ହାଇଡ୍ରୋସିଲ, ଅନ୍ୟ ନାମ କୁରଣ୍ଡ, ଏକ ରୋଗ ଯେଉଁଥିରେ ଅଣ୍ଡକୋଷ ଚାରିପାଖରେ ତରଳ ପଦାର୍ଥ ଜମିଯିବାରୁ ବୃଦ୍ଧିପ୍ରାପ୍ତ ହୋଇଥାଏ [5] ଏହା ସାଧାରଣତଃ ଅଣ୍ଡକୋଷର ଯନ୍ତ୍ରଣାହୀନ ଫୁଲା ଭାବରେ ଉପସ୍ଥାପିତ ହୁଏ ।[3] [2] ସାଧାରଣତଃ କେବଳ ଗୋଟିଏ ପାର୍ଶ୍ୱ ପ୍ରଭାବିତ ହୁଏ ।[1] ରୋଗ ଜଟିଳ ହେଲେ ସଂକ୍ରମଣ, ରକ୍ତସ୍ରାବ କିମ୍ବା ବନ୍ଧ୍ୟାକରଣ ହୋଇପାରେ । [2] ମହିଳାମାନଙ୍କଠାରେ ଲାବିଆ ମେଜୋରାରେ ଏକ ହାଇଡ୍ରୋସିଲ ସୃଷ୍ଟି ହୋଇପାରେ ।[4]

Quick Facts Hydrocele, ବିଭାଗ ...
Hydrocele
Hydrocoele, hydrocele testis
Thumb
The right testis, exposed by laying open the tunica vaginalis. (Tunica vaginalis is labeled at upper right.)
ବିଭାଗUrology
ଲକ୍ଷଣPainless fluid filled sac within the scrotum[1]
କାରଣChildren: Failure of closure of the processus vaginalis[2]
Adults: Filariasis, injury, following hernia surgery[2]
ରୋଗ ନିର୍ଣ୍ଣୟ ପଦ୍ଧତିExamination, ultrasound[3]
ସଠିକ ରୋଗ ନିର୍ଣ୍ଣୟGroin hernia, testicular tumor, epididymitis, spermatocele, varicocele[2]
ଚିକିତ୍ସାObservation, surgery[2]
ପୁନଃପୌନିକCommon[4]
Close

ପିଲାମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ କାରଣ ହେଉଛି ପ୍ରୋସେସ୍ ଭାଜିନାଲିସ ବନ୍ଦ ହେବାରେ ବିଫଳତା ।[2] ବୟସ୍କମାନଙ୍କ ମଧ୍ୟରେ ଫାଇଲେରିଆ, ଆଘାତ ଏବଂ ହର୍ନିଆ ଅସ୍ତ୍ରୋପଚାରର ପରେ ଏହା ସୃଷ୍ଟି ହୋଇଥାଏ ।[2] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଟ୍ୟୁନିକା ଭାଜିନାଲିସ ମଧ୍ୟରେ ତରଳ ପଦାର୍ଥ ସଂଗ୍ରୁହିତ ହୋଇଥାଏ ।[2] ସାଧାରଣ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ କରାଯାଏ ।[3]

ନବଜାତ ଶିଶୁ କ୍ଷେତ୍ରରେ ଜୀବନର ପ୍ରଥମ ବର୍ଷ କିମ୍ବା ଦୁଇ ବର୍ଷ ମଧ୍ୟରେ ସ୍ୱତଃ ସମାଧାନ ହୁଏ ।[2] ଯେଉଁମାନଙ୍କର ଲକ୍ଷଣ ବିକଶିତ ହୋଇଥାଏ, ତାଙ୍କର ଅସ୍ତ୍ରୋପଚାର ହେଉଛି ପ୍ରାଥମିକ ଚିକିତ୍ସା ।[2] ତରଳ ପଦାର୍ଥ ସିରିଞ୍ଜ ସାହାଯ୍ୟରେ ଟାଣି ବାହାର କରିବା ସମ୍ଭବ ଏହା ପୁନର୍ବାର ଜମିଯାଏ ।[2] ନବଜାତ ଶିଶୁମାନଙ୍କ କ୍ଷେତ୍ରରେ ଫଳାଫଳ ସାଧାରଣତ ଉତ୍ତମ ଅଟେ; ବୟସ୍କ ଅବସ୍ଥାରେ ଫଳାଫଳ ମୂଳ କାରଣ ଉପରେ ନିର୍ଭର କରେ ।[2]

ହାଇଡ୍ରୋସିଲ ବିଶ୍ୱରେ ଏକ ସାଧାରଣ ରୋଗର ମାନ୍ୟତା ପାଇଛି ଓ ଏହା ବିଶେଷତଃ ସ୍ୱଳ୍ପ ଓ ମଧ୍ୟମ ଆୟକାରୀ ବର୍ଗର ଲୋକମାନଙ୍କର ହୁଏ ।[4] ଜୀବନର ପ୍ରଥମ ବର୍ଷରେ ପ୍ରାୟ ୨ରୁ ୫% ପୁରୁଷ ପ୍ରଭାବିତ ହୋଇପାରନ୍ତି ।[6] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[6] ବିଶ୍ୱାସ କରାଯାଏ ଯେ ଲଜ୍ଜା ହେତୁ ଏହି ରୋଗର ରିପୋର୍ଟ କମ ହୁଏ ।[4]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.