ଏହି ରୋଗରେ ଇଙ୍ଗୁଇନାଲ କେନାଲ ଭିତରକୁ ଉଦରସ୍ଥିତ ପଦାର୍ଥ ପଶିଯାଏ । From Wikipedia, the free encyclopedia
ଇଙ୍ଗୁଇନାଲ ହାର୍ନିଆ ରୋଗରେ ଇଙ୍ଗୁଇନାଲ କେନାଲ ଭିତରକୁ ଉଦରସ୍ଥିତ ପଦାର୍ଥ ପଶିଯାଏ । [5] ପ୍ରାୟ ୬୬% ପ୍ରଭାବିତ ଲୋକଙ୍କଠାରେ ଲକ୍ଷଣ ଦେଖାଯାଏ । [1] ଏଥିରେ କାଶ, ବ୍ୟାୟାମ କିମ୍ବା ଅନ୍ତନଳୀ ଗତି ସମୟରେ ଯନ୍ତ୍ରଣା କିମ୍ବା ଅସୁବିଧା ଲାଗିପାରେ । [1] ଦିନସାରା ଖରାପ ଲାଗେ କିନ୍ତୁ ଶୋଇବା ସମୟରେ ଆରାମ ଲାଗେ । [1] ହାର୍ନିଆ ସ୍ଥାନଟି ଫୁଲିଯାଏ ଓ ଭାର ବହନ କରିବା ସମୟରେ ବଡ଼ ଦେଖାଯାଏ । [1] ବାମ ପାର୍ଶ୍ୱ ଅପେକ୍ଷା ଡାହାଣ ପାର୍ଶ୍ୱରେ ଇଙ୍ଗୁଏନାଲ୍ ହର୍ନିଆ ଅଧିକ ହୁଏ ।[1] ଏହି ରୋଗରେ ମୂଖ୍ୟ ଚିନ୍ତାର ବିଷୟ ହେଉଛି ଷ୍ଟ୍ରାଙ୍ଗୁଲେସନ, ଅର୍ଥ ଚିପିହୋଇଯିବା ଯୋଗୁ ଉକ୍ତ ଅନ୍ତନଳୀକୁ ରକ୍ତଯୋଗାଣ ବନ୍ଦ ହୋଇଯାଏ ।[1] ଏଥିରେ ଘୋର ଯନ୍ତ୍ରଣା ଏବଂ ଦରଜ ସୃଷ୍ଟି ହୋଇଥାଏ । [1]
Inguinal hernia | |
---|---|
ଉଚ୍ଚାରଣ |
|
ବିଭାଗ | General surgery |
ଲକ୍ଷଣ | Pain, bulging in the groin[1] |
ଆକ୍ରାନ୍ତ ସମୟ | < 1 year old, > 50 years old[2] |
ବିପଦ କାରକ | Family history, smoking, chronic obstructive pulmonary disease, obesity, pregnancy, peritoneal dialysis, collagen vascular disease, previous open appendectomy[1][2][3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, medical imaging[1] |
ଚିକିତ୍ସା | Conservative, surgery[1] |
ପୁନଃପୌନିକ | 27% (males), 3% (females)[1] |
ମୃତ୍ୟୁ ସାନ୍ଦ୍ରତା | 59,800 (2015)[4] |
ଧୂମ୍ରପାନ, କ୍ରନିକ୍ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ, ମୋଟାପଣ, ଗର୍ଭଧାରଣ, ପେରିଟୋନିଆଲ୍ ଡାୟଲିସିସ୍, କୋଲାଜେନ ଭାସ୍କୁଲାର ରୋଗ ଏବଂ ପୂର୍ବରୁ ଆପେଣ୍ଡିସେକ୍ଟୋମି ହୋଇଥିଲେ ବିପଦ ସଙ୍କଟ ରହେ ।[5] [6] ହର୍ନିଆ ରୋଗର କାରଣ ଆଂଶିକ ଜେନେଟିକ ଥାଏ ଏବଂ ନିର୍ଦ୍ଦିଷ୍ଟ ପରିବାରରେ ପ୍ରାୟ ଘଟେ । [1] ଭାରୀ ଜିନିଷ ଉଠାଇବା ସହିତ ଇଙ୍ଗୁଏନାଲ୍ ହର୍ନିଆସ୍ ଜଡିତ କି ନାହିଁ ତାହା ଅସ୍ପଷ୍ଟ । [1] ଲକ୍ଷଣ ଉପରେ ଆଧାର କରି ହର୍ନିଆସ୍ ରୋଗ ନିର୍ଣ୍ଣୟ କରାଯାଇପାରେ ।[1] ରୋଗ ନିର୍ଣ୍ଣୟକୁ ନିଶ୍ଚିତ କରିବା ପାଇଁ କିମ୍ବା ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପାଇଁ ବେଳେବେଳେ ମେଡିକାଲ ଇମେଜିଙ୍ଗ ବ୍ୟବହୃତ ହୁଏ । [1]
ପୁରୁଷମାନଙ୍କର ଗ୍ରଏନ ହାର୍ନିଆ କଷ୍ଟକର ହୋଇନଥିଲେ ମରାମତି ଆବଶ୍ୟକ ହୁଏନି ।[5] ମହିଳାମାନଙ୍କଠାରେ ଫିମୋରାଲ ହାର୍ନିଆ ଅଧିକ ହୁଏ ଓ ଅଧିକ ଜଟିଳ ହେଉଥିବାରୁ ମରାମତି ପାଇଁ ପରାମର୍ଶ ଦିଆଯାଏ ।[1] ଷ୍ଟ୍ରାଙ୍ଗୁଲେସନ ହେଲେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[1] ଖୋଲା ଅସ୍ତ୍ରୋପଚାର କିମ୍ବା ଲାପାରୋସ୍କୋପି ସାହାଯ୍ୟରେ ମରାମତି କରାଯାଇପାରେ । ଖୋଲା ଅସ୍ତ୍ରୋପଚାରରେ ସ୍ଥାନୀୟ ନିଶ୍ଚେତକ ଦେବା ଲାଭ ଜନକ ହୁଏ ।[1] ଲାପାରୋସ୍କୋପିକ୍ ଅସ୍ତ୍ରୋପଚାର ପରେ କମ୍ ଯନ୍ତ୍ରଣା ହୁଏ । [1] [7]
୨୦୧୫ ମସିହାରେ ଇଙ୍ଗୁଇନାଲ, ଫିମୋରାଲ୍ ଏବଂ ଉଦର ହର୍ନିଆ ପ୍ରାୟ ୧୮.୫ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥିଲା । [8] ପ୍ରାୟ ୨୭% ପୁରୁଷ ଏବଂ ୩% ମହିଳା ସେମାନଙ୍କ ଜୀବନର କୌଣସି ସମୟରେ ଏକ ଗ୍ରଏନ ହର୍ନିଆ ହୋଇଥାଏ । [5] ଏକ ବର୍ଷ ବୟସ ପୂର୍ବରୁ ଏବଂ ପଚାଶ ବର୍ଷ ପରେ ପ୍ରାୟ ଗ୍ରଏନ୍ ହାର୍ନିଆ ଘଟେ । [6] ସର୍ବଭାରତୀୟ ସ୍ତରରେ ଇଙ୍ଗୁଏନାଲ୍, ଫିମୋରାଲ ଏବଂ ଉଦର ହର୍ନିଆ ଯୋଗୁ ୨୦୧୫ରେ ୬୦,୦୦୦ ଏବଂ ୧୯୯୦ରେ ୫୫,୦୦୦ ମୃତ୍ୟୁ ଘଟିଥିଲା । [9] [10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.