ଥାୟାମିନ (ଇଂରାଜୀ ଭାଷାରେ Thiamine, ଅନ୍ୟ ବନାନ thiamin ବା ଜୀବସାର ଖ) ଏକ ଜୀବସାର ବା ଭିଟାମିନ ଯାହା ଖାଦ୍ୟରେ ମିଳେ ଓ ଖାଦ୍ୟ ଅନୁପୂରକ ଭାବରେ ବ୍ୟବ‌ହାର କରାଯାଏ । [2] ଏହା ଥାୟାମିନ ଅଭାବ (thiamine deficiency) ନ ହେବା ନିମନ୍ତେ ପ୍ରତିଷେଧ ଭାବରେ ଦିଆଯାଏ ଓ ଏହାର ଅଭାବ ଯୋଗୁ ହେଉଥିବା ବେରିବେରି (beriberi), କୋର୍ସାକୋଫ ସିଣ୍ଡ୍ରୋମ (Korsakoff's syndrome) ଓ କୋର୍ସାକୋଫ ସାଇକୋସିସ (Korsakoff's psychosis) ଆଦି ରୋଗର ଚିକିତ୍ସାରେ ଦିଆଯାଏ । ମାପ୍ଲ ସିରପ ୟୁରିନ ଡିଜିଜ (maple syrup urine disease) ଓ ଲି ରୋଗରେ (Leigh's disease) ମଧ୍ୟ ଏହା ଦିଆଯାଏ । ଏହା ପାଟିରେ (by mouth) ଦିଆଯାଏ ବା ଇଞ୍ଜେକସନ (injection) ଆକାରରେ ଦିଆଯାଏ । [1]

Quick Facts Clinical data, Pronunciation ...
ଥାୟାମିନ
Thumb
Thumb
Skeletal formula and ball-and-stick model of the cation in thiamine
Clinical data
Pronunciation/ˈθ.əmɪn/ THY-ə-min
SynonymsVitamin B1, aneurine, thiamin
AHFS/Drugs.commonograph
Pregnancy
category
  • US: A (No risk in human studies) [1]
    Routes of
    administration
    by mouth, IV, IM[2]
    Drug classvitamin
    ATC code
    Legal status
    Legal status
    • US: OTC
    Pharmacokinetic data
    Bioavailability3.7% to 5.3%
    Identifiers
    IUPAC name
    • 2-[3-[(4-amino-2-methylpyrimidin-5-yl)methyl]-4-methyl-1,3-thiazol-3-ium-5-yl]ethanol
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    Chemical and physical data
    FormulaC12H17N4OS+
    Molar mass265.35 g mol−1
    3D model (JSmol)
    SMILES
    • Cc1c(sc[n+]1Cc2cnc([nH]c2=N)C)CCO
    InChI
    • InChI=1S/C12H17N4OS/c1-8-11(3-4-17)18-7-16(8)6-10-5-14-9(2)15-12(10)13/h5,7,17H,3-4,6H2,1-2H3,(H2,13,14,15)/q+1
       checkY
    • Key:JZRWCGZRTZMZEH-UHFFFAOYSA-N
    Close

    ଥାୟାମିନର ସାଧାରଣତଃ ବ‌ହୁତ କମ୍ ଥାୟାମିନ ଦେଖାଯାଏ । ଆଲର୍ଜି ପ୍ରତିକ୍ରିୟା, ଓ ଆନାଫାଇଲାକ୍ସିସ (anaphylaxis) ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଏହା ଜୀବସାର ଖ ଶ୍ରେଣୀର (B complex) ଏକ ସଭ୍ୟ । ଏହା ଶ୍ୱେତସାର (carbohydrate) ଖାଦ୍ୟର ଚୟାପଚୟ (metabolism) ନିମନ୍ତେ ଆବଶ୍ୟକ ହୁଏ ।[1] ଥାୟାମିନ ଏକ ଅତ୍ୟାବଶ୍ୟକ ପୋଷକ (essential nutrient) କାରଣ ଏହା ତିଆରି କରାଯାଇପାରେନାହିଁ । ସଂମ୍ପୁର୍ଣ୍ଣ ଶସ୍ୟ (whole grains), ମାଂସ ଓ ମାଛ ଆଦି ଖାଦ୍ୟରେ ଏହା ଥାଏ ।[2]

    ସନ ୧୮୯୭ରେ ଥାୟାମିନ ଆବିଷ୍କୃତ ହୋଇ ସନ ୧୯୨୬ରେ ପୃଥକ କରାଯାଇଥିଲା ଓ ସନ ୧୯୩୬ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ । [1] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମ ଭାଏଲର ହୋଲସେଲ ମୂଲ୍ୟ ୨.୧୭ ଆମେରିକୀୟ ଡଲାର ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[6] କେତେକ ଦେଶରେ ଶସ୍ୟଜାତ (grains) ଦ୍ରବ୍ୟ ସାଥିରେ ଏହା ଯୋଗ କରିଦିଆଯାଏ ।[7][2]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.