ପ୍ଲୀହା ବା ପିଳେହି ତଥା ଇଂରାଜୀରେ Spleen ଶବ୍ଦଟି ଗ୍ରୀକ ଶବ୍ଦ σπλήν—splḗnରୁ[1] ଆସିଛି) ପ୍ରାୟ ପ୍ରତ୍ୟେକ ମେରୁଦଣ୍ଡୀ ପ୍ରାଣୀମାନଙ୍କର ଗୋଟିଏ ଅଙ୍ଗ ରୂପେ ପରିଚିତ ଅଟେ । ଏହା ଲୋହିତ ରକ୍ତ କଣିକାପ୍ରତିରୋଧ ଶକ୍ତି (ଇମ୍ମ୍ୟୁନିଟି) ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ [2]। ଏହା ପୁରୁଣା ଲୋହିତ ରକ୍ତ କଣିକାମାନଙ୍କୁ ରକ୍ତ ସଞ୍ଚାଳନରୁ ବାହାର କରି ରଖେ, ରକ୍ତକ୍ଷୟ ସମୟରେ ଏହା ଏକ ରକ୍ତ ଭଣ୍ଡାର ଭଳି କାମ କରେ । ଏହାଦ୍ୱାରା ନଷ୍ଟ ହୋଇଥିବା ବୟସ୍କ ଲୋହିତ ରକ୍ତ କଣିକାରୁ ବହିଷ୍କୃତ ହେମୋଗ୍ଲୋବିନର ବିପଚନ (Metabolism) ହୁଏ । ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନରେ ଲୌହ ଅଂଶ ହେମ ଓ ପ୍ରୋଟିନ ଅଂଶ ଗ୍ଲୋବିନ ଥାଏ । ଏହି ହେମର ବିପଚନ ହୋଇ ବିଲିରୁବିନ ତିଆରି ହୁଏ ଯାହା ଯକୃତଦ୍ୱାରା ବହିଷ୍କୃତ ହୁଏ[3] ଓ ଏହାର ଲୌହ ଅଂଶକୁ ପ୍ଲୀହା ରିସାଇକ୍ଲ କରେ ।
ଏହାର ଶ୍ୱେତ ଅଭ୍ୟନ୍ତରରେ ଆଣ୍ଟିବଡି ପ୍ରସ୍ତୁତ ହୁଏ । ଜୀବାଣୁ ଓ ରକ୍ତକଣିକାର ବହିଃର୍ଦ୍ଦେଶରେ ଆଣ୍ଟିବଡି କୋଟିଙ୍ଗ ଥିଲେ ପ୍ଲୀହା ସେମାନକୁ ରକ୍ତଲିମ୍ଫ ସଞ୍ଚାଳନରୁ ବାହାର କରିଦିଏ । ୨୦୦୯ ମସିହାର ଗୋଟିଏ ଅନୁଶୀଳନରୁ ଜଣାଯାଏ, ମୂଷା ପ୍ଲୀହାର ଲାଲ ପଲ୍ପରେ ଦେହରେ ଥିବା ସମୁଦାୟ ମୋନୋସାଇଟ ସଂଖ୍ୟାର ଅଧା ଥାଏ [4]। ଏହି ମୋନୋସାଇଟ ଦେହାର କ୍ଷତିଗ୍ରସ୍ତ ସ୍ଥାନମାନଙ୍କୁ ଯାଇ ଡେନ୍ଡ୍ରାଇଟିକ କୋଷ ଓ ମାକ୍ରୋଫେଜରେ ପରିଣତ ହୁଅନ୍ତି ଓ କ୍ଷତ ଶୁଖାନ୍ତି [4][5][6]। ପ୍ଲୀହା ଗୋଟିଏ ବିରାଟ ଲିମ୍ଫ ନୋଡ ଭଳି ଦେହର ମୋନୋନ୍ୟୁକ୍ଲିଆର ଫେଗୋସାଇଟ ସିସ୍ଟମର କର୍ମକ୍ଷେତ୍ର ରୁପେ କାମ କରେ ଓ ଏହାର ଅଭାବରେ ସଂକ୍ରମଣ ହୁଏ [7]।।
ମନୁଷ୍ୟ ଦେହରେ ପ୍ଲୀହା ପେଟର ଉପର ବାମ ପାର୍ଶ୍ୱରେ ଥାଏ, ଏହା ଦେଖିବାକୁ ମାଟିଆ [3][8]

Quick Facts Spleen, ଲାଟିନ ଭାଷାରେ ...
Spleen
Thumb
Spleen
Thumb
Laparoscopic view of a horse's spleen (the purple and grey mottled organ)
ଲାଟିନ ଭାଷାରେ Lien (Greek: Splen)
Gray's subject #278 1282
ଧମନୀ Splenic artery
ଶିରା Splenic vein
ସ୍ନାୟୁ Splenic plexus
Precursor Mesenchyme of dorsal mesogastrium
MeSH Spleen
Dorlands/Elsevier Spleen
Close

ଗଠନ

ପ୍ଲୀହାର ଲମ୍ବ ସୁସ୍ଥ ଲୋକ ଦେହରେ ୭ ସେ.ମି.ରୁ ୧୪ ସେ.ମି. ପର୍ଯ୍ୟନ୍ତ ଥାଏ, ଓଜନ ୧୫୦ ଗ୍ରାମ[9]ରୁ ୨୦୦ ଗ୍ରାମ[10] ଥାଏ । ଏ ସବୁ ମନେ ରଖିବା ନିମନ୍ତେ ୧x୩x୫x୭x୯x୧୧ ନିୟମ ଅଛି । ଏହି ନିୟମ ଅନୁସାରେ ପ୍ଲୀହାର ଲମ୍ବ ପ୍ରସ୍ଥ ଓ ମୋଟେଇ ୧"x୩"x୫", ଓଜନ ୭ ଆଉନ୍ସ ଓ ବାମ ପାଖରେ ନବମରୁ ଏକାଦଶ ପଞ୍ଜରା ଅସ୍ଥି ପାଖରେ ଥାଏ ।
ଏହାର ମଧ୍ୟଚ୍ଛଦ ପୃଷ୍ଠତଳ (Suface) ଓ ଭିସେରାଲ୍ ପୃସ୍ଠତଳ ଥାଏ । ଏହାର ଗୋଟିଏ ସ୍ଥାନକୁ ହାଇଲମ କହନ୍ତି ଯେଉଁ ବାଟ ଦେଇ ରକ୍ତନଳୀ ଓ ଲିମ୍ଫନଳୀ ପ୍ଲୀହା ମଧ୍ୟକୁ ପ୍ରବେଶ କରେ ଓ ଏହି ପଥ ଦେଇ ଛୋଟ ଗ୍ୟାସ୍ଟ୍ରିକ ଧମନୀ ଓ ସ୍ପ୍ଲେନିକ୍ ଧମନୀ ପରିସ୍କାର ରକ୍ତ ଯୋଗାଏ ଏବଂ ସ୍ପ୍ଲେନିକ ଶୀରା ମଇଳା ରକ୍ତ ନିଷ୍କାସନ କରେ । ଏହାର ଅଭ୍ୟନ୍ତର ସ୍ପଞ୍ଜ ଭଳି ଥାଏ ଓ ଏଥିରେ ତିନି ସ୍ତର ଥାଏ, ଯଥା ଲାଲ ପଲ୍ପ, ମାର୍ଜିନାଲ ପଲ୍ପ ଓ ଧଳା ପଲ୍ପ । ଏହା ଭିତରକୁ ଲିମ୍ଫ ନଳୀ ପ୍ରବେଶ କରିଥାଏ । ଏହାର ଏକ ଜର୍ମିନାଲ କେନ୍ଦ୍ର ଥାଏ ଯାହାକୁ ସରୁ ରକ୍ତନଳୀ ରକ୍ତ ଯୋଗାଏ ଯାହାକୁ ପେନିସିଲିଆରି ରାଡିକ୍ଲ କୁହାଯାଏ ।

କାର୍ଯ୍ୟ

Thumb
Micrograph of splenic tissue showing the red pulp (red), white pulp (blue) and a thickened inflamed capusule (mostly pink - top of image). H&E stain.
କ୍ଷେତ୍ରକାର୍ଯ୍ୟ ସଂଯୋଜନ
ଲାଲ ପଲ୍ପଲୋହିତ ରକ୍ତ କଣିକାମାନଙ୍କର ମେକାନିକାଲ ଫିଲଟ୍ରେସନ ହୁଏ । ମୂଷାଙ୍କର ଏଠାରେ ମୋନୋସାଇଟ ରିଜର୍ଭ ଥାଏ । [4]
  • "ସାଇନସ" କିମ୍ବା "ସାଇନୁସଏଡs"), ରକ୍ତରେ ପୂର୍ଣ୍ଣ ହୋଇଥାଏ ।
  • "ରେଟିକୁଳାର ଫାଇବର ଥିବା ସ୍ପ୍ଲେନିକ କର୍ଡ
  • "ମାର୍ଜିନାଲ ଜୋନ" ଧଳା ପଲ୍ପ ବର୍ଡରରେ ଥାଏ ।
ଧଳା ପଲ୍ପ ହ୍ୟୁମୋରାଳ ଓ ଜୀବକୋଷ ମାଧ୍ୟମରେ ଇମମୁନିତିComposed of nodules, called ମାଲଫିଜିଆନ କରପସଲ These are composed of:
  • ଅଧିକ ବି-ଲିମ୍ଫୋସାଇଟ ଥିବା "ଲିମ୍ଫଏଡ ଫଲିକ୍ଳ" କିମ୍ବା "ଫଲିକ୍ଳ"
  • ଅଧିକ ଟି-ଲିମ୍ଫୋସାଟ ଥିବା "ପେରିଆର୍ଟେରିଆଲ ଲିମ୍ଫାଏଡ ସିଥ (PALS)"

ପ୍ଲୀହାର ଅନ୍ୟ କାର୍ଯ୍ୟ ସମୂହ

  • ଏଠାରେ ଓପ୍ସୋନିନ (opsonins), ପ୍ରୋପର୍ଡିନ (properdin) ଓ ଟଫ୍ଟସିନ (tuftsin) ତିଆରି ହୁଏ ।
  • ଭୃଣାବସ୍ଥାରେ ୫ମାସ ପର୍ଯ୍ୟନ୍ତ ପ୍ଲୀହାରେ ଲୋହିତ ରକ୍ତ କଣିକା ତିଆରି ହୁଏ । ଜନ୍ମ ପରେ ଏହା ବନ୍ଦ ହୋଇଯାଏ କିନ୍ତୁ କେତେକ ରୋଗରେ ଏହା ତିଆରି ହୁଏ । ଏହା ଗୋଟିଏ ଲିମ୍ସଏଡ ଅଙ୍ଗ ଓ ରେଟିକୁଲୋଏଣ୍ଡୋଥେଲିଆଲ୍ ସିସ୍ଟମର (Reticuloendothelial system) ପ୍ରଧାନ ସଞ୍ଚାଳକ । ଏହା ଲିମ୍ଫୋସାଇଟ ତିଆରି କରେ ।
  • ଏଠାରେ ଲୋହିତ ରକ୍ତ କଣିକାଲିମ୍ଫୋସାଇଟ ଷ୍ଟୋର ହୋଇ ରହେ । ଆବଶ୍ୟକ ସମୟରେ ଲୋହିତ ରକ୍ତ କଣିକା ଏଠାରୁ ନିର୍ଗତ ହୁଏ [11]। ଏଠାରେ ୨୩୫.୬ ମ୍.ଲି. ଲୋହିତ ରକ୍ତ କଣିକା ଜମା ହୋଇ ରହିପାରେ ଯାହା ଜଳୀୟ ଅଂଶ କମ ହେଲେ (Hypovolumia) ନିର୍ଗତ ହୁଏ [12]। ଏଠାରେ ଲିମ୍ଫୋସାଇଟ (Lymphocyte) ଓ ପ୍ଲାଟେଲେଟ (Platelets) ମଧ୍ୟ ଜମାହୋଇ ରହିପାରେ ।

ରୋଗ ଅବସ୍ଥାରେ

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.