୨୦୧୯ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
ଅଭିମାନ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[1] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଅଗ୍ରୱାଲ ଏବଂ ସୀତାରାମ ଅଗ୍ରୱାଲ ।[2] ଏହି କଥାଚିତ୍ରଟିର ସାର୍ଥକ ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା ।[3] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[4]
ଅଭିମାନ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ ନମିତା ଅଗ୍ରୱାଲ |
ସଂଳାପ | ନିର୍ମଳ ନାୟକ |
କଳାକାର | ସବ୍ୟସାଚୀ ମିଶ୍ର ଅର୍ଚ୍ଚିତା ସାହୁ |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ବିଭୂତି ଭୂଷଣ ବିଶ୍ୱାଳ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୪ ଜୁଲାଇ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତ ସାହୁ ।[1] ହରିହର ମହାପତ୍ର, ପ୍ରଦ୍ୟୁମ୍ନ ଲେଙ୍କା, କ୍ରିଷ୍ଣା କର, ଜୀବନ ପଣ୍ଡା, ଛନ୍ଦିତା ପାଢ଼ୀ, ରବି ମିଶ୍ର, ନମ୍ରତା ଦାସ ଆଦି କଳାକରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୯ ମସିହାର ରଥଯାତ୍ରା ଦିନ ମୁକ୍ତିଲାଭ କରିଥିଲା ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।[6] ଗୀତିକାର ବିଜୟ ମଲ୍ଲ, ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ନିବେଦିତା, ସ୍ୱୟମ ପାଢ଼ୀ, ମଣ୍ଟୁ ଛୁରୀଆ, ଅସୀମା ପଣ୍ଡା, ସୌରୀନ ଭଟ୍ଟ, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ତୋ ପ୍ରେମ ମତେ କଲା ବଦମାସ" | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର, ନିବେଦିତା | |
2. | "ଯାଦୁ କଲୁ ପ୍ରିୟା ବାଓରା" | ଅରୁଣ ମନ୍ତ୍ରୀ | ସ୍ୱୟମ ପାଢ଼ୀ, ନିବେଦିତା | |
3. | "ତୋ ସେଲ୍ଫିକୁ ପୂଜାକରେ ଧୂପକାଠି ଜାଳି" | ନିର୍ମଳ ନାୟକ | ମଣ୍ଟୁ ଛୁରୀଆ, ଅସୀମା ପଣ୍ଡା | |
4. | "ଦିଲ୍ଟା ଯଦି ତୋ ଆଡ଼େ ମାଡ଼ିଯିବ" | ନିର୍ମଳ ନାୟକ | ସୌରୀନ ଭଟ୍ଟ, ଦୀପ୍ତିରେଖା ପାଢ଼ୀ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.