ପିଲା ବୁଢ଼ା ନିର୍ବିଶେଷରେ ପୁରୁଷ ଶରୀରରେ ସ୍ତନ ବୃଦ୍ଧି ହେଲେ ଏହି ନାମ ଦିଆଯାଏ । From Wikipedia, the free encyclopedia
ଗାଇନେକୋମାଷ୍ଟିଆ ରୋଗରେ ପୁରୁଷମାନଙ୍କର ଗୋଟିଏ କିମ୍ବା ଉଭୟ ସ୍ତନର ଅଣ-କର୍କଟ ବୃଦ୍ଧି ହୋଇଥାଏ | [3] [6] କେତେକ ଏହି ଶବ୍ଦ ବ୍ୟବହାର କରନ୍ତି ଯେତେବେଳେ ଗ୍ରନ୍ଥି ଟିସୁ ବିସ୍ତାର ହୋଇଥାଏ ଏବଂ ଯେତେବେଳେ ସିଉଡୋଗାଇନାକୋମାଷ୍ଟିଆ ଶବ୍ଦ ବ୍ୟବହାର କରନ୍ତି ଯେତେବେଳେ ଚର୍ବି ତନ୍ତୁ ବୃଦ୍ଧି ଯୋଗୁ ହୋଇଥାଏ | [5] [7] ବେଳେବେଳେ କୋମଳତା ଉପସ୍ଥିତ ଥାଇପାରେ | [4] ଏହି ଅବସ୍ଥା ମାନସିକ କଷ୍ଟ ଦେଇପାରେ । [7]
Gynecomastia | |
---|---|
Gynaecomastia | |
ଉଚ୍ଚାରଣ | |
ବିଭାଗ | Endocrinology, plastic surgery |
ଲକ୍ଷଣ | Enlargement of one or both breasts[3] |
ଆକ୍ରାନ୍ତ ସମୟ | Any age[3] |
ଅବଧି | Months to years[3] |
କାରଣ | Physiologic, obesity, liver disease, kidney failure, certain cancers, thyroid disease, medications, recreationally drugs, malnutrition[3] |
ସଠିକ ରୋଗ ନିର୍ଣ୍ଣୟ | Pseudogynaecomastia, breast cancer, dermoid cyst[4][3] |
ଔଷଧ | Tamoxifen, clomiphene[3] |
ଚିକିତ୍ସା | Reassurance, addressing the underlying cause, medications, surgery[5] |
ପୁନଃପୌନିକ | Common[4] |
ସାଧାରଣ ଭାବରେ ନବଜାତ ଶୁଶୁଙ୍କର ଗାଇନେକୋମାଷ୍ଟିଆ ଥାଇପାରେ ଯାହା ମାର ଏସ୍ଟ୍ରୋଜେନ ଯୋଗୁ ହୁଏ, ଯୗବନାବସ୍ଥା, ଏବଂ ବୃଦ୍ଧାବସ୍ଥାରେ ହୋଇପାରେ । [3] ଏହି ମାମଲାଗୁଡ଼ିକରେ ସାଧାରଣତଃ ଅଧିକ ଅନୁସନ୍ଧାନର ଆବଶ୍ୟକତା ପଡ଼େନାହିଁ | [5] ଏହା ମେଦବହୁଳତା, ଯକୃତ ରୋଗ, କିଡନୀ ବିଫଳତା, କେତେକ କର୍କଟ, ଥାଇରଏଡ ରୋଗ, କିଛି ଔଷଧ ଏବଂ ମନୋରଞ୍ଜନକାରୀ ଔଷଧ, କ୍ଲିନଫେଲ୍ଟର ସିଣ୍ଡ୍ରୋମ ଏବଂ ପୁଷ୍ଟିହୀନତା ସହିତ ଯୋଗୁ ହୋଇପାରେ । [3] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଇଷ୍ଟ୍ରୋଜେନ୍ ବୃଦ୍ଧି କିମ୍ବା ଆଣ୍ଡ୍ରୋଜେନ୍ ସ୍ତର ହ୍ରାସ ଯୋଗୁ ଏହା ହେବା ଜଣାଯାଏ | [4]
ଯୌବନାବସ୍ଥାରେ ଘଟୁଥିବା ମାମଲା ସାଧାରଣତଃ ଦୁଇ ବର୍ଷ ମଧ୍ୟରେ ସମାଧାନ ହୋଇଯାଏ ଏବଂ କେବଳ ଆଶ୍ୱାସନା ଆବଶ୍ୟକ କରେ | [5] [8] ଏହାର ମୂଳ କାରଣ ସମାଧାନ କଲେ ସାଧାରଣତଃ ଏହି ରୋଗର ସମାଧାନ ହୋଇଯାଏ | [5] ଟାମୋକ୍ସିଫେନ୍ସ କିମ୍ବା କ୍ଲୋମିଫେନ୍ ଭଳି ଔଷଧ ଶୀଘ୍ର ବ୍ୟବହୃତ ହେଲେ ପ୍ରଭାବଶାଳୀ ହୋଇଥାଏ | [3] ଦୀର୍ଘକାଳୀନ ରୋଗ ଥିଲେ ଲାଇପୋସକସନ କିମ୍ବା ସର୍ଜିକାଲ୍ ଏକ୍ସାଇଜନ୍ ଭଳି ଅସ୍ତ୍ରୋପଚାର ଆବଶ୍ୟକ ହୋଇଥାଏ | [5]
ଗାଇନେକୋମାଷ୍ଟିଆ ରୋଗ ପ୍ରାୟ ୩୫% ପୁରୁଷଙ୍କୁ ୫୦ରୁ ୬୯ ବର୍ଷ ବୟସ ମଧ୍ୟରେ ସାଧାରଣତଃ ହୁଏ ।[5] ଏହା ନବଜାତମାନଙ୍କ କ୍ଷେତ୍ରରେ ୯୦% ପିଲାଙ୍କର ଥାଏ ଓ କିଶୋର ଅବସ୍ଥାରେ ୬୦% ପିଲାଙ୍କର ଉପସ୍ଥିତ ଥାଏ । [7] ପୁରୁଷମାନଙ୍କର ସ୍ତନ ସମସ୍ୟା ପାଇଁ ଚିକିତ୍ସାର ଏହା ଏକ ସାଧାରଣ କାରଣ | [9] ଦ୍ୱିତୀୟ ଶତାବ୍ଦୀରେ ଏହି ରୋଗର ବର୍ଣ୍ଣନା ଗ୍ୟାଲେନ କରିଥିବା ଜଣାଯାଏ । [10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.