ଚିଲିକା ହ୍ରଦ
ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ From Wikipedia, the free encyclopedia
ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ From Wikipedia, the free encyclopedia
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଖାରିଆ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଖାର ପାଣି ହ୍ରଦ।
ଚିଲିକା ହ୍ରଦ | |
---|---|
ଅବସ୍ଥାନ | ଓଡ଼ିଶା |
ଦିଗବାରେଣି | 19°43′N 85°19′E |
ହ୍ରଦର ପ୍ରକାର | ଲବଣାକ୍ତ |
ପ୍ରାଥମିକ ଭିତରଧାରା | ଭାର୍ଗବୀ, ଦୟା, ମକରା, ମଲାଗୁଣି ଓ ନୁଣା ନଦୀ ସମେତ ୩୫ଟି ଜଳଧାରା [1] |
ପ୍ରାଥମିକ ବାହାରଧାରା | ଅରଖକୁଦଠାରେ ପୁରୁଣାମୁହଁ, ସାତପଡ଼ାରେ ବଙ୍ଗୋପସାଗର ଆଡ଼କୁ ନୂଆ ମୁହଁ |
ଅବବାହିକା | 3,560 km2 (1,370 sq mi) |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | ଭାରତ |
ସର୍ବାଧିକ ଲମ୍ବ | 64.3 km (40.0 mi) |
Surface area | min.: 740 km2 (286 sq mi) max.: 1,165 km2 (450 sq mi) |
ସର୍ବାଧିକ ଗଭୀରତା | 4.2 m (13.8 ft) |
Water volume | 4 km3 (3,200,000 acre⋅ft) |
ଭୂମି ଉଚ୍ଚତା | 0 – 2 m (6.6 ft) |
Islands | 223 km2 (86.1 sq mi): ବଡ଼କୁଦ, ହନିମୁନ, କାଳିଜାଇ ପାହାଡ଼, କାନ୍ଥପାଟଣା, କୃଷ୍ଣପ୍ରସାଦ (ପୁରୁଣା ପାରିକୁଦ), ନଳବଣ, ନୂଆପଡ଼ା ଓ ସାନକୁଦ । |
ଜନବସତି | ପୁରୀ ଓ ସାତପଡ଼ା |
ଆଧାର | [1] |
ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଏହା ଭାରତୀୟ ଉପମହାଦେଶରେ ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଆସନ୍ତି । ଏହି ହ୍ରଦରେ ଅନେକ ସଙ୍କଟାପର୍ଣ୍ଣ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀ ବାସ କରନ୍ତି ।[2][3]
ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।
ଅନେକ ପୁସ୍ତକରେ ଚିଲିକା ଏକ ହ୍ରଦ ଭାବରେ ବର୍ଣ୍ଣିତ ଓ ଆଲୋଚିତ । ହ୍ରଦ ଏକ ଜଳଭାଗ ଯାହାର ଚତୁଃପାର୍ଶ୍ୱ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ । ମାତ୍ର ଚିଲିକା ହେଉଛି ଏକ "ଲବଣାକ୍ତ ହ୍ରଦ" ବା ଲଗୁନ୍ (Lagoon) । ଏହା ଏପରି ଏକ ଜଳଭାଗ ଯାହାର ପ୍ରାୟଶଃ ତିନିପାର୍ଶ୍ୱ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ ହୋଇଥିବା ବେଳେ ଏକ ପାର୍ଶ୍ୱ ସମୁଦ୍ର ସହ ସଂଯୁକ୍ତ। ସୁତରାଂ ଚିଲିକାକୁ ହ୍ରଦ ପରିବର୍ତ୍ତେ ଲଗୁନ୍ କୁହାଯିବା ଯୁକ୍ତିଯୁକ୍ତ ।
ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଚିଲିକା ଓଡ଼ିଶାର ବୃହତ୍ତମ ହ୍ରଦ ଭାବରେ ଜଣାଶୁଣା । ପୂର୍ବତଟ ରେଳପଥ (East Coast Railway)ରେ ଯାତ୍ରା କଲେ ନିକଟତମ ଷ୍ଟେସନଗୁଡ଼ିକ ହେଉଛି ବାଲୁଗାଁ ଓ ରମ୍ଭା । ଜାତୀୟ ରାଜପଥ ୫ରେ ଗଲେ ବାଲୁଗାଁ, ବରକୁଳ ଓ ରମ୍ଭାରେ ଓହ୍ଲାଇ ଚିଲିକା ଯାଇହୁଏ। ଭୁବନେଶ୍ୱରଠାରୁ ବାଲୁଗାଁ ପ୍ରାୟ ୧୦୦ କି.ମି., ବରକୁଳ ୧୧୦ କି.ମି. ଓ ରମ୍ଭା ୧୩୦ କି.ମି.। ପୁରୀବାଟଦେଇ ଗଲେ ସାତପଡ଼ାରୁ ଯିବାକୁ ହୁଏ । ପୁରୀଠାରୁ ସାତପଡ଼ା ୫୦ କି.ମି.। ବୁଲାବୁଲି ପାଇଁ ସର୍ବୋତ୍କୃଷ୍ଟ ସମୟ ହେଉଛି ଅକ୍ଟୋବର ମାସରୁ ଫେବୃୟାରୀ ମାସ, ମାତ୍ର ଉପଭୋଗର ସମୟ ଡିସେମ୍ବର ଜାନୁୟାରୀ ମାସ । ଭୌଗୋଳିକ ସ୍ଥିତି ଅନୁଯାୟୀ ଚିଲିକା ୧୯ ୦ -୨୮'ରୁ ୧୯ ୦ -୫୪' ଉତ୍ତର ଅକ୍ଷାଂଶ ଏବଂ ୮୫ ୦ -୦୫'ରୁ ୮୫ ୦ -୩୮' ପୂର୍ବ ଦ୍ରାଘିମା ରେଖା ମଧ୍ୟରେ ଅବସ୍ଥିତ । ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ପରି ଓଡ଼ିଶାରେ ତିନୋଟି ଜିଲ୍ଲାକୁ ଏହା ସ୍ପର୍ଶ କରିଛି ।[4]
ପୃଥିବୀରେ ଯେତେଗୁଡ଼ିଏ ଜଳଭାଗ, ହ୍ରଦ ବା ଲଗୁନ ରହିଛି ତନ୍ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର। ତାହାର କାରଣ ଏହା :-
ଆନ୍ତର୍ଜାତିକ ସ୍ତରରେ ଚିଲିକା ଏକ ମୁଖ୍ୟ ସ୍ଥାନ ପାଇବାର ପ୍ରଧାନ କାରଣ ହେଉଛି ତାର ଭୌଗୋଳିକ ସ୍ଥିତି ତଥା ଅନ୍ୟ ବିଭବ (ସାରଣୀ ୧) ।
କ୍ରମିକ ସଂଖ୍ୟା | ବିଭିନ୍ନ ଭୌଗୋଳିକ କାରକ | ପରିମାପ, ସଂଖ୍ୟା, ନାମ, ଆକାର |
---|---|---|
୧. | ଓଡ଼ିଶାର କେଉଁ ଜିଲ୍ଲା ଛୁଇଁଛି | ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ |
୨. | କ୍ଷେତ୍ରଫଳ (Catchment Area) | ୩୫୬୦ ବର୍ଗ କିଲୋମିଟର |
୩. | ସୀମା |
|
୪. | ଲଗୁନର ଆକାର | ନାସପାତି ଫଳପରି (pear shaped) |
୫. | ସ୍ଥିତି |
|
୬. | ଲମ୍ବ ଓ ପ୍ରସ୍ଥ |
|
୭. | ଜଳ ସ୍ଥିତି |
|
୮. | ଲଗୁନରେ ମିଶୁଥିବା ନଦୀ ନାଳ | ୩୫ |
୯. | ଦ୍ୱୀପ ସଂଖ୍ୟାର କ୍ଷେତ୍ରଫଳ | ୨୨୩ ବର୍ଗ କି.ମି. |
୧୦. | ଗଭୀରତା | ୦.୩୮ରୁ ୪.୨ ମିଟର |
୧୧. | ମୁଖ୍ୟ ପରିସଂସ୍ଥା ବିଭାଗ (Major Ecological Division) |
|
ଦେଖଣାହାରୀ ତଥା ପର୍ଯ୍ୟଟକଙ୍କ ପାଇଁ ଚିଲିକାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଜୈବବିଭିନ୍ନତା । ଉଦ୍ଭିଦ ଓ ପ୍ରାଣୀମାନଙ୍କ ଅପୂର୍ବ ସମାବେଶ ହେତୁ ଏହା ପୃଥିବୀର ଏକ ଅନନ୍ୟ, ଅନୁପମ ଓ ଅନବଦ୍ୟ ଜୈବବିଭିନ୍ନତା ହଟ ସ୍ପଟ ଭାବରେ ଗୃହୀତ, ଆଲୋଚିତ ଓ ପରିଗଣିତ (ସାରଣୀ ୨)।
କ୍ରମିକ ସଂଖ୍ୟା | ଉଦ୍ଭିଦ ବା ପ୍ରାଣୀ ନାମ | ସେମାନଙ୍କ ପ୍ରକାର (Species) |
---|---|---|
୧. | ପ୍ଲବ ଉଦ୍ଭିଦ (Phytoplankton) | ୪୩ |
୨. | ଶୈବାଳ (Algal Communities) | ୨୨ |
୩. | ସମ୍ବାହୀ ଉଦ୍ଭିଦ (Vascular Plant) | ୧୫୦ |
୪. | ଏକକୋଷୀ ପ୍ରାଣୀ (Protozoa) | ୬୧ |
୫. | ଚଟକାକୃମିଜାତୀୟ ପ୍ରାଣୀ (Platyhelminthes) | ୨୯ |
୬. | ସୂତ୍ରକୃମିଜାତୀୟ ପ୍ରାଣୀ (Nematodes) | ୩୭ |
୭. | ଦଶପଦୀ (Decapodes) | ୩୦ |
୮. | ଶମ୍ବୁକ (Molluscs) | ୧୩୬ |
୯. | ମତ୍ସ୍ୟ (Pisces ବା Fishes) | ୨୨୫ |
୧୦. | ଉଭୟଚର ଓ ସରୀସୃପ (Amphibians ଓ Reptiles) | ୩୭ |
୧୧. | ପକ୍ଷୀ (Aves) | ୧୫୬ |
୧୨. | ସ୍ତନ୍ୟପାୟୀ (Mammals) | ୧୮ |
ଏରାବ଼ାଡ଼ି ଡଲଫିନ୍ (ଇରାବତୀ ଡଲଫିନ୍ ବା ଶିଶୁମାର) ଓ ବିଶାଳ ପକ୍ଷୀ ଅଭୟାରଣ୍ୟ ନଳବଣ ଯୋଗୁଁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଓ ମାନ ପାଇଥିବା ନୀଳାମ୍ବୁ ଚିଲିକା ବେଶ ବିଦିତି ଓ ବିଖ୍ୟାତ । ସାତପଡ଼ା "ଡଲଫିନ୍ ଗଡ଼" ଭାବରେ ସୁବିଦିତ। ଚିଲିକାରେ ଅବସ୍ଥିତ ମୁଖ୍ୟ ଦ୍ୱୀପ ଗୁଡ଼ିକ ହେଉଛି ନଳବଣ, କାଳିଜାଈ, ସୋମୋଲୋ (Somolo), ହନିମୁନ୍ (Honeymoon), ବ୍ରେକ୍ ଫାଷ୍ଟ (Breakfast), ବିକନ୍ (Beacon), ଦୁମକୁଡ଼ି, ପାରିକୁଦ, ମାଲୁଦ, ବରୁଣକୁଦ ଓ ପକ୍ଷୀ ଦ୍ୱୀପ (Birds Island) । ପ୍ରତ୍ୟେକ ବର୍ଷ ଡିସେମ୍ବର ଓ ଜାନୁୟାରୀ ମାସରେ ଶିପକୁଦା, ଗମ୍ଭାରୀ, ମିର୍ଜାପୁର, ବାସୁଦେବପୁର, ସାତପଡ଼ା, ବାଲୁଗାଁ ଓ କୃଷ୍ଣପ୍ରସାଦ ଗଡ଼ ଜେଟ୍ଟି ନିକଟରେ ପର୍ଯ୍ୟଟଙ୍କ ଭିଡ଼ ହିଁ ଚିଲିକାର ଗୁରୁତ୍ୱ ଓ ଗାରିମାର ସୂଚନା ଦିଏ । ବାଲୁଗାଁ ବନ୍ୟଜୀବ ଡିଭିଜନ ଅଧୀନସ୍ଥ ଟାଙ୍ଗୀ, ଚିଲିକା, ସାତପଡ଼ା, ରମ୍ଭା ଓ ବାଲୁଗାଁ ପରି ପାଞ୍ଚଟି ରେଞ୍ଜର ୧୭ଟି ଜୋନ ଜରିଆରେ କରାଯାଇଥିବା ପକ୍ଷୀଗଣନାରୁ ଜଣାଯାଏ ଯେ ବିଗତ ୫ ବର୍ଷ (୨୦୦୬-୦୭ଠାରୁ ୨୦୧୦-୧୧) ଭିତରେ ଚିଲିକାର ପକ୍ଷୀସଂଖ୍ୟା ୮-୯ ଲକ୍ଷ ଭିତରେ ରହୁଛି । ୨୦୧୦ ମସିହାର ସର୍ବାଧିକ ୯,୨୪,୫୭୮ଟି ପକ୍ଷୀ ଗଣନା କରାଯାଇଥିବା ସ୍ଥଳେ ୨୦୧୧ ମସିହାରେ ଏହି ସଂଖ୍ୟା ହ୍ରାସ ପାଇ ୮,୦୪,୪୫୨ରେ ପହଞ୍ଚିଥିଲା । ଚିଲିକାର ଜୈବବିବିଧତା ସୁରକ୍ଷା ତଥା ସଂରକ୍ଷଣ ଦିଗରେ ବନ୍ୟଜୀବ ବିଭାଗ (Wildlife Division), ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (Chilika Development Authority ବା CDA) ଓ ଜିଲ୍ଲା ପ୍ରଶାସନ (ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ) ବେଶ ତତ୍ପର ଅଛନ୍ତି । ୨୦୧୦-୨୦୧୧ ମଧ୍ୟରେ ୮୭ଟି ମୃତପକ୍ଷୀ ଶିକାରୀଙ୍କ ନିକଟରୁ ଜବତ କରାଯାଇଛି ଏବଂ ବନ୍ୟଜୀବ (ସୁରକ୍ଷା) ଆଇନ [Wildlife (Protection) Act] ୧୯୭୨ ଧାରା-୯ ଓ ଧାରା-୩୯ ଅନୁଯାୟୀ ଏଥିରେ ସଂପୃକ୍ତ ଥିବା ୩୫ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହି ଆଇନର ଧାରା-୫୧ ଅନୁଯାୟୀ ୩ରୁ ୭ ବର୍ଷ କାରାଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି।
ଅପୂର୍ବ ଜୈବବିଭିନ୍ନତା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପର୍ଯ୍ୟଟକଙ୍କୁ ଚିଲିକା ପ୍ରତି ଆକର୍ଷିତ କରିଥାଏ। ଏହା ସହ ପ୍ରାଣୀଜ ପୁଷ୍ଟିସାର ଖାଦ୍ୟର ଆକର୍ଷଣ ବା ମୋହ ଚିଲିକାକୁ ବିକୃତ କରିବାରେ ଲାଗିଛି। ଚିଲିକାର ସମସ୍ୟାଗୁଡ଼ିକ ନିମ୍ନରେ ଦିଆଗଲା।
ଚିଲିକା କୂଳରେ ବନ୍ଦର ଜାଗାମାନଙ୍କରେ ରାଜପଥ ଓ ନଦୀ ଯୋଗେ ମାଲ୍ ଆସି ମହଜୁଦ୍ ରହୁଥିଲା ବା ସେଠୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ରାଜ୍ୟ ଭିତରକୁ। ମାଲ୍ ରହିବା ସ୍ଥାନକୁ ମାଲୁଦ ଏହି ନାମରେ ଏବେ ପାରିକୁଦରେ ମାଲୁଦ ବୋଲି ଜଣାଶୁଣା ଜାଗାଟିଏ ଅଛି। ଚିଲିକା ବକ୍ଷ ଦେଇ ମୁହାଣକୁ ଗଲାବେଳେ ଚିଲିକା ମଧ୍ୟରେ ଅନେକ କୁଦ ବା ଦୀପ ପାରିହେବାକୁ ପଡ଼େ। ଏହା ଦୀପ ସମୂହକୁ ପାରି ହେଉଥିବାରୁ ସେମାନଙ୍କର ନାମ ରଖାଯାଇଛି ପାରିକୁଦ। ରାତିରେ ବୋଇତମାନଙ୍କୁ ଦିଗ୍ଦର୍ଶନ ପାଇଁ ସେମାନେ ମୁଣ୍ଡିଆ ଉପରେ ପଥରରେ ଖାଲ କରି ସେଥିରେ ଘିଅ ଢ଼ାଳି ବତୀରେ ଅଗ୍ନି ସଂଯୋଗ କରି ଜାଳି ରଖୁଥିଲେ। ଏହିପରି ଏକ ମୁଣ୍ଡିଆର ନାମ ଦୀପ ମୁଣ୍ଡିଆ ଏବଂ ‘ଖଳା’ର ନାମ ଘିଅଖଳା। ସେହିପରି ବୋଇତ ପାଖକୁ ଯିବା ରାସ୍ତାକୁ ବୋଇତହୁଡ଼ା, ପାହାଡ଼ ତଳ ବନ୍ଦରକୁ ବୋଇତ ପାହାଡ଼। ଏମିତିକି ମାଣିକପାଟଣୀ ଅତୀତ ନୌବାଣିଜ୍ୟର ମୁକସାକ୍ଷୀ ସ୍ୱରୂପ ଏବେ ନାମ ବହନ କରି ବିଦ୍ୟମାନ।<ref>ବିପିନ ବିହାରୀ ମହାନ୍ତି, ସମୟ, ପୃଷ୍ଠା-୪, ୧୭.୧୧.୨୦୧୩</ref
ଭୌଗୋଳିକ ପ୍ରମାଣ ସୂଚିତ କରେ ଯେ ପ୍ଲେଷ୍ଟୋସିନ୍ ସମୟର ପରବର୍ତ୍ତୀ ପର୍ଯ୍ୟାୟରେ ଚିଲିକା ହ୍ରଦ ବଙ୍ଗୋପସାଗରର ଏକ ଅଂଶ ଥିଲା (1.8 ମିଲିୟନ୍ରୁ 10,000 ବର୍ଷ ବିପି)।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.