ଓଡ଼ିଶୀ ନୃତ୍ୟ ଗବେଷକ ଓ ଓଡ଼ିଆ ସାହିତ୍ୟିକ From Wikipedia, the free encyclopedia
ଧୀରେନ୍ଦ୍ର ପଟ୍ଟନାୟକ (ମୂଳ ନାମ: ଧୀରେନ୍ଦ୍ର ନାଥ ପଟ୍ଟନାୟକ, ୧୯୩୩ - ୨୦୦୯) ଜଣେ ଓଡ଼ିଶୀ ନୃତ୍ୟ ଗବେଷକ, ଓଡ଼ିଆ ସାହିତ୍ୟିକ ଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କୁଳପତି ଭୂମିକା ମଧ୍ୟ ନିଭାଇଥିଲେ ।[1] ସେ ଜୟନ୍ତିକା ନାମକ ଅନୁଷ୍ଠାନ ଆରମ୍ଭ କରି ତାହା ମାଧ୍ୟମରେ ଓଡ଼ିଶୀ ନୃତ୍ୟର ଏକ ଶାସ୍ତ୍ରୀୟ ନୃତ୍ୟ ଆନ୍ଦୋଳନକୁ ଅଧିକ ବଳବତ୍ତର କରିବା ପାଇଁ ସେ ୫୦ ଦଶକରେ ଉଦ୍ୟମ କରିଥିଲେ । ତାଙ୍କ ଚେଷ୍ଟା ଫଳରେ ୬୦ ବର୍ଷ ପରେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଓଡ଼ିଶୀ ସମ୍ବନ୍ଧରେ ସେ ପ୍ରଥମ ଓଡ଼ିଆ ବହି "ଓଡ଼ିଶୀ ନୃତ୍ୟ" ରଚନା କରିଥିଲେ । ଏଥି ସହିତ ସେ ଓଡ଼ିଶୀ ସମ୍ବନ୍ଧରେ ମୋଟ ୧୮ଟି ବହି ଓଡ଼ିଆ ଓ ଇଂରାଜୀରେ ରଚନା କରିଥିଲେ । ୧୯୫୪ରେ ସେ ପ୍ରଥମ ଓଡ଼ିଆ ପୁରୁଷ ନୃତ୍ୟଶିଳ୍ପୀ ଭାବେ ଓଡ଼ିଶା ବାହାରେ, ନୂଆ ଦିଲ୍ଲୀଠାରେ ନିଜ ସଂଯୋଜିତ ନୃତ୍ୟକଳା ପରିବେଷଣ କରିଥିଲେ ।[2] ସେ, ପ୍ରହ୍ଲାଦ ନାଟକ, ସଖୀ କଣ୍ଡେଇ, ଛଉ ଆଦି ଓଡ଼ିଶାର ପାରମ୍ପାରିକ ନୃତ୍ୟକଳା ସମ୍ବନ୍ଧରେ ଗବେଷଣା କରିବା ସହିତ ଏସବୁର ପୁନରୁଦ୍ଧାର ପାଇଁ ଉଦ୍ୟମ କରିଥିଲେ । ସେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଜଣେ ସହ-ପ୍ରତିଷ୍ଠାତା ଥିଲେ ।[3]
ଧୀରେନ୍ଦ୍ର ପଟ୍ଟନାୟକ | |
---|---|
ଜନ୍ମ | ଧୀରେନ୍ଦ୍ର ନାଥ ପଟ୍ଟନାୟକ ୧ ଫେବୃଆରୀ ୧୯୩୩ |
ମୃତ୍ୟୁ | ୧ ଜାନୁଆରୀ ୨୦୦୯ ୭୫) କଟକ | (ବୟସ
କଟକ, କଟକ ଜିଲ୍ଲା | |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଛଉ, ଗୋଟିପୁଅ ଓ ପ୍ରହ୍ଲାଦ ନାଟକକୁ ସାରା ବିଶ୍ୱରେ ଜଣାଶୁଣା କରାଇବା [1] |
ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ୧୯୩୩ ମସିହା ଫେବୃଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[2] ସେ ନିଜ ବିଦ୍ୟାଳୟର ଶିକ୍ଷକ ଦିନବନ୍ଧୁ ମାଝି ଓ ବୀର ହନୁମାନ ଶାସ୍ତ୍ରୀଙ୍କଠାରୁ ପ୍ରଥମେ ନାଚ ଶିଖିବା ଆରମ୍ଭ କରିଥିଲେ ।[4]
ସେ ଜଣେ ନୃତ୍ୟଶିଳ୍ପୀ ଭାବେ ନିଜର ପେଷାଗତ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶୀ ନୃତ୍ୟର ବାକି ସଂସ୍ଥାପକମାନଙ୍କ ସହ ମିଶି ସେ "ଜୟନ୍ତିକା" ଅନୁଷ୍ଠାନ ଆରମ୍ଭ କରିଥିଲେ ଯାହା ଭିନ୍ନ ଭିନ୍ନ ନୃତ୍ୟଗୁରୁଙ୍କ ମତକୁ ଏକ କରିବାରେ ସହାୟକ ହୋଇଥିଲା । ସେ ଏସିଆର ପ୍ରଥମ ଅଭିନୟ କଳା ମହାବିଦ୍ୟାଳୟ "ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ"ର ସଂସ୍ଥାପକ-ଅଧ୍ୟକ୍ଷ ଥିଲେ । ସେ ଅନ୍ୟାନ୍ୟ ଅନୁଷ୍ଠାନର ବିଭିନ୍ନ ପଦପଦବୀ ସହିତ ଅମେରିକାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଓଡ଼ିଶୀ ଡ୍ୟାନ୍ସ ଫେଷ୍ଟିଭାଲର ସଭାପତି ପଦରେ ଆସୀନ ହୋଇଥିଲେ ।[2]
ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ପାଇଁ ଓଡ଼ିଶାର ଶ୍ରେଷ୍ଠ ଅଭିନୟ କଳା ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଲାଭ କରିଥିଲେ । ସେ କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାର ମଧ୍ୟ ଲାଭ କରିଥିଲେ ।[2]
ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ସମ୍ବନ୍ଧରେ ପ୍ରଥମ ଓଡ଼ିଆ ବହି "ଓଡ଼ିଶୀ ନୃତ୍ୟ" ରଚନା କରିଥିଲେ ।[7] ସେ ନାଟ୍ୟ ଶାସ୍ତ୍ର, ଅଭିନୟ ଚନ୍ଦ୍ରିକା ଓ ଅଭିନୟ ଦର୍ପଣର ଓଡ଼ିଆ ଅନୁବାଦ ମଧ୍ୟ କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.