୍ରମାଗତ ୫ ବର୍ଷ ଜଣେ ବ୍ୟକ୍ତି ଏହି ବିଭାଗରେ ରହି ରେକର୍ଡ ସ୍ଥାପନ କରିଥିଲେ । ତାଙ୍କର ଦକ୍ଷତାର ସ୍ୱୀକୃତି ସ୍ୱରୁପ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଦ୍ୱିତୀୟ ଥର ଶ୍ରୀ ପ୍ରଧାନଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଦାୟିତ୍ୱ ମିଳିଲା । ଦେଶର ଇତିହାସରେ ଏଭଳି ଘଚଣା ପ୍ରଥମ ।
ପେଟ୍ରୋଲିୟମ ମନ୍ତ୍ରାଳୟକୁ ଏକ କର୍ପୋରେଟ ମନ୍ତ୍ରାଳୟରୁ ଗରିବ ଓ ବିଶେଷ ଭାବରେ ଗରିବ ମହିଳାଙ୍କ ପାଇଁ କାମ କରୁଥିବା ବିଭାଗର ସ୍ୱୀକୃତି ମିଳିବାରେ ତାଙ୍କର ବଡ଼ ଅବଦାନ ରହିଛି । ଉଜ୍ଜଳା ଯୋଜନା ମହିଳା ସଶକ୍ତିକରଣର ଦିଶା ପରିବର୍ତ୍ତନ କରି ପାରିଛି ।
ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାରେ ସରକାରଙ୍କ କୋର କମିଟିର ସଦସ୍ୟ ଭାବରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଳନ କରିଛନ୍ତି ।
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[5] ଏହି ନିର୍ବାଚନରେ, ସେ ସମୁଦାୟ ୫,୯୨,୧୬୨ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ୧,୧୯,୮୩୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.