ସୁନୀଲ ଛେତ୍ରୀ
From Wikipedia, the free encyclopedia
ସୁନୀଲ ଛେତ୍ରୀ (ଜନ୍ମ ୩ ଅଗଷ୍ଟ ୧୯୮୪) ଜଣେ ଭାରତୀୟ ପେଷାଦାର ଫୁଟବଲ ଖେଳାଳି । ସେ ଜଣେ ଫରୱାର୍ଡ ଭାବରେ ଖେଳନ୍ତି ଏବଂ ଉଭୟ ଇଣ୍ଡିଆନ୍ ସୁପର ଲିଗ୍ କ୍ଲବ ବେଙ୍ଗାଲୁରୁ ଏବଂ ଭାରତୀୟ ଜାତୀୟ ଦଳର ଅଧିନାୟକ । ସେ ତାଙ୍କ ଲିଙ୍କ୍ ଅପ୍ ଖେଳ, ଗୋଲ ସ୍କୋରିଂ ଦକ୍ଷତା ଏବଂ ନେତୃତ୍ୱ ପାଇଁ ଜଣାଶୁଣା ।[3][4] ସକ୍ରିୟ ଖେଳାଳିଙ୍କ ମଧ୍ୟରେ ସେ ତୃତୀୟ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ହାସଲକାରୀ, କେବଳ ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ ମେସିଙ୍କ ପରେ ଚତୁର୍ଥ ଏବଂ ଭାରତୀୟ ଜାତୀୟ ଦଳର ସର୍ବକାଳୀନ ଶ୍ରେଷ୍ଠ ଗୋଲ ହାସଲକାରୀ ମଧ୍ୟ ଅଟନ୍ତି ।[5][6] ଦେଶ ପାଇଁ ତାଙ୍କର ଅବଦାନ ପାଇଁ ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଫୁଟବଲର ମାନଙ୍କ ମଧ୍ୟରୁ ଅନ୍ୟତମ ଭାବରେ ବିବେଚନା କରାଯାଏ ।[7][8][9]
Personal information | ||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Full name | ସୁନୀଲ ଛେତ୍ରୀ | |||||||||||||||||||||||||||||||||||||||||||||||||
Date of birth | (1984-08-03) ୩ ଅଗଷ୍ଟ ୧୯୮୪ (ବୟସ ୩୯)[1] | |||||||||||||||||||||||||||||||||||||||||||||||||
Place of birth | ସିକନ୍ଦରାବାଦ, ଆନ୍ଧ୍ରପ୍ରଦେଶ, ଭାରତ (ବର୍ତ୍ତମାନର ତେଲେଙ୍ଗାନା)[1] | |||||||||||||||||||||||||||||||||||||||||||||||||
Height | 1.70 m (5 ft 7 in)[1] | |||||||||||||||||||||||||||||||||||||||||||||||||
Playing position | ଫରୱାର୍ଡ | |||||||||||||||||||||||||||||||||||||||||||||||||
Club information | ||||||||||||||||||||||||||||||||||||||||||||||||||
Current team | ବେଙ୍ଗାଲୁରୁ | |||||||||||||||||||||||||||||||||||||||||||||||||
Number | ୧୧ | |||||||||||||||||||||||||||||||||||||||||||||||||
Youth career | ||||||||||||||||||||||||||||||||||||||||||||||||||
୨୦୦୧-୨୦୦୨ | ସିଟି କ୍ଲବ୍ ଦିଲ୍ଲୀ[2] | |||||||||||||||||||||||||||||||||||||||||||||||||
Senior career* | ||||||||||||||||||||||||||||||||||||||||||||||||||
Years | Team | Apps | (Gls) | |||||||||||||||||||||||||||||||||||||||||||||||
୨୦୦୨-୨୦୦୫ | ମୋହନ ବାଗାନ | ୧୮ | (୮) | |||||||||||||||||||||||||||||||||||||||||||||||
୨୦୦୫-୨୦୦୮ | ଜେସିଟି | ୭୯ | (୪୪) | |||||||||||||||||||||||||||||||||||||||||||||||
୨୦୦୮-୨୦୦୯ | ପୂର୍ବବଙ୍ଗ | ୧୭ | (୯) | |||||||||||||||||||||||||||||||||||||||||||||||
୨୦୦୯-୧୦୧୦ | ଡେମ୍ପୋ | ୧୩ | (୮) | |||||||||||||||||||||||||||||||||||||||||||||||
୨୦୧୦ | କାନସାସ୍ ସିଟି ୱିଜାର୍ଡସ | ୦ | (୦) | |||||||||||||||||||||||||||||||||||||||||||||||
୨୦୧୧ | ଚିରାଗ ୟୁନାଇଟେଡ୍ | ୭ | (୭) | |||||||||||||||||||||||||||||||||||||||||||||||
୨୦୧୧-୨୦୧୨ | ମୋହନ ବାଗାନ | ୧୪ | (୮) | |||||||||||||||||||||||||||||||||||||||||||||||
୨୦୧୨-୨୦୧୩ | ସ୍ପୋର୍ଟିଂ ସିପି ବି | ୩ | (୦) | |||||||||||||||||||||||||||||||||||||||||||||||
୨୦୧୩ | → ଚର୍ଚିଲ ବ୍ରଦର୍ସ (ଋଣ) | ୮ | (୪) | |||||||||||||||||||||||||||||||||||||||||||||||
୨୦୧୩-୨୦୨୫ | ବେଙ୍ଗାଲୁରୁ | ୪୩ | (୧୬) | |||||||||||||||||||||||||||||||||||||||||||||||
୨୦୧୫-୨୦୧୬ | ମୁମ୍ବାଇ ସହର | ୧୭ | (୭) | |||||||||||||||||||||||||||||||||||||||||||||||
୨୦୧୬ | → ବେଙ୍ଗାଲୁରୁ (ଋଣ) | ୧୪ | (୫) | |||||||||||||||||||||||||||||||||||||||||||||||
୨୦୧୬– | ବେଙ୍ଗାଲୁରୁ | ୧୩୫ | (୫୭) | |||||||||||||||||||||||||||||||||||||||||||||||
National team‡ | ||||||||||||||||||||||||||||||||||||||||||||||||||
୨୦୦୪ | ଭାରତ ୨୦ ବର୍ଷରୁ କମ୍ | ୩ | (୨) | |||||||||||||||||||||||||||||||||||||||||||||||
୨୦୦୬-୨୦୨୩ | ଭାରତ ୨୩ ବର୍ଷରୁ କମ୍ | 6[lower-alpha 1] | (୨) | |||||||||||||||||||||||||||||||||||||||||||||||
୨୦୦୫– | ଭାରତ | ୧୪୩ | (୯୩) | |||||||||||||||||||||||||||||||||||||||||||||||
Honours
| ||||||||||||||||||||||||||||||||||||||||||||||||||
* Senior club appearances and goals counted for the domestic league only and correct as of 03:45, 5 October 2023 (UTC). |
ଛେତ୍ରୀ ୨୦୦୨ରେ ମୋହନ ବାଗାନରେ ନିଜର ବୃତ୍ତିଗତ କ୍ୟାରିୟର ଆରମ୍ଭ କରି ଜେସିଟିକୁ ଯାଇଥିଲେ ଓ ସେଠାରେ ସେ ୪୮ଟି ମ୍ୟାଚରେ ୨୧ ଗୋଲ ହାସଲ କରିଥିଲେ ।[10][11][12] ଦିଲ୍ଲୀରେ ଅନୁଷ୍ଠିତ ସନ୍ତୋଷ ଟ୍ରଫିର ୫୯ତମ ସଂସ୍କରଣରେ ସେ ଦିଲ୍ଲୀ ଦଳର ସଦସ୍ୟ ଥିଲେ । ସେ ସେହି ଟୁର୍ଣ୍ଣାମେଣ୍ଟରେ ଗୁଜରାଟ ବିପକ୍ଷରେ ହ୍ୟାଟ୍ରିକ୍ ସହ ୬ଟି ଗୋଲ କରିଥିଲେ । କ୍ୱାର୍ଟର ଫାଇନାଲରେ ଦିଲ୍ଲୀ କେରଳଠାରୁ ପରାସ୍ତ ହୋଇଥିଲା ଏବଂ ସେହି ମ୍ୟାଚରେ ମଧ୍ୟ ସେ ଗୋଲ କରିଥିଲେ ।[13] ସେ ୨୦୧୦ରେ ମେଜର ଲିଗ୍ ଫୁଟବଲ ଦଳ କ୍ୟାନସାସ ସିଟି ୱିଜାର୍ଡସ ପାଇଁ ଚୁକ୍ତି କରିଥିଲେ ଏବଂ ବିଦେଶ ଗସ୍ତରେ ଯାଇଥିବା ଉପମହାଦେଶର ତୃତୀୟ ଖେଳାଳି ହୋଇଥିଲେ ।[14] ସେ ଭାରତର ଆଇ-ଲିଗକୁ ଫେରିଥିଲେ ଓ ସେଠାରେ ସେ ଚିରାଗ ୟୁନାଇଟେଡ୍ ଏବଂ ମୋହନ ବାଗାନ ପାଇଁ ଖେଳିଥିଲେ ଏବଂ ବିଦେଶ ଫେରିବା ପୂର୍ବରୁ ପ୍ରାଇମର ଲିଗର ସ୍ପୋର୍ଟିଂ ସିପିରେ ସେ କ୍ଲବର ରିଜର୍ଭ ଦଳ ପାଇଁ ଖେଳିଥିଲେ ।[15]
ଛେତ୍ରୀ ଭାରତକୁ ୨୦୦୭, ୨୦୦୯ ଓ ୨୦୧୨ ନେହେରୁ କପ୍ ସହ ୨୦୧୧, ୨୦୧୫, ୨୦୨୧ ଓ ୨୦୨୩ ସାଫ୍ ଚାମ୍ପିୟନଶିପ୍ ଜିତାଇବାରେ ଗୁରୁ ଦାୟିତ୍ୱ ନେଇଥିଲେ । ସେ ୨୦୦୮ ଏଏଫସି ଚ୍ୟାଲେଞ୍ଜ କପରେ ଭାରତକୁ ବିଜୟୀ କରାଇଥିଲେ ଏବଂ ଭାରତ ୨୦୧୧ରେ ଫାଇନାଲ୍ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଗୋଲ କରି ୨୭ ବର୍ଷ ମଧ୍ୟରେ ପ୍ରଥମ ଏଏଫସି ଏସିଆନ୍ କପ୍ ପାଇଁ ଯୋଗ୍ୟ ହୋଇଥିଲା ।[16][17] ଛେତ୍ରୀ ୨୦୦୭, ୨୦୧୧, ୨୦୧୩, ୨୦୧୪, ୨୦୧୭, ୨୦୧୮-୧୯ ଏବଂ ୨୦୨୧-୨୨ରେ ରେକର୍ଡ ୭ ଥର ଏଆଇଏଫ୍ଏଫ୍ ବର୍ଷର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।[18][19]
ଛେତ୍ରୀ ୨୦୧୧ ମସିହାରେ ତାଙ୍କର ଉଲ୍ଲେଖନୀୟ କ୍ରୀଡ଼ା ସଫଳତା ପାଇଁ ଅର୍ଜୁନ ପୁରସ୍କାର, ୨୦୧୯ରେ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ୨୦୨୧ ମସିହାରେ ସେ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରତ୍ନ ପୁରସ୍କାର ପାଇଥିଲେ ଏବଂ ଏହି ପୁରସ୍କାର ପାଇବାରେ ପ୍ରଥମ ଫୁଟବଲର ହୋଇଥିଲେ ।[20]