ପ୍ରୋଲାକ୍ଟିନୋମା ଏକ ମୃଦୁ ଅର୍ବୁଦ ଯାହା ପିଟୁଇଟାରି ଗ୍ରନ୍ଥିରୁ ପ୍ରୋଲାକ୍ଟିନ ତିଆରି କରୁଥିବା କୋଷରୁ ସୃଷ୍ଟି ହୁଏ ।[2] ଉଚ୍ଚ ପ୍ରୋଲାକ୍ଟିନ ସ୍ତର କିମ୍ବା ଆଖପାଖ ତନ୍ତୁମାନଙ୍କ ଉପରେ ଅର୍ବୁଦ ଜନିତ ଚାପରୁ ଲକ୍ଷଣ ଦେଖାଯାଏ | [1] ଉଚ୍ଚ ପ୍ରୋଲାକ୍ଟିନ୍ ସ୍ତର ହେବା ଫଳରେ ପୁରୁଷମାନଙ୍କ ମଧ୍ୟରେ ଯୌନ ଅସୁବିଧା ସୃଷ୍ଟି କରିପାରେ; ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବର ଅନ୍ତର କମିଯାଏ, ଅନୁର୍ବରତା, ଏବଂ କମ୍ କ୍ଷୀର ହୁଏ; ଏବଂ ପିଲାମାନଙ୍କର ଅଭିବୃଦ୍ଧି ହ୍ରାସ ପାଏ | [1] ଚାପର ପ୍ରଭାବରେ ଦୃଷ୍ଟି କ୍ଷେତ୍ରରେ ତୃଟି ହୁଏ, କ୍ରାନିଆଲ ପାଲ୍ସି, ଏବଂ ମୁଣ୍ଡ ବିନ୍ଧା ହୋଇପାରେ | [1] ରୋଗ ଜଟିଳ ହେଲେ ବାତ, କିମ୍ବା ପିଟୁଇଟାରି ଆପୋପ୍ଲେକ୍ସି ହୋଇପାରେ [1]

Quick Facts Prolactinoma, ବିଭାଗ ...
Prolactinoma
Thumb
ବିଭାଗEndocrinology, neurosurgery[1]
ଲକ୍ଷଣHigh prolactin: sexual dysfunction in males; decreased periods, infertility, milk production in females; decreased growth in children[1]
Pressure effects: visual field defects, cranial nerve palsy, headaches[1]
ଆକ୍ରାନ୍ତ ସମୟAround 30 years[1]
କାରଣGenerally unclear[1]
ବିପଦ କାରକFamily history, multiple endocrine neoplasia type 1[1]
ରୋଗ ନିର୍ଣ୍ଣୟ ପଦ୍ଧତିBased on lab tests and medical imaging after ruling out other causes[1]
ସଠିକ ରୋଗ ନିର୍ଣ୍ଣୟPregnancy, certain medications, hypothyroidism[1]
ଚିକିତ୍ସାPeriodically monitored, cabergoline, bromocriptine, hormone replacement therapy, surgery, radiation therapy[1]
PrognosisSmall (excellent), larger (mixed)[1]
ପୁନଃପୌନିକ2 per 10,000 people[1]
Close

ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଅସ୍ପଷ୍ଟ ରହିଛି। [2] [3] ବିପଦ କାରକଗୁଡିକ ମଧ୍ୟରେ ପାରିବାରିକ ଇତିହାସ ଏବଂ ଏକାଧିକ ଏଣ୍ଡୋକ୍ରାଇନ ନିଓପ୍ଲାସିଆ ଟାଇପ ୧ ଥିବା ଯୋଗୁ ହୋଇପାରେ | [1] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ଲ୍ୟାବ ପରୀକ୍ଷା ଏବଂ ମେଡିକାଲ ଇମେଜିଙ୍ଗ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ |[1] ସେଗୁଡିକ ତିନି ପ୍ରକାର ଶ୍ରେଣୀଭୁକ୍ତ କରାଯାଇଛି ଯଥା: ମାଇକ୍ରୋ (<10 ମିମି ବ୍ୟାସ), ମାକ୍ରୋ (୧୦ରୁ ୪୦ ମିମି ବ୍ୟାସ), ଏବଂ ବିଶାଳ (> 40 ମିମି ବ୍ୟାସ) ।[1]

ଲକ୍ଷଣ ବିହୀନ ଛୋଟ ପ୍ରୋଲାକ୍ଟିନୋମା କେବଳ ପର୍ଯ୍ୟାୟକ୍ରମେ ନିରୀକ୍ଷଣ କରାଯାଇପାରେ | [2] ବଡ଼ କିମ୍ବା ଲକ୍ଷଣ ଥିବା ରୋଗଗୁଡିକ କାବେରଗୋଲିନ ଓ ବ୍ରମୋକ୍ରିପ୍ଟିନ ଦେଇ ଚିକିତ୍ସା କରାଯାଇପାରେ | [1] ହରମୋନ ପୁନସ୍ଥାପନ ମଧ୍ୟ ବ୍ୟବହୃତ ହୋଇପାରେ | [1] ଏହି ଚିକିତ୍ସା ସଫଳ ନ ହେଲେ ଅସ୍ତ୍ରୋପଚାର କିମ୍ବା ବିକିରଣ ଚିକିତ୍ସା ବ୍ୟବହାର କରାଯାଇପାରେ |[1] ଛୋଟ ପ୍ରୋଲାକ୍ଟିନୋମା ଚିକିତ୍ସା ଫଳାଫଳ ସାଧାରଣତଃ ଉତ୍କୃଷ୍ଟ ଥିବାବେଳେ ବୃହତ ଅର୍ବୁଦଗୁଡିକର ମିଶ୍ରିତ ଫଳ ମିଳିଥାଏ ।[1]

ପ୍ରତି ୧୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରୋଲାକ୍ଟିନୋମା ପ୍ରାୟ ୨ ଜଣକୁ ପ୍ରଭାବିତ କରିଥାଏ | [2] ପୁରୁଷଙ୍କ ତୁଳନାରେ ମହିଳାମାନଙ୍କଠାରେ ତିନି ଗୁଣ ଅଧିକ ଦେଖାଯାଏ । [1] ପ୍ରାୟ ୩୦ ବର୍ଷ ବୟସରେ ଆରମ୍ଭ ହୁଏ | [1] ଏହା ପିଟୁଇଟାରି ଅର୍ବୁଦମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ଅର୍ବୁଦ | [4] ୧୯୫୦ ଏବଂ ୧୯୬୦ ଦଶକରେ ପ୍ରୋଲାକ୍ଟିନୋମା ପ୍ରଥମେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା | [5] [6]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.