ଉଇକିକଥା ଉଇକିମିଡ଼ିଆ ଫାଉଣ୍ଡେସନଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବରଦ୍ୱାରା କାର୍ଯ୍ୟାନ୍ୱିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।[2] ଉଇକିକଥାର ପୃଷ୍ଠା ଉଲ୍ଲେଖନୀୟ ବ୍ୟକ୍ତିତ୍ୱର ଉଇକିପିଡ଼ିଆରେ ତିଆରି ଲେଖାରୁ ଅନ୍ତର୍କୋଡିୟଦ୍ୱାରା ଯୋଡି ହୋଇରହିଛି ।[3]

Quick Facts ୟୁ.ଆର.ଏଲ, ବ୍ୟବସାୟିକ ...
ଉଇକିକଥା
Thumb
Wikiquote logo
Thumb
ଉଇକିକଥାର ମୁଖପୃଷ୍ଠ
ୟୁ.ଆର.ଏଲwww.wikiquote.org
ବ୍ୟବସାୟିକନା
ସାଇଟର ପ୍ରକାରQuotation repository
ରେଜେଷ୍ଟ୍ରିକରଣବୈକଳ୍ପିକ
ମିଳୁଥିବା ଭାଷାବହୁଭାଷୀ
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେଜିମି ୱେଲ୍ସ ଏବଂ ଉଇକିମିଡ଼ିଆ କମ୍ୟୁନିଟି
ଆରମ୍ଭ କରାଯାଇଥିଲାଜୁଲାଇ 10, 2003; 20 years ago (2003-୦୭-10)
ଆଲେକ୍ସା କ୍ରମାଙ୍କpositive decrease 3,720 (July 2017)[1]
ଏବେକାର ସ୍ଥିତିସକ୍ରିୟ
Close

ମୂଳ ପରିଯୋଜନା ପୂର୍ଣତଃ ଇଂରାଜୀରେ ଆରମ୍ଭ କରାଯାଇଥିଲା , ଜୁଲାଇ 2004 ମସିହାରେ ଏକ ଅନ୍ୟ ସଂସ୍କରଣଦ୍ୱାରା ଅତିରିକ୍ତ ଭାଷାକୁ ମଧ୍ୟ ଏଥିରେ ସମ୍ମିଳିତ କରିବାର ଆରମ୍ଭ କରାଗଲା ।

ଇତିହାସ

ଆଠଟି ସବୁଠାରୁ ବଡ଼ ଉଇକିକଥାର ବିକାଶ
More information ଦିନ, ଘଟଣା ...
ଦିନ ଘଟଣା
27 ଜୁନ 2003
ଅସ୍ଥାୟୀ ରୂପରେ ବୋଲଫ ଭାଷା ଉଇକିପିଡ଼ିଆରେ ଭର୍ତ୍ତି କରାଗଲା(wo.wikipedia.com)
10 ଜୁଲାଇ 2003
ନିଜ ଉପଡ଼ୋମେନ ସୃଜିତ କରାଗଲା(quote.wikipedia.org)
25 ଅଗଷ୍ଟ
ନିଜ ଉପଡୋମେନ ସୃଜିତ (wikiquote.org)
17 ଜୁଲାଇ 2004
ନୂତନ ଭାଷା ଜୋଡଗଲା
13 ନଭେମ୍ବର 2004
ଇଂରାଜୀ ସଂସ୍କରଣ 2000 ପୃଷ୍ଠାରେ ପହଞ୍ଚିଲା
ନଭେମ୍ବର 2004
ଭାଷା ସଂଖ୍ୟା 24ରେ ପହଞ୍ଚିଲା
ମାର୍ଚ୍ଚ 2005
ପୂର୍ଣ୍ଣ ପୃଷ୍ଠା ସଂଖ୍ୟା 10,000 ପହଞ୍ଚିଲା । ଇଂରାଜୀ ସଂସ୍କରଣ 3000 ନିକଟରେ ପହଞ୍ଚିଲା ।
ଜୁନ 2005
ଭାଷା ସଂଖ୍ୟା 35କୁ ପହଞ୍ଚିଲା , ଯେଉଁଥିରେ ପାରମ୍ପରିକ ଲାଟିନ ଏବଂ ଏକ କୃତ୍ରିମ ଏସ୍ପେରେଣ୍ଟ ଥିଲା ।
4 ନଭେମ୍ବର 2005
ଇଂରାଜୀ ଉଇକିକଥା ଲେଖା ସଂଖ୍ୟା 5000କୁ ପହଞ୍ଚିଲା
ଏପ୍ରିଲ 2006
ଫ୍ରାନ୍ସ ଉଇକିକଥାକୁ ବୈଧାନିକ କାରଣରୁ ବନ୍ଦ କରାଗଲା
4 ଡିସେମ୍ବର 2006
ଫ୍ରାନ୍ସ ଉଇକିକଥା ପୁନଃ ଆରମ୍ଭ ହେଲା
7 ମଇ 2007७
ଇଂରାଜୀ ଉଇକିକଥା ଲେଖା ସଂଖ୍ୟା 10000କୁ ପହଞ୍ଚିଲା
ଜୁଲାଇ 2007
ଭାଷା 400 ହେଲା
ଫ୍ରେବୃଆରୀ 2010
ସମସ୍ତ ଭାଷାକୁ ମିଶାଇ ପୂର୍ଣ୍ଣ ଲେଖା ସଂଖ୍ୟା 1,00,000କୁ ପହଞ୍ଚିଲା
7 ଫ୍ରେବୃଆରୀ 2016
ହିନ୍ଦୀ ଉଇକିକଥାର ଲେଖା ସଂଖ୍ୟା 100ରେ ପହଞ୍ଚିଲା
Close

ବହୁଭାଷୀ ସହଯୋଗ

ଜୁଲାଇ 2004 ମସିହାରେ ପାଖାପାଖି 70 ଉପଡୋମେନ ଆରମ୍ଭ କରାଗଲା । 28 ନଭେମ୍ବର 2010 ମସିହାରେ ଆଙ୍କଡୋ ଅନୁସାରେ 25 ସଂସ୍କରଣ ହୋଇଥିଲା, ପ୍ରତ୍ୟେକରେ 1000ରୁ ଅଧିକ ଲେଖାଥିଲା । ସବୁଠାରୁ ବଡ଼ ଉଇକିକଥା 22,600 ଲେଖା ସହିତ ପୋଲିଶ ଉଇକିକଥା ଥିଲା, ଯାହାପରେ ଇଂରାଜୀ, ଇଟାଲୀୟନ, ଜର୍ମାନୀ ଏବଂ ଋଷ ପରିୟୋଜନା ରହିଥିଲା ଯେଉଁଥିରେ 5000ରୁ ଅଧିକ ଲେଖାଥିଲା । ଏହାପରେ ଶ୍ଳୋବାକ, ବଗ୍ଲାରୀୟ, ବର୍ଣିୟାଇ, ତୁର୍କୀ, ଫ୍ରାନ୍ସ (ଯାହା ଡିସେମ୍ବର 2006 ମସିହାରେ ପୁନଃ ଆରମ୍ଭ ହୋଇଥିଲା) ରହିଥିଲା । 53ଟି ଭାଷା ସଂସ୍କରଣରେ 100 କିମ୍ବା ଅଧିକ ଲେଖାଥିଲା ।[4]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.