ଦେହର କ୍ଷୁଦ୍ର ରକ୍ତନଳୀରେ ରକ୍ତ ଜମାଟ ବାନ୍ଧିଯାଏ । From Wikipedia, the free encyclopedia
ଥ୍ରୋମ୍ବୋଟିକ ଥ୍ରୋମ୍ବିସାଇଟୋପେନିକ ପରପ୍ୟୁରା (ଇଂରାଜୀ ଭାଷାରେ Thrombotic thrombocytopenic purpura/ TTP) ରକ୍ତ ବେମାରୀ (blood disorder) ଯେଉଁଥିରେ ସାରା ଦେହରେ କ୍ଷୁଦ୍ର ରକ୍ତନଳୀମାନଙ୍କରେ ଥ୍ରୋମ୍ବସ (blood clots) ବା ରକ୍ତ ଜମାଟ ହୋଇଯାଏ ।[2] ଏହା ଫଳରେ ଥ୍ରୋମ୍ବୋସାଇଟୋପେନିଆ ବା ସ୍ୱଳ୍ପ ପ୍ଲାଟେଲେଟ/ ରକ୍ତ ଅଣୁଚକ୍ରିକା ସଂଖ୍ୟା କମିଯାଏ, ଲୋହିତ ରକ୍ତ କଣିକା ସଂଖ୍ୟା କମିବାରୁ ହେମୋଲାଇଟିକ ଆନିମିଆ ହୁଏ ଓ ଏହା ସହିତ ବୃକ୍କ, ହୃତ୍ପିଣ୍ଡ ଓ ମସ୍ତିଷ୍କର କାର୍ଯ୍ୟ ସଠିକ ସମ୍ପାଦନ ହୋଇପାରେନାହିଁ ।[1] ଏହି କାରଣରୁ ଏକିମୋସିସ (Large bruises), ଜ୍ୱର, ଦୌର୍ବଲ୍ୟ, ଅଣନିଶ୍ୱାସୀ (shortness of breath), ଦ୍ୱନ୍ଦ୍ୱ, ମୁଣ୍ଡ ବିନ୍ଧା ଇତ୍ୟାଦି ଲକ୍ଷଣ ଦେଖାଯାଏ । [3][2] ଏହିଭଳି ଘଟଣା ବାରମ୍ବାର ହୁଏ । [3]
ଥ୍ରୋମ୍ବୋଟିକ ଥ୍ରୋମ୍ବିସାଇଟୋପେନିକ ପରପ୍ୟୁରା (Thrombotic thrombocytopenic purpura) | |
---|---|
Moschcowitz syndrome,[1] idiopathic thrombotic thrombocytopenic purpura[2] | |
ବିଭାଗ | ହେମାଟୋଲୋଜି (Hematology) |
ଲକ୍ଷଣ | ଏକିମୋସିସ (Large bruises), ଜ୍ୱର, ଦୌର୍ବଲ୍ୟ, ଅଣନିଶ୍ୱାସୀ (shortness of breath), ଦ୍ୱନ୍ଦ୍ୱ, ମୁଣ୍ଡ ବିନ୍ଧା[3][2] |
ଆକ୍ରାନ୍ତ ସମୟ | ଯୁବାବସ୍ଥା[3] |
କାରଣ | ଅଜ୍ଞାତ, ଜୀବାଣୁ ସଂକ୍ରମଣ (bacterial infection), କେତେକ ଔଷଧ, ଅଟୋଇମ୍ମ୍ୟୁନ ରୋଗ (en:autoimmune disease), ଗର୍ଭାବସ୍ଥା[3] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଓ ରକ୍ତ ପରୀକ୍ଷା [2] |
ସଠିକ ରୋଗ ନିର୍ଣ୍ଣୟ | Hemolytic-uremic syndrome (HUS), atypical hemolytic uremic syndrome (aHUS)[4] |
ଚିକିତ୍ସା | ପ୍ଲାଜ୍ମା ବିନିମୟ (Plasma exchange), ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressant)[1] |
Prognosis | < ୨୦% ମୃତ୍ୟୁ ସଙ୍କଟ[1] |
ପୁନଃପୌନିକ | ଏକ ଲକ୍ଷରେ ଜଣେ । [3] |
ଅର୍ଦ୍ଧେକ ସଂଖ୍ୟକ ରୋଗୀଙ୍କ କ୍ଷେତ୍ରରେ ଏକ ଟ୍ରିଗର ଥିବା ଚିହ୍ନଟ ହୋଇଛି, ବାକି ଅନ୍ୟଥିରେ କାରଣ ଜଣାପଡ଼ୁନାହିଁ ।[3] ଜଣାଶୁଣା ଟ୍ରଗରମାନ ଯଥାକ୍ରମେ ଅଜ୍ଞାତ, ଜୀବାଣୁ ସଂକ୍ରମଣ (bacterial infection), କେତେକ ଔଷଧ, ଅଟୋଇମ୍ମ୍ୟୁନ ରୋଗ (en:autoimmune disease), ଗର୍ଭାବସ୍ଥା ହୋଇଥିବା ଜଣାଯାଏ ।[3] ଆଣ୍ଟିବଡି (antibodies) ଦେହର ଏଡିଏଏମଟିଏସ୧୩ ଏଞ୍ଜାଇମକୁ (ADAMTS13 enzyme) ରୋକିବା ଯୋଗୁ ଏହି ଅବସ୍ଥା ଉପୁଜେ ।[1] ଏହା ଫଳରେ ଭନ ଉଇଲବ୍ରାଣ୍ଡ ଫ୍ୟାକ୍ଟରର (von Willebrand factor/ vWF) ବଡ଼ ମଲ୍ଟିମର ଭାଙ୍ଗିଯାଏ ଛୋଟ ଏକକରେ ପରିଣତ ହୁଏ । [1] ବେଳେ ବେଳେ ଏଡିଏଏମଟିଏସ୧୩ ଜନ୍ମରୁ ଥାଏ । [5] ଲକ୍ଷଣ ଓ ରକ୍ତ ଜମାଟ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[2] ଏଡିଏଏମଟିଏସ୧୩ ଉପରେ ଆଣ୍ଟିବଡିର ପ୍ରକ୍ରିୟା ମାପ କରି ରୋଗ ନିର୍ଣ୍ଣୟ କରାଯାଏ । [2]
ପ୍ଲାଜ୍ମା ବିନିମୟ (Plasma exchange) ଯୋଗୁ ମୃତ୍ୟୁ ହାର ୯୦%ରୁ କମି ୨୦%ରୁ କମ୍ ହେଲାଣି ।[1] ଗ୍ଲୁକୋକର୍ଟିକଏଡସ (glucocorticoids) ଓ ରିଟକ୍ସିମାବ ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressant) ମଧ୍ୟ ଦିଆଯାଇପାରେ । [3] ପ୍ଲାଟେଲଟ ଟ୍ରାନ୍ସଫ୍ୟୁଜନ (Platelet transfusion) ସୁପାରିସ କରାଯାଏନାହିଁ । [6]
ଏକ ଲକ୍ଷ ଲୋକରେ ଜଣେ ଏ ରୋଗରେ ଆକ୍ରାନ୍ତ ହୁଏ ।[3] ଏହା ଏକ ଯୁବାବସ୍ଥାର ରୋଗ ଓ ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[3] ପିଲାଦିନୁ ପ୍ରାୟ ୧୦% ଲୋକ ଆକ୍ରାନ୍ତ ହୋଇଥାଆନ୍ତି । [3] ପ୍ରଥମେ ଏହି ରୋଗ ବିଷୟ ଏଲି ମୋସକୋୱିଜ (Eli Moschcowitz) ସନ ୧୯୨୪ରେ ବର୍ଣ୍ଣନା କରିଥିଲେ ।[3] ଏହାର କାର୍ଯ୍ୟବିଧି ସନ ୧୯୮୦ ଓ ୧୯୯୦ରେ ନିଶ୍ଚିତ କରାଯାଇଥିଲା ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.