ବନ୍ୟ ଜନ୍ତୁ From Wikipedia, the free encyclopedia
ବାଘ ବା ବ୍ୟାଘ୍ର (ଇଂରାଜୀରେ Tiger, ସାନ୍ତାଳୀରେ ᱛᱟᱹᱨᱩᱵ, ସମ୍ବଲପୁରୀରେ ବାଘ୍, ହିନ୍ଦୀରେ बाघ, ଜୀବବିଜ୍ଞାନ ନାମ Panthera tigris) ବିରାଡି ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର ଈଷତ୍ ହଳଦିିଆ ବା କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘ, ସିଂହ, କଲରାପତରିଆ ବାଘ, ଜାଗୁଆର ଓ ହିମ କଲରାପତ୍ରିଆ ବାଘ ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି । ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି । ଅନେକ କାରଣରୁ ପୃଥିବୀର କେତେକ ଦେଶରେ ମନୁଷ୍ୟ ଓ ବାଘ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
ବାଘ ଜୀବାଶ୍ମ କାଳ: early Pleistocene–Present PreЄ
Є
O
S
D
C
P
T
J
K
Pg
N
↓ | |
---|---|
ଭାରତର କାହ୍ନା ଜାତୀୟ ଉଦ୍ୟାନର ଏକ ମହାବଳ ବାଘ | |
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ବର୍ଗ: | କାର୍ନିଭୋରା |
Suborder: | Feliformia |
Family: | Felidae |
Genus: | Panthera |
ଜାତି: | P. tigris |
ବାଇନୋମିଆଲ ନାମ | |
Panthera tigris (କାର୍ଲ୍ ଲିନାୟସ୍, ୧୭୫୮) | |
୧୮୫୦ ମସିହା ଓ ୨୦୦୬ ମସିହା ବେଳକୁ ପୃଥିବୀରେ ବାଘ ପ୍ରଜାତିମାନଙ୍କର ଭୌଗୋଳିକ ବ୍ୟାପ୍ତି ଯଥାକ୍ରମେ ହଳଦିଆ ଓ ସବୁଜ ରଙ୍ଗଦ୍ୱାରା ଚିହ୍ନିତ[2] | |
Synonyms | |
|
ନିଜ ଦେହର ସ୍ୱତନ୍ତ୍ର ସୁନ୍ଦର ରଙ୍ଗ ତଥା ଜଙ୍ଗଲରେ ନିଜର ଅଦ୍ଭୁତପୂର୍ବ ରାଜକୀୟ ଠାଣି ପାଇଁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମହଲରେ ବାଘ ଖୁବ୍ ଲୋକପ୍ରିୟ । ପ୍ରାଚୀନ ପୌରାଣିକ କଥା, ଲୋକକଥା ଇତ୍ୟାଦିରେ ବାଘଙ୍କ ଉପସ୍ଥିତି ଦେଖାଯାଇପାରିବ ଓ ଆଧୁନିକ ସମୟରେ କଥାଚିତ୍ର, ବୃତ୍ତଚିତ୍ର, ସାହିତ୍ୟ, ପତାକା, ରାଜ ସଙ୍କେତ ଓ କ୍ରୀଡ଼ା ମାସ୍କଟ୍ ଭାବେ ବାଘମାନଙ୍କୁ ଦେଖିବାକୁ ମିଳେ । ବାଘ ହେଉଛି ଭାରତ, ବଙ୍ଗଳାଦେଶ, ମାଲେସିଆ ଓ ଦକ୍ଷିଣ କୋରିଆ ପ୍ରଭୃତି ଦେଶର ଜାତୀୟ ପଶୁ ।
ଲାଟିନ୍ ଶବ୍ଦ ଟାଇଗ୍ରିସ୍ (tigris)ରୁ ପ୍ରାଚୀନ ଫରାସୀ ଶବ୍ଦ ଟିଗ୍ରେ (tigre)ର ସୃଷ୍ଟି ଓ ପୁଣି ଏହି ଫରାସୀ ଶବ୍ଦରୁ ପୁରାତନ ଇଂରାଜୀ ଶବ୍ଦ ଟାଇଗ୍ରାସ୍ (tigras) ଓ ମଧ୍ୟଯୁଗୀୟ ଇଂରାଜୀ ଶବ୍ଦ ଟାଇଗର୍ (tigre)ର ସୃଷ୍ଟି ।[4] ପ୍ରାଚୀନ ଗ୍ରୀକ୍ ଶବ୍ଦ τίγρις (ଟାଇଗ୍ରିସ୍)ରୁ ଏହି ଲାଟିନ୍ ଶବ୍ଦର ସୃଷ୍ଟି ହୋଇଥିଲା । ଗ୍ରୀକ୍ ଶବ୍ଦଟିର ମୂଳ କେଉଁଠାରୁ ତାହା ଅଜଣା, ତେବେ ଏହି ଶବ୍ଦଟି ବାଘ କିମ୍ବା "ଟାଇଗ୍ରିସ୍ ନଦୀ"କୁ ବୁଝାଇବା ପରି ମନେ ହୁଏ ।[5] ଆଉ ଏକ ମତାନୁସାରେ ପାରସୀ ଶବ୍ଦ ଟିଗ୍ରା - tigra ବା ଅୱେସ୍ତୀୟ ଭାଷାର ଶବ୍ଦ ତିଗ୍ରି - tigrhi ଏହି ଜୀବର ଇଂରାଜୀ ନାମର ମୂଳ ଶବ୍ଦ ହୋଇପାରେ । ପାରସୀ ଶବ୍ଦର ଅର୍ଥ ମୁନିଆ ହୋଇଥିବା ବେଳେ ଅୱେସ୍ତୀୟ ଶବ୍ଦର ଅର୍ଥ ହେଉଛି ତୀର । ବାଘ ସହ ଏହି ସବୁ ଶବ୍ଦର ସମ୍ପର୍କ ବିଷୟରେ ସବିଶେଷ ପ୍ରମାଣ ନଥିଲେ ମଧ୍ୟ ବାଘର ଲମ୍ଫର ବେଗ ବା ଶାରୀରିକ ବୈଶିଷ୍ଟ୍ୟ ଯୋଗୁଁ ଏଗୁଡ଼ିକ ବ୍ୟବହାର କରାଯାଇଥିବ ବୋଲି ଅନୁମାନ କରାଯାଏ ।[6][7]
ଜୀବ ପରିବାରର "ପାନ୍ଥେରା" ନାମର ସୃଷ୍ଟି ପ୍ରାଚୀନ ଫରାସୀ ଶବ୍ଦ ପାଣ୍ଟେରେ, ଲାଟିନ୍ ଶବ୍ଦ ପାନ୍ଥେରା କିମ୍ବା ପ୍ରାଚୀନ ଗ୍ରୀକ୍ ଶବ୍ଦ ପ୍ୟାନ୍ଥର୍ରୁ ହୋଇଥାଇପାରେ । ଏହି ସବୁ ଶବ୍ଦର ତତ୍କାଳୀନ ଅର୍ଥ ହେଲା – ହଳଦିଆ ପଶୁ । ପ୍ରାଚୀନ ଗ୍ରୀକ୍ କାଳରେ ପଣ୍ଡ୍ର ବୋଲି ମଧ୍ୟ ଏକ ଶବ୍ଦ ରହିଥିଲା ଯାହା ଧଳା-ହଳଦିଆ ମିଶା ରଙ୍ଗକୁ ବୁଝାଉଥିଲା ।[8] ପଣ୍ଡ୍ର ଶବ୍ଦଟି ସଂସ୍କୃତ ଶବ୍ଦ ପୁଣ୍ଡରୀକରୁ ସୃଷ୍ଟି ହୋଇଥିବା ସମ୍ଭବପର । ପୁଣ୍ଡରୀକ ଶବ୍ଦର ଅର୍ଥ ହେଲା ବାଘ ।[9][10] (ତେବେ ପୁଣ୍ଡରୀକ ଶବ୍ଦର ଅନେକ ଅର୍ଥ ରହିଛି ।) ଗ୍ରୀକ୍ ଲୋକକଥା ଅନୁସାରେ ଉପସ୍ଥାପିତ ମତ ଯେ ପ୍ୟାନ୍ଥର୍ ଶବ୍ଦ ପ୍ୟାନ୍ (ଅର୍ଥାତ୍ - ସମସ୍ତ) ଓ ଥେର୍ (ଅର୍ଥାତ୍ - ପଶୁ)ର ମିଶ୍ରଣରୁ ସୃଷ୍ଟ ତାହା ବିଭ୍ରାନ୍ତିକର ।[11]
ସଂସ୍କୃତରେ ବି+ଆ+ଘ୍ରା (ଧାତୁ)ରୁ ବ୍ୟାଘ୍ର ଶବ୍ଦର ସୃଷ୍ଟି ।[12] ଏହି ଶବ୍ଦର ଅର୍ଥ ହେଲା – ଗନ୍ଧ ଗ୍ରହଣ କରିବା ବା ଭକ୍ଷଣ କରିବା । ବ୍ୟାଘ୍ର ଶବ୍ଦର ଅପଭ୍ରଂଶ ହୋଇ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରଚଳିତ "ବାଘ" ଶବ୍ଦର ସୃଷ୍ଟି ।
୧୭୫୮ ମସିହାରେ କାର୍ଲ୍ ଲିନାୟସ୍ ନିଜ ପୁସ୍ତକ ସିଷ୍ଟମା ନାଚୁରେ - Systema Naturaeରେ ବାଘ ବିଷୟରେ ବିବରଣୀ ପ୍ରଦାନ କରି ତାହାକୁ ଫେଲିସ୍ ଟାଇଗ୍ରିସ୍ ବୋଲି ଜୀବବିଜ୍ଞାନ ନାମକରଣ କରିଥିଲେ ।[3] ୧୯୨୯ ମସିହାରେ ବ୍ରିଟିଶ୍ ଜୀବ ବର୍ଗୀକରଣ ବିଶେଷଜ୍ଞ ରେଜିନାଲ୍ଡ ଇନ୍ନେସ୍ ପୋକକ୍ ବାଘକୁ ପ୍ୟାନ୍ଥେରା ପ୍ରଜାତିରେ ସଂସ୍ଥାପିତ କରି ତାହାକୁ ପାନ୍ଥେରା ଟାଇଗ୍ରିସ୍ ବୋଲି ନାମିତ କରିଥିଲେ ।[13][14]
ପାନ୍ଥେରା ବଂଶର ସିଂହ, କଲରାପତରିଆ ବାଘ ଓ ଜାଗୁଆର୍ ବାଘମାନଙ୍କ ନିକଟତମ ସମ୍ପର୍କୀୟ । ଜିନ୍ଗତ ବିଶ୍ଳେଷଣରୁ ଜଣାଯାଏ ଯେ ପାଖାପାଖି ୨୮.୮ ଲକ୍ଷ ବର୍ଷ ପୂର୍ବେ ବାଘ ଓ ହିମ କଲରାପତ୍ରିଆ ବାଘଙ୍କ ବିବର୍ତ୍ତନ ଧାରା ପାନ୍ଥେରା ପ୍ରଜାତିର ଅନ୍ୟ ଜୀବଙ୍କ ବିବର୍ତ୍ତନ ଧାରାଠାରୁ ବଦଳି ଗଲା । ତେଣୁ ସିଂହ, କଲରାପତରିଆ ବାଘ ଓ ଜାଗୁଆର୍ ପ୍ରାୟ ଏକା ବିବର୍ତ୍ତନ ଧାରାରେ ଯାଇଥିବା ବେଳେ ବାଘ ଓ ହିମ କଲରାପତ୍ରିଆ ବାଘ ପରସ୍ପରର ନିକଟତର ।[15][16] ଫାଇଲୋଗ୍ରାଫିକ୍ ଗବେଷଣାରୁ ଜଣାପଡ଼ିଛି ଯେ ୭୨୦୦୦-୧୦୮୦୦୦ ବର୍ଷ ପୂର୍ବେ ବର୍ତ୍ତମାନ ଦେଖାଯାଉଥିବା ସମସ୍ତ ବାଘ ଉପପ୍ରଜାତିର ପୂର୍ବପୁରୁଷ ବୋଲାଉଥିବା ବାଘ ପ୍ରଜାତିର ସୃଷ୍ଟି ହୋଇଥିଲା ।[17]
ଲଂଗ୍ଡାନ୍ ବାଘ ବା ପାନ୍ଥେରା ଡାନ୍ସ୍କିର ଜୀବାଶ୍ମ ଅବଶେଷ ଉତ୍ତର-ପଶ୍ଚିମ ଚୀନର ଗାନ୍ସୁ ପ୍ରଗଣାରେ ମିଳିଥିଲା । ପ୍ରାୟ ୨୦ ଲକ୍ଷ ବର୍ଷ ପୂର୍ବେ ପ୍ଲାଇଷ୍ଟୋସିନ୍ ଯୁଗର ଆରମ୍ଭ ସମୟରେ ଏହି ବାଘ ପ୍ରଜାତି ବିଚରଣ କରୁଥିଲା । ଏହାର ଆକାର ପ୍ରାୟ ଜାଗୁଆର୍ ପରି ଥିଲା ଓ କିନ୍ତୁ ଏହାର ଛାଲର ଦାଗ ଭିନ୍ନ ଥିଲା । ଲଂଗ୍ଡାନ୍ ବାଘ ଆଧୁନିକ ବାଘର ଆଦିମ ପ୍ରଜାତି ଓ ଦୁଇ ପ୍ରଜାତିଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ଥାଇପାରେ । ଉତ୍ତର-ପଶ୍ଚିମ ଚୀନରୁ ଏହି ବାଘ ବଂଶର ଉଦ୍ଭବ ହୋଇଥିବ ବୋଲି ଅନୁମାନ କରାଯାଏ । କ୍ରମଶଃ ବାଘ ହରିଣ ଓ ବନ୍ୟଗୋରୁ ପ୍ରଜାତିର ଶିକାର କରି ଖାଇଲେ ଓ ସେମାନଙ୍କ ଆକାରରେ ମଧ୍ୟ ବୃଦ୍ଧି ଘଟିଲା । ପ୍ଲାଇଷ୍ଟୋସିନ୍ ଯୁଗର ଆରମ୍ଭରେ ଦକ୍ଷିଣ-ପୂର୍ବ ଏସିଆରେ ବାଘର ଏହି ଆକାର ସମ୍ପର୍କୀୟ ବିବର୍ତ୍ତନ ଘଟିଥିବା ଅନୁମାନ କରାଯାଏ ।[18]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.