ଔଷଧୀୟ ଡ୍ରଗ୍ From Wikipedia, the free encyclopedia
ଟ୍ରାସ୍ଟୁଜୁମାବ(ଇଂରାଜୀ ଭାଷାରେ Trastuzumab, ବିକ୍ରୟ ନାମ ହର୍ସେପ୍ଟିନ/Herceptin) ଏକ ମୋନୋକ୍ଲୋନାଲ ଆଣ୍ଟିବଡି (monoclonal antibody) ଯାହା ସ୍ତନ କର୍କଟ ରୋଗରେ ବ୍ୟବହୃତ ହୁଏ । ଏହା ବିଶେଷତଃ ଏଚଇଆର୨ ରିସେପ୍ଟର ପଜିଟିଭ (HER2 receptor positive) ସ୍ତନ କର୍କଟ ରୋଗରେ ଦିଆଯାଏ । ଏହା ଏକକ ଭାବରେ ବା ଅନ୍ୟ କେମୋଥେରାପି (chemotherapy medication) ଔଷଧ ସାଥୀରେ ଦିଆଯାଇପାରେ ।[୩] ଟ୍ରାସ୍ଟୁଜୁମାବ ଧୀର ଶିରାଭ୍ୟନ୍ତର ଇନଫ୍ୟୁଜନ (slow injection into a vein) ଆକାରରେ ବା ସବକ୍ୟୁଟାନିଅସ ଇଞ୍ଜେକସନ (injection just under the skin) ଆକାରରେ ଦିଆଯାଏ ।[୩][୪]
Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | HER2/neu |
Clinical data | |
Trade names | Herceptin, others[୧] |
AHFS/Drugs.com | monograph |
Pregnancy category |
|
Routes of administration | intravenous, subcutaneous |
ATC code |
|
Pharmacokinetic data | |
Metabolism | Unknown, possibly reticuloendothelial system. |
Elimination half-life | 2-12 days |
Identifiers | |
CAS Number | |
DrugBank | |
ChemSpider |
|
UNII | |
KEGG | |
ChEMBL | |
ECHA InfoCard | 100.224.377 |
Chemical and physical data | |
Formula | C6470H10012N1726O2013S42 |
Molar mass | 145531.5 g/mol |
(what is this?) (verify) |
ଟ୍ରାସ୍ଟୁଜୁମାବର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୱର, ସଂକ୍ରମଣ, କାଶ, ମୁଣ୍ଡବଥା, ନିଦ୍ରା ସମସ୍ୟା ଓ ରାସ ଦେଖାଯାଏ । ପ୍ରତିକ୍ରିୟା ସାଂଘାତିକ ହେଲେ ହୃଦ୍ପାତ, ଆଲର୍ଜି ପ୍ରତିକ୍ରିୟା ଓ ଫୁସଫୁସ ରୋଗ (lung disease) ହୋଇପାରେ ।[୩] ଗର୍ଭାବସ୍ଥାରେ ଏହି ଔଷଧ ଶିଶୁର ହାନୀ କରିପାରେ ।[୨] ଏହା ଏଚଇଆର୨ ରିସେପ୍ଟର (HER2 receptor) ସହିତ ଅନୁବନ୍ଧିତ ହୋଇ ଜୀବକୋଷ ଡୁପ୍ଲିକେସନ ପଦ୍ଧତିକୁ ଧୀର କରି କାର୍ଯ୍ୟକ୍ଷମ ହୁଏ ।[୩]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଟ୍ରାସ୍ଟୁଜୁମାବ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୪୪୦ମିଗ୍ରା ଭାଏଲର ହୋଲସେଲ ମୂଲ୍ୟ ୧,୮୦୦ରୁ ୧,୯୫୫ ଆମେରିକୀୟ ଡଲାର ।[୬] ଇଂଲଣ୍ଡରେ ଏକ ୧୫୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୪୦୭ ପାଉଣ୍ଡ ।[୪]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.