ପ୍ରସିଦ୍ଧ ଶିବ ପୀଠ From Wikipedia, the free encyclopedia
ଧବଳେଶ୍ୱର ଶିବ ମନ୍ଦିର ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର ।
ଧବଳେଶ୍ୱର ଶିବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | କଟକ |
Location | |
Country | ଭାରତ |
ଭୁବନେଶ୍ୱରରୁ ବାରଙ୍ଗ ଓ ନରାଜ ଦେଇକି ଅଥବା କଟକ ଚୌଦ୍ୱାର ଦେଇକି ଧବଳେଶ୍ୱର ଦ୍ୱୀପକୁ ଯାଇହୁଏ । ଧବଳେଶ୍ୱର ଦ୍ୱୀପ ଧବଳେଶ୍ୱର ମହାଦେବଙ୍କ ପାଇଁ ପ୍ରସିଦ୍ଧ । ଭୁବନେଶ୍ୱରରୁ ଧବଳେଶ୍ୱର ଦୂରତା 52 km ଓ କଟକରୁ 27 km । ଏହି ଦ୍ୱୀପ ଚାରି ପାଖେ ମହାନଦୀ ବହିଯାଇଛି । ଏହି ଦ୍ୱୀପକୁ ଡଙ୍ଗା ଓ ଝୁଲା ପୋଲଦ୍ୱାରା ଯାଇହୁଏ ।
Google Map ଗିରିଜା ପ୍ରସାଦ ନନ୍ଦ
ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ସହ ଶୀତଳ ଷଷ୍ଠୀ ଓ ଅଶୋକାଷ୍ଟମୀ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ପୁରୀ ଶ୍ରୀମନ୍ଦିର ପରି ଏଠାରେ ପୂର୍ବପୁରୁଷଙ୍କ ପ୍ରତି ପିଣ୍ଡ ଦାନ କରାଯାଏ । ଖାସ୍ କରି କାର୍ତିକ ମାସର ବଡ଼ଠଶାରେ ଏଠାରେ ପ୍ରବଳ ଭକ୍ତ କଂ ସମାଗମ ହୋଇଥାଏ
୫ବର୍ଷ ପୂର୍ବେ ଲୋକେ ଏଠାକୁ ଡଙ୍ଗା ଦେଇ ଯାଉଥିଲେ । କିନ୍ତୁ କାର୍ତ୍ତିକ ମାସରେ ବର୍ଦ୍ଧିତ ପର୍ଯ୍ୟଟକ ଓ ବଢୁଥିବା ଦୁର୍ଘଟଣାକୁ ଦେଖି ଓଡ଼ିଶା ସରକାର ଏଠାରେ ଏକ ପାଦଚଲା ଝୁଲାପୋଲ ନିର୍ମାଣ କରିଛନ୍ତି । ଏହା ଏସିଆର ଦୀର୍ଘତମ ପାଦଚଲା ଝୁଲାପୋଲ । ସରକାରଙ୍କଦ୍ୱାରା ଏଠାରେ ଏକ ପର୍ଯ୍ୟବେକ୍ଷଣ କୋଠା ମଧ୍ୟ ଅଛି ।
ଏହା ଏକ ଦ୍ୱୀପ ହୋଇଥିବାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ମନୋରମ । ମେଘୁଆ ପାଗ ନହେଲେ ଶୀତ ଋତୁ ଏସ୍ଥାନକୁ ଯିବାର ପ୍ରକୃଷ୍ଟ ସମୟ । ଏଠାରେ ନଉକା ବିହାରର ସୁଯୋଗ ମଧ୍ୟ ରହିଛି । ମହାନଦୀରୁ ଧବଳେଶ୍ୱର ମନ୍ଦିରର ଦୃଶ୍ୟ ଅତ୍ୟନ୍ତ ମନୋରମ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.