ଓଡ଼ିଆ, ସମ୍ବଲପୁରୀ ଓ କୁଇ ଭାଷା ଲେଖିବା ପାଇଁ ବ୍ୟବହୃତ ଲିପି From Wikipedia, the free encyclopedia
ଓଡ଼ିଆ ଲିପି (ଉତ୍କଳ ଲିପି/ ଉତ୍କଳାକ୍ଷର) ଓଡ଼ିଆ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଏହା ପୁରାତନ କଳିଙ୍ଗ ଲିପିରୁ ତିଆରି । ଅତୀତର କଳିଙ୍ଗ ଲିପିର ଅବଶେଷ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାର ମଞ୍ଚପୁରୀ ଗୁମ୍ଫା ତଥା ଓଡ଼ିଶାର ବାକି ଅନେକ ସ୍ଥାନରୁ ମିଳିଥିବା ପଥର ଅଭିଲେଖରୁ ମିଳିଥାଏ ।
ଓଡ଼ିଆ | |
---|---|
ପ୍ରକାର | ଦକ୍ଷିଣ ବ୍ରାହ୍ମୀ
|
ଭାଷାସମୂହ | ଓଡ଼ିଆ ଭାଷା |
ସମୟକାଳ | ସି. ୧୦୬୦ରୁ–ଏବେଯାଏଁ |
Parent systems | ପ୍ରାଚୀନ ଭାରତୀୟ ଚିତ୍ର ଲିପି
|
ଦିଗ | Left-to-right |
ISO 15924 | Orya, 327 |
ଇଉନିକୋଡ଼ ଉପନାମ | Oriya |
ଇଉନିକୋଡ଼ ସୀମା | U+0B00–U+0B7F |
ଓଡ଼ିଆ ଲିପି ପୁରାତନ ବ୍ରାହ୍ମୀ ଲିପିରୁ ତିଆରି କଳିଙ୍ଗ ଲିପିରୁ ତିଆରି ହୋଇଛି ।[୧], ୧୦୫୧ ପରର ଓଡ଼ିଆ ଭାଷାରେ ଏଯାବତ ମିଳିଥିବା ଲେଖସବୁରୁ ଏହା ଜଣାପଡ଼େ ।
ଧଉଳିଠାରୁ ମିଳିଥିବା ଅଶୋକଙ୍କ ଅନୁଶାସନ, ଜଉଗଡ଼ର ଶିଳାଲେଖ ଓ ଖାରବେଳଙ୍କ ଦେଇ ଖୋଦାଯାଇଥିବା ଖଣ୍ଡଗିରିର ହାତିଗୁମ୍ଫାର ଖାରବେଳଙ୍କ ଅନୁଶାସନରୁ ଓଡ଼ିଆ ଭାଷାର ମୂଳ ରୂପ ଓ ଆରମ୍ଭ ଉପରେ ଅନେକ କଥା ଜାଣିହୁଏ । ତେବେ ଖାରବେଳଙ୍କ ଅନୁଶାସନ ଓ ଅଶୋକଙ୍କ ଅନୁଶାସନ ଭାଷାର ଗଢଣ ଦୃଷ୍ଟିରୁ ପୁରାପୁରି ଅଲଗା । ଖାରବେଳଙ୍କ ଅନୁଶାସନ ଓଡ଼ିଆ ଲିପିରେ ଓ ପାଳି ଭାଷାରେ ଲେଖାଯାଇଥିଲା ବେଳେ ଅଶୋକଙ୍କ ଅନୁଶାସନ ବ୍ରାହ୍ମୀ ଲିପିରେ ଲେଖାଯାଇଥିଲା । ଭାଷାବିଜ୍ଞାନୀମାନଙ୍କ ମତରେ ପାଳି ଭାଷାରୁ ହିଁ ଓଡ଼ିଆ ଭାଷାର ଜନ୍ମ । ହାତୀ ଗୁମ୍ଫାର ଶିଳାଲେଖ, ଯାହା ପାଳି ଭାଷାରେ ଲେଖାଯାଇଅଛି ତାହା ଏ ବିଷୟରେ ଅଧିକ ସୂଚନା ଦେଇଥାଏ । ଜର୍ମାନ ଭାଷାବିଜ୍ଞାନୀ ପ୍ରଫେସର ଅଲଡେନବର୍ଗଙ୍କ ଗବେଷଣା ଅନୁସାରେ ପାଳି ଓଡ଼ିଶାର ମୂଳ ଭାଷା ।[୨]
ଓଡ଼ିଆ ଲିପିର ଗୋଲାକାର ରୂପ ବହୁକାଳ ତାଳ ପତ୍ର ଉପରେ ଲେଖାଯିବା ଯୋଗୁଁ ହୋଇଛି, କାରଣ ତାଳପତ୍ରରେ ଲେଖିଲାବେଳେ ସିଧା ରେଖାସବୁ ଏହାକୁ ଚିରିପକାଇବାର ଭୟ ଥାଏ । [୩]
ଗବେଷକମାନେ ଓଡ଼ିଆ ଓ ଥାଇ ଲିପି ଭିତରେ ଅନେକ ସମାନତା ପାଇଛନ୍ତି । ଏହା ଅତୀତତେ ସାଧବମାନଙ୍କ ଦକ୍ଷିଣ ଏସୀୟ ଦେଶରେ ବେପାର ବଣିଜ କାଳରେ ସେମାନେ କଳିଙ୍ଗର ଭାଷା ଓ ଲିପିର ବ୍ୟବହାର କରିବା ଥାଇ ଲିପି କଳିଙ୍ଗ ଲିପିଦ୍ୱାରା ପ୍ରଭାବିତ ହେବର ପ୍ରମାଣ ଦେଇଥାନ୍ତି । [୪][୫]
ଓଡ଼ିଆ ଏକ ଉଚ୍ଚାରଣକୁ ନେଇ ତିଆରି ଓ ଜଟିଳ (Abugida) ଭାଷା ଯେଉଁଥିରେ ସବୁ ବ୍ୟଞ୍ଜନ ବର୍ଣ୍ଣର ଉଚ୍ଚାରଣ ଏକ ସ୍ୱର ବର୍ଣ୍ଣରେ ଶେଷ ହୋଇଥାଏ । କେତେକ ବିଶେଷ ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଆଗରୁ ବା ପଛରେ ରହିଥାଏ ଓ ଏଥିରେ ଥିବା ସ୍ୱରବର୍ଣ୍ଣର ରୂପକୁ ବଦଳାଇଥାଏ । ଯେତେବେଳେ ଏହି ବିଶେଷ ବର୍ଣ୍ଣ ଏକ ସ୍ୱରର ଆରମ୍ଭରେ ଆସିଥାଏ ସେତେବେଳେ ସ୍ୱରବର୍ଣ୍ଣଟି ଏକ ସ୍ୱତନ୍ତ୍ର ଅକ୍ଷର ଭାବରେ ଲେଖାଯାଏ । ଆହୁରି ମଧ୍ୟ, ଯେତେବେଳେ କିଛି କିଛି ବ୍ୟଞ୍ଜନ ବର୍ଣ୍ଣ ଏକାଠି ମିଶି ବ୍ୟବହାର କରାଯାନ୍ତି, ସେତେବେଳେ ବିଶେଷ ବ୍ୟଞ୍ଜନ ବର୍ଣ୍ଣର ବ୍ୟବହାର କରାଯାଇଥାଏ ଯାହା ସେଇ ବ୍ୟଞ୍ଜନ ବର୍ଣ୍ଣର ନିହାତି ଦରକାରୀ ଭାଗକୁ ନେଇ ତିଆରି ହୋଇଥାଏ ।
୵ | ୶ | ୷ | ୲ | ୳ | ୴ |
ଅଣାଏ | ଦୁଇଅଣା | ତିନିଅଣା | ଚାରିଅଣା | ଆଠଣା ବା ଅଧୁଲି | ବାର ଅଣା |
ଓଡ଼ିଆର ଇଉନିକୋଡ଼ ଲିପି U+0B00–U+0B7F ଭିତରେ ଥାଏ । ଧୁସର ଜାଗାସବୁ ବ୍ୟବହାର ହୋଇ ନଥିବା କୋଡ଼ ବିନ୍ଦୁକୁ ଦେଖାଉଅଛି ।
ଓଡ଼ିଆ[୧] ଇଉନିକୋଡ଼.ଅର୍ଗ ସାରଣୀ (PDF) | ||||||||||||||||
୦ | ୧ | ୨ | ୩ | ୪ | ୫ | ୬ | ୭ | ୮ | ୯ | A | B | C | D | E | F | |
U+0B0x | ଁ | ଂ | ଃ | ଅ | ଆ | ଇ | ଈ | ଉ | ଊ | ଋ | ଌ | ଏ | ||||
U+0B1x | ଐ | ଓ | ଔ | କ | ଖ | ଗ | ଘ | ଙ | ଚ | ଛ | ଜ | ଝ | ଞ | ଟ | ||
U+0B2x | ଠ | ଡ | ଢ | ଣ | ତ | ଥ | ଦ | ଧ | ନ | ପ | ଫ | ବ | ଭ | ମ | ଯ | |
U+0B3x | ର | ଲ | ଳ | ଵ | ଶ | ଷ | ସ | ହ | ଼ | ଽ | ା | ି | ||||
U+0B4x | ୀ | ୁ | ୂ | ୃ | ୄ | େ | ୈ | ୋ | ୌ | ୍ | ||||||
U+0B5x | ୖ | ୗ | ଡ଼ | ଢ଼ | ୟ | |||||||||||
U+0B6x | ୠ | ୡ | ୢ | ୣ | ୦ | ୧ | ୨ | ୩ | ୪ | ୫ | ୬ | ୭ | ୮ | ୯ | ||
U+0B7x | ୰ | ୱ | ୲ | ୳ | ୴ | ୵ | ୶ | ୷ | ||||||||
Notes
|
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.