From Wikipedia, the free encyclopedia
ଟାମୋକ୍ସିଫେନ (ଟିଏମଏକ୍ସ), ଯାହାର ଏକ ବିକ୍ରୟ ନାମ ନୋଲଭାଡେକ୍ସ, ଏକ ଔଷଧ ଯାହା ମହିଳାଙ୍କର ସ୍ତନ କର୍କଟର ପ୍ରତିଷେଧକ ଓ ଉଭୟ ମହିଳା ଓ ପୁରୁଷଙ୍କର ସ୍ତନ କର୍କଟ ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[3] ଅନ୍ୟାନ୍ୟ କର୍କଟ ରୋଗରେ ଏହାର ବ୍ୟବହାର ନିମନ୍ତେ ଅନୁଶୀଳନ ଚାଲିଛି । [3] ଆଲବ୍ରାଇଟ ସିଣ୍ଡ୍ରୋମରେ ଏହା ବ୍ୟବହାର କରାଯାଇଛି । ସ୍ତନ କର୍କଟ ରୋଗରେ ଟାମୋକ୍ସିଫେନ ପ୍ରତ୍ୟହ ୫ ବର୍ଷ ପର୍ଯ୍ୟନ୍ତ ପାଟିରେ ଖାଇବାକୁ ଦିଆଯାଏ । [4]
Clinical data | |
---|---|
Trade names | Nolvadex, Genox, Tamifen, others[1] |
AHFS/Drugs.com | monograph |
MedlinePlus | a682414 |
Pregnancy category |
|
Routes of administration | Oral |
ATC code |
|
Legal status | |
Legal status |
|
Pharmacokinetic data | |
Protein binding | 99% |
Metabolism | Hepatic (CYP3A4, 2C9 and 2D6) |
Elimination half-life | 5-7 days[2] |
Excretion | Faeces (65%), urine (9%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.031.004 |
Chemical and physical data | |
Formula | C26H29NO |
Molar mass | 371.515 g/mol 563.638 g/mol (citrate salt) |
3D model (JSmol) | |
SMILES
| |
InChI
| |
(verify) |
ଜରାୟୁ କର୍କଟ, ସଂଘାତ (stroke), ଦୃଷ୍ଟି ସମସ୍ୟା ଓ ଫୁସଫୁସ ଏମ୍ବୋଲିଜ୍ମ ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ସଙ୍କଟ ଦେଖାଯାଇପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅନିୟମିତ ଋତୁସ୍ରାବ, ଓଜନ ହ୍ରାସ ଓ ଉଷ୍ମାନୁଭୂତି ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧ ଦେଲେ ଶିଶୁର ହାନୀ ହୁଏ ।[4] ଏହା ଏକ ବରଣାତ୍ମକ ଏସ୍ଟ୍ରୋଜେନ-ରିସେପ୍ଟର ମୋଡ୍ୟୁଲେଟର ଯାହା ସ୍ତନ କୋଷ ବୃଦ୍ଧିର କାରକ ବା ଫ୍ୟାକ୍ଟରମାନଙ୍କୁ କମେଇଦିଏ ଓ କୋଷବୃଦ୍ଧି କମ କରୁଥିବା କାରକମାନଙ୍କୁ ବଢ଼େଇଦିଏ । [4][5] ଏହା ଟ୍ରାଇଫିନାଇଲଏଥିଲିନ ଦଳର ଔଷଧ । [6]
ସନ ୧୯୬୭ରେ ଟାମୋକ୍ସିଫେନ ଆବିଷ୍କୃତ ହେଲା ।[7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [4]ଏହାର ଦୈନିକ ହୋଲସେଲ ଖର୍ଚ୍ଚ ପ୍ରାୟ ୦.୦୭ରୁ ୦.୨୩ ଆମେରିକୀୟ ଡଲାର ।[9] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୨ ଡଲାର । [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.