ଏକ ପ୍ରକାର ପିଠା From Wikipedia, the free encyclopedia
କାକରା ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ମଇଦା, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ ।
୧୮୧୦ ମସିହାରେ ଖଣ୍ଡପଡ଼ା ଗଡ଼ଜାତର ଶାସନ ଭାର ରାଜା ପୁରୁଷୋତ୍ତମ ମର୍ଦ୍ଦରାଜ ନେଇଥିଲେ । ଜଗନ୍ନାଥ ସଂସ୍କୃତି ଜନାଦୃତ କରିବା ଉଦ୍ଦେଶରେ ରାଜାମାନେ ପ୍ରଜାଙ୍କ ଭାବନାକୁ ଆଖିରେ ରଖି ବିଭିନ୍ନ ପୂଜା ପର୍ବାଣିସବୁ ଯୋଡ଼ିଥିଲେ । ସେ ଦଧିବାମନ ଓ ଜଗନ୍ନାଥ ମନ୍ଦିରମାନଙ୍କରେ ପ୍ରଥମଥର ପାଇଁ ପୁର କାକରା ଓ ବସା ଦହି ଭୋଗ ଯୋଡ଼ିଥିଲେ । ଖଣ୍ଡପଡ଼ାରେ ଏହି ଭୋଗ ଅଜିଯାଏ ନିଆରା ପରମ୍ପରା ଭାବେ ପରିଚିତ ହେଉଛି । [1]
ପ୍ରଥମେ ପାଣି ଓ ଗୁଡ଼/ଚିନିକୁ ମିଶାଇ ଗରମ କରାଯାଏ ଓ ସେଥିରେ ମଇଦାକୁ ଗୋଳାଯାଏ । ଏହି ପ୍ରକିୟାକୁ ଜନ୍ତଣି କୁହାଯାଏ । ତାପରେ କିଛି ଘିଅ କି ଗରମ କରାଯାଇ ସେଥିରେ ଗୋଲମରିଚ, ଗୁଜରାତି, ଲବଙ୍ଗର ଗୁଣ୍ତକୁ ମିଳାଯାଏ ଏବଂ ପରେ କୋରା ନଡ଼ିଆ ମିଶାଇ କିଛି ସମୟ ଭଜା ଯାଇଥାଏ ।
ଏହି ଜନ୍ତଣିରୁ ପିଠା ଆକାରରେ ଛୋଟ ଛୋଟ ଗୁଳା ତିଆରି କରାଯାଇ ସେଥିରେ ଭଜା ହୋଇଥିବା ନଡ଼ିଆ ପୁର ମିଶାଇ ପିଠା ଗଢ଼ା ହୋଇଥାଏ ତାପରେ ତାକୁ ଗରମ ତେଲରେ ଛଣା ଯାଏ ।[2]
ବିଭିନ୍ନ ପ୍ରକାର କାକରା ପିଠା କରାଯାଏ । ସେଗୁଡ଼ିକ ହେଲା; ସୂଜି କାକରା, ଚାଉଳ ଚୂନା କାକରା, ମଉଦା କାକରା, ଅଟା କାକରା, ପୁର କାକରା ଇତ୍ୟାଦି । ଏସବୁର ପ୍ରସ୍ତୁତି ପ୍ରଣାଳୀ ପ୍ରାୟ ସମାନ ।
ଏଇ ପୁର କାକରା ତିଆରି ପାଇଁ ଅଟାର କାକରା କରାଯାଇ ସେଥିରେ ନଡ଼ିଆ ପୁର ଦିଆଯାଏ । ନଡ଼ିଆ ପୁରକୁ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ଚିନି ଓ ଘିଅ ମିଶାଯାଇ ଭଜାଯାଇଥାଏ । ଅଧିକ ସ୍ୱାଦିଷ୍ଟ କରିବା ପାଇଁ ପରେ ସେଥିରେ ଗୋଲ ମରିଚ ଓ କର୍ପୂର ମଧ୍ୟ ପକାଯାଇଥାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.