ଅନୀତା ଦାସ (ଜନ୍ମ: ଅକ୍ଟୋବର ୧, ୧୯୫୩) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୦୦ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ କାମ କରିଛନ୍ତି[1] ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ଅନୀତା ଦାସ ଓଡ଼ିଶାର ନୟାଗଡ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ବନମାଳୀ ଦାସ ଓ ମା' ସତ୍ୟଭାମା ଦାସ । ଗାଁ ବିଦ୍ୟାଳୟରେ ପାଠପଢି ୧୯୭୩ ମସିହାରେ ସେ କଟକ ଆସିଥିଲେ ଓ ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିବା ସହ କଳା ବିକାଶ କେନ୍ଦ୍ରର ଛାତ୍ରାବାସରେ ରହି ନୃତ୍ୟ ଶିକ୍ଷା କରିଥିଲେ [1]। ସେହି ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ର ଓ ରଘୁନାଥ ଦାଶଙ୍କଠାରୁ ଓଡ଼ିଶୀ ଶିକ୍ଷା କରିଥିଲେ[2] ।
କଥାଚିତ୍ର ଜୀବନ
ସ୍ନାତ୍ତକର ଶେଷ ବର୍ଷରେ, ୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅନୀତା, ନିଜ ପ୍ରଥମ ସଂଳାପରେ ଅଭିଜ୍ଞ ହେମନ୍ତ ଦାସଙ୍କ ବିପକ୍ଷରେ କହିଥିଲେ,
ତୁମର ତ ଆସିବାର ନଥିଲା, କେମିତି ଆସିଲ ?
। ୧୯୭୬ରେ ମୁକ୍ତିଲାଭ କରିଥିବା, ଦ୍ୱିତୀୟ ଚଳଚ୍ଚିତ୍ର ନାଗଫାଶରୁ କିନ୍ତୁ ସେ ଲୋକପ୍ରିୟତା ଅର୍ଜନ କରିଥିଲେ । ଏଥିରେ ତାଙ୍କ ଉପରେ ଆଧାରିତ ରମ୍ୟ ସଙ୍ଗୀତ 'ନାଥ ନାଥ ହେ ନାଥ, ମୋ ପ୍ରାଣ ନାଥ' ଲୋକପ୍ରିୟତା ଅର୍ଜନ କରିବା ସହ ତାଙ୍କ ପ୍ରଦର୍ଶନକୁ ମଧ୍ୟ ସମସ୍ତେ ପସନ୍ଦ କରିଥିଲେ[1] । ୧୯୮୩ରେ 'ଭକ୍ତ ସାଲବେଗ' ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ମା' ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଜୀବନରେ ଭିନ୍ନ ମୋଡ ଆଣିଥିଲା ଚଳଚ୍ଚିତ୍ର, ପୁଅ ମୋର କଳାଠାକୁର ଓ ଏହା ପରେ ସେ ସିନେ ଜଗତରେ ମା' ଭାବେ ପରିଚିତ ହୋଇଥିଲେ [2] । ଦୀର୍ଘ ୪୩ ବର୍ଷ ଧରି ସେ ସିନେ ଜଗତରେ ସକ୍ରିୟ ଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା, ଏକ୍ସ୍କ୍ୟୁଜ୍ ମି[1] ।
ରାଜନୀତି ଜୀବନ
ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ତାଙ୍କୁ ଧର୍ମଶାଳା ଆସନରେ ପାର୍ଥୀ କରିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ସେ ମନା କରିଦେଇଥିଲେ । ଏହାପରେ ୧୯୯୨ରେ କଂଗ୍ରେସ ତରଫରୁ ସେ ଯାଜପୁର ରୋଡ଼୍ରୁ ଅଧ୍ୟକ୍ଷା ପାର୍ଥୀ ହୋଇ ଅଳ୍ପକେ ପରାଜିତ ହୋଇଥିଲେ ।ଏହାପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ।[2]
ଓଡ଼ିଆ କଥାଚିତ୍ର
- ଏକ୍ସ୍କ୍ୟୁଜ୍ ମି, ୨୦୧୮
- କାବୁଲା ବାରବୁଲା, ୨୦୧୭
- ଏ ମନ ଖୋଜେ ମନଟିଏ, ୨୦୧୧
- ଆସିବୁ କେବେ ସାଜି ମୋ ରାଣୀ, ୨୦୧୦
- ଓଁ ନମଃ ଶିବାୟ, ୨୦୧୦[3]
- ଆଲୋ ମୋର କଣ୍ଢେଇ, ୨୦୧୦[4]
- ଆମ ଭିତରେ କିଛି ଅଛି, ୨୦୧୦[5]
- ସ୍ୱୟଂସିଦ୍ଧା, ୨୦୧୦[6]
- ଡନ୍, ୨୦୧୦[7]
- ଆକାଶେ କି ରଙ୍ଗ ଲାଗିଲା, ୨୦୦୯[8]
- ଶାଶୁ ହାତକଡ଼ି ଭାଉଜ ବେଡି, ୧୯୯୯[9]
- ଲକ୍ଷ୍ମଣ ରେଖା, ୧୯୯୬[9]
- ପାଚେରୀ ଉଠିଲା ମଝି ଦୁଆରୁ, ୧୯୯୪[9]
- ଗଢ଼ି ଜାଣିଲେ ଘର ସୁନ୍ଦର, ୧୯୯୪[9]
- ଅଣ୍ଟି ଛୁରୀ ତଣ୍ଟି କାଟେ, ୧୯୯୨[9]
- ସୁଖ ସଂସାର, ୧୯୯୨[9]
- ମୁକ୍ତି ତୀର୍ଥ, ୧୯୯୨[9]
- କି ହେବ ଶୁଆ ପୋଷିଲେ, ୧୯୯୧[9]
- ଠାକୁର ଅଛନ୍ତି ଚଉବାହାକୁ, ୧୯୯୦[9]
- ପାପପୁଣ୍ୟ, ୧୯୮୮
- ପୁଅ ମୋ କଳା ଠାକୁର, ୧୯୮୮[9]
- ଶୁନା ଚଢ଼େଇ, ୧୯୮୮[9]
- ଜୟଦେବ, ୧୯୮୭[9]
- ଏଇତ ଦୁନିଆ, ୧୯୮୭[2]
- ବାବୁଲା, ୧୯୮୬[9]
- ମମତା ମାଗେ ମୂଲ, ୧୯୮୫[9]
- ସଂସ୍କାର, ୧୯୮୫[9]
- ଜନନୀ, ୧୯୮୪[9]
- ସ୍ୱପ୍ନ ସାଗର, ୧୯୮୩[9]
- ଭକ୍ତ ସାଲବେଗ, ୧୯୮୩[9]
- ଝିଅଟି ସୀତା ପରି, ୧୯୮୩[9]
- ରାମ ରହିମ, ୧୯୮୩[9]
- ଫୁଲ ଚନ୍ଦନ, ୧୯୮୨[9]
- ଅସ୍ତରାଗ, ୧୯୮୨[9]
- ତପସ୍ୟା, ୧୯୮୦[2]
- ପରିବାର, ୧୯୭୮ [10]
- କୃଷ୍ଣ ସୁଦାମା, ୧୯୭୬ [11]
- ଯାଯାବର, ୧୯୭୫
ହିନ୍ଦୀ ଚଳଚ୍ଚିତ୍ର
ପୁରସ୍କାର
ମୃତ୍ୟୁ
୨୦୧୮ ମସିହା ମଇ ମାସ ୧୧ ତାରିଖରେ ଅନୀତାଙ୍କର କଟକ ମିଶନରୋଡ଼ସ୍ଥିତ ବାସଭବନରେ ହୃଦ୍ଘାତରେ ତିରୋଧାନ ଘଟିଥିଲା ।[13]
ଆଧାର
ଅଧିକ ତଥ୍ୟ
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.