From Wikipedia, the free encyclopedia
କଳ୍ପବଟ ହେଉଛି ଶ୍ରୀମନ୍ଦିର ବେଢାରେ ଥିବା ଏକ ପୁରାଣ ପ୍ରସିଦ୍ଧ ବଟ ବୃକ୍ଷ । ଶ୍ରୀମନ୍ଦିର ବେଢା ମଧ୍ୟରେ ସତ୍ୟନାରାୟଣ ମନ୍ଦିର ଏବଂ ମୁକ୍ତି ମଣ୍ଡପ ମଧ୍ୟରେ କଳ୍ପବଟ ଅବସ୍ଥିତ । କଳ୍ପ ବୃକ୍ଷ ଚତୁଃପାର୍ଶ୍ୱରେ ନିର୍ମିତ ଏକ ଚାନ୍ଦିନୀ ଏହାର ଶୋଭା ବର୍ଦ୍ଧନ କରୁଅଛି । ସ୍କନ୍ଧ ପୁରାଣରେ ଏହି ବୃକ୍ଷ ସମ୍ପର୍କରେ ବର୍ଣ୍ଣନା ଦେଖିବାକୁ ମିଳେ ।
କଳ୍ପର ଅର୍ଥ କାଳ ବା ସମୟକୁ ବୁଝାଏ । ତେବେ ଅନ୍ୟ ଅର୍ଥରେ କଳ୍ପ ବୃକ୍ଷର ବିଶେଷତ୍ୱ ହେଲା ତାହା ମନୋବାଞ୍ଛା ପୁରଣକାରୀ ଏକ ମହାନ ବୃକ୍ଷଟିଏ ।[1][2] କଳ୍ପବଟ ଶ୍ରୀମନ୍ଦିର ବା ଶଙ୍ଖକ୍ଷେତ୍ରର ନାଭିସ୍ଥଳରେ (କେନ୍ଦ୍ର) ଅବସ୍ଥିତ ।[3] ବଟ ମୂଳରେ ପୂର୍ବ ଦିଗରେ ଗୋଟିଏ ଛୋଟ ମନ୍ଦିରରେ କଳାପଥର ନିର୍ମିତ ବାଳକୃଷ୍ଣ ବଟପତ୍ରରେ ଶାୟିତ । ଏହା ବଟକୃଷ୍ଣ ମନ୍ଦିର ରୂପେ ନାମିତ । ବଟବୃକ୍ଷ ତଳେ ଦକ୍ଷିଣ ପଟକୁ ବଟଗଣେଶ ପୂଜା ପାଉଛନ୍ତି । ପଶ୍ଚିମ ଦିଗରେ ବାଟମଙ୍ଗଳା ଅବସ୍ଥାପିତ ।[4] କଥିତ ଅଛି, ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସ ଏହି ବୃକ୍ଷମୂଳେ ବସି ଭାଗବତର ଅନୁବାଦ କରିଥିଲେ ଏବଂ ଏହିଠାରେ ହିଁ ତାଙ୍କର ଶ୍ରୀ ଚୈତନ୍ୟ ଦେବଙ୍କ ସହ ସା଼କ୍ଷାତ ହୋଇଥିଲା । ଭକ୍ତଙ୍କ ବିଶ୍ୱାସ, କଳ୍ପବଟ ଚାରିପଟେ ତିନିଥର ପ୍ରଦକ୍ଷିଣ କଲେ, ନିଜର ମନଷ୍କାମ ପୁରଣ ହୋଇଥାଏ ।[5]
କଳ୍ପବଟର ଅନ୍ୟାନ୍ୟ ବିଶେଷତ୍ୱ ମଧ୍ୟରେ:
ପୌରାଣିକ ମତରେ ବୃକ୍ଷଟି ଅନେକ କଳ୍ପର ପୁରୁଣା ଏବଂ ତାହା ପୁରାଣ ବର୍ଣ୍ଣିତ ସତ୍ୟ, ତ୍ରେତୟା, ଦ୍ୱାପର ଏବଂ ପରିଶେଷରେ କଳି ଯୁଗରେ ମଧ୍ୟ ରହିଛି । ଏହି ପବିତ୍ର ବୃକ୍ଷର ଜନ୍ମ ସମୟ ନିରୁପଣ କରିବା କଷ୍ଟକର ଅଟେ । କୁହାଯାଏ, ପ୍ରଳୟ ସମୟରେ ସମସ୍ତ ପୃଥିବୀ ଜଳମଗ୍ନ ହୋଇଯାଇଥିଲେ ହେଁ, କଳ୍ପବଟକୁ ନଷ୍ଟ ହୋଇପାରି ନ ଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.