From Wikipedia, the free encyclopedia
ଘୁଗୁନି ଏକ ପୂର୍ବ ଭାରତୀୟ ରନ୍ଧାଖାଦ୍ୟ । ଏହା ମୁଖ୍ୟତଃ ଓଡ଼ିଶା, ପଶ୍ଚିମବଙ୍ଗ[1] [2], ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରେ ଜଣାଶୁଣା । ମଟର ଓ ଆଳୁକୁ ସିଝାଇ ଘୁଗୁନି ତିଆରି କରାଯାଏ ।[3] ଓଡ଼ିଶାରେ ଖାଲି ଘୁଗୁନି କିମ୍ବା ବରା, କାକରା, ଆଳୁ ଚପ, ସିଙ୍ଗଡ଼ା, ପୁରି, ଉପମା ଏବଂ ମୁଢ଼ି[4] ଆଦି ଜଳଖିଆ ସହିତ ତଥା ଭାତ ଓ ରୁଟି ସହ ମଧ୍ୟ ଖିଆଯାଇଥାଏ ।[5] ବଙ୍ଗଳା ରନ୍ଧାରେ ଖାସି ମାଂସ ପଡ଼ି ମଧ୍ୟ ଘୁଗୁନି ରନ୍ଧା ହୁଏ ।[6] ଶୀତ ଦିନରେ ମଟର ଛୁଇଁ ଅମଳ ହେଲେ ସେଥିରେ ଘୁଗୁନି ରନ୍ଧା ହୋଇଥାଏ । ଘୁଗୁନି ଦହିବରା-ଆଳୁଦମରେ ମଧ୍ୟ ପଡ଼ିଥାଏ ।[7] ଓଡ଼ିଶା ଓ ପଶ୍ଚିମବଙ୍ଗରେ ଷ୍ଟେସନ ଓ ଅନ୍ୟାନ୍ୟ ସର୍ବସାଧାରଣ ଜାଗାରେ ଠେଲାଗାଡ଼ିରେ ମିଳୁଥିବା ଘୁଗୁନି-ଚାଟ ଲୋକପ୍ରିୟ ।[8]
ଘୁଗୁନି ତିଆରି କରିବା ପାଇଁ ମଟରକୁ ଘଣ୍ଟାଏ ପାଣିରେ ବତୁରାଇ ତାକୁ ଆଳୁ ସହ ଶିଝାଯାଇଥାଏ । ଏହା ପରେ ତେଲରେ ଜିରା, କଟା ପିଆଜ ଓ ତା'ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଗରମ ମସଲା ଆଦି, ଅଦା-ରସୁଣ-ଲଙ୍କା ବଟା ଓ ଶେଷରେ ବିଲାତି ବାଇଗଣ ଛୁଙ୍କ ଦେଇ ଘୁଗୁନି ପ୍ରସ୍ତୁତ କରାଯାଇଥାଏ । ରନ୍ଧା ସରିଲେ ଶେଷରେ ଉପରେ ଧନିଆ ପତ୍ର ପକାଇ ପରଷାଯାଏ ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.